ପାରଳାଖମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ଗଜପତି ଓଡ଼ିଶା ବିଧାନସଭାର “କମିଟି ଅନ୍ ପେପର୍ସ ଲେଡ୍ ଅନ୍ ଦ ଟେବୁଲ୍”ର ଦ୍ୱିତୀୟ ବୈଠକ ସୋମବାର ଭୁବନେଶ୍ୱରସ୍ଥିତ ବିଧାନସଭା ଭବନର କକ୍ଷ ନଂ–୫୫ରେ କମିଟି ଅଧ୍ୟକ୍ଷ ତଥା ବିଧାୟକ ବିଭୂତି ଭୂଷଣ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ କମିଟି ସଦସ୍ୟ ଭାବେ ଯୋଗଦେଇ ଗଜପତି ଜିଲ୍ଲାର ବିଭିନ୍ନ ଉନ୍ନୟନ ମୂଳକ ଓ ଐତିହ୍ୟ ସମ୍ବନ୍ଧୀୟ ପ୍ରସଙ୍ଗ ଉଠାଇଥିଲେ।















