ପୁରୀ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ପୁରୀ ମହାନଗର ନିଗମ ଅନ୍ତର୍ଗତ ଅଣ ଉଦଘାଟିତ ମାଟିଆପଡା ଓଭରବ୍ରିଜରେ ଆହୁରି ଅନେକ କାମ ବାକି ଅଛି । ସୋଲାର ଲାଇଟ ଲଗାଯାଇଥିଲେ ମଧ୍ଯ ମଝିରେ ଆଲୋକ ନଥିବାରୁ ନିଶାଖୋର ମାନେ ବାଡକୁ ଆଉଜି ବସୁଥିବା ଦେଖିବାକୁ ମିଳୁଛି ।

ସିସିଟିଭି ନଥିବା ଦେଖି ଛିନତାଇ ବ୍ଯକ୍ତି ସୁଯୋଗ ଉଣ୍ଡି ରହୁଛନ୍ତି । ଦୁଇପଟେ ପୋଲିସ ଜଗୁ ନଥିବାରୁ ଷଣ୍ଢ ଗାଇ ଗୋରୁ ଓଭରବ୍ରିଜ ଦେଇ ଯିବାରେ ଦୁର୍ଘଟଣାର ସମ୍ଭାବନା ରହିଛି ।















