ବାଲିଗୁଡା (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ରେ କାର୍ଯ୍ୟରତ ଯୁବ ଅଧ୍ଯାପକ ଦ୍ୱୟଙ୍କୁ ଭବ୍ଯ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ମହାବିଦ୍ୟାଳୟର ଇତିହାସ ଅଧ୍ଯାପକ ମାନସ ରଂଜନ ପ୍ରଧାନ ଖଡିଆଳ ସ୍ୱୟଂଶାସିତ ମହାବିଦ୍ଯାଳୟ କୁ ଓ ଅର୍ଥନୀତି ଅଧ୍ଯାପକ ଶିବ ଶଙ୍କର ମାଝୀ ମୟୂରଭଂଜର ବାଈଗଣବାଡିଆ ମହାବିଦ୍ଯାଳୟ କୁ ବଦଳି ହୋଇଥିବା ଜଣାପଡିଛି l















