ବଲାଙ୍ଗୀର ଜିଲା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି କୋର୍ଟ ର ପ୍ରଥମ ଶ୍ରେଣୀ ବିଚାରପତି ଶ୍ରୀ ରାକେଶ କୁମାର ବେହେରା ଜଣେ ବୃଦ୍ଧ ଙ୍କୁ ନିଜର ମାନବିକତା ଦେଖାଇଥିବା ଗୁରୁବାର ଦିନ କୋର୍ଟ ପରିସର ରେ ଦେଖିବାକୁ ମିଳୁଛି । ପ୍ରାପ୍ତ ସୂଚନା ଅନୁସାରେ ଗତ ୨୦୨୪ ମସିହା ରେ କଣ୍ଟାବାଞ୍ଜି ଥାନା ଚ୍ଚୌଲ୍ସୁଖ ଗାଁ ର କୌଣସି ଏକ ମାମଲା କୁ ନେଇ ସମାନ ହୋଇଥିଲା । ଏହା ପ୍ରମୋଦ ମହାନନ୍ଦ,ଶୁକଦେବ ମହାନନ୍ଦ , ଯଦୁ ମହାନନ୍ଦ ,ଓ ଲଏତା ମହାନନ୍ଦ କୁ ସମନ୍ ହେବାରୁ ଆଜି କୋର୍ଟ କୁ ଆସିଥିଲେ ।

ସମନ୍ ହୋଇଥିବା ବ୍ୟକ୍ତି ମାନେ କୋର୍ଟ ରେ ହାଜର ହୋଇଥିଲେ ହେଲେ ଯଦୁମଣି ମହାନନ୍ଦ ଅତ୍ୟଧିକ ବୟସ୍କ ଯୋଗୁଁ ରୋଗଗ୍ରସ୍ତ କାରଣରୁ ଗାଡ଼ି ରୁ ଓହ୍ଲାଇ ନ ପାରିବାରୁ ମାନ୍ୟବର ଅଦାଲତ ବୟସ୍କଙ୍କ ପାଖକୁ ଆସି ନିଜର କର୍ତ୍ତବ୍ୟ କରିବାରୁ ବୁଦ୍ଧିଜୀବୀ ମହଲରେ ମାନବିକତା ଦେଖାଇଲେ ନ୍ୟାୟାଧୀଶ ବୋଲି ଆଲୋଚନା ହେଉଛି ।














