ପୁରୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଦୀର୍ଘ ବାର ଦିନର ଯାତ୍ରା ସାରି ମହାପ୍ରଭୁ ରତ୍ନ ସିଂହାସନକୁ ଫେରିଛନ୍ତି । ଯାତ୍ରା ଓ ପହଣ୍ଡି ଯୋଗୁ ମହାପ୍ରଭୁଙ୍କ ମୁଖମଣ୍ଡଳ ମଳିନ ପଡିଯାଇଛି । ଏଥିପାଇଁ ଆସନ୍ତା କାଲି ବୁଧବାର ଆଷାଢ ଶୁକ୍ଳ ବ୍ଯାସପୂର୍ଣିମା ତିଥିରେ ମହାପ୍ରଭୁଙ୍କୁ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ସର୍ବସାଧାରଣ ଦର୍ଶନ ସନ୍ଧ୍ଯା ୬ଟା ରୁ ରାତି ୧୧ଟା ପର୍ଯ୍ୟନ୍ତ ୫ଘଣ୍ଟା ଧରି ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜଣାଯାଇଛି । ଦତ୍ତ ମହାପାତ୍ର ସେବକ ଏହି ନୀତି ସମ୍ପାଦନ କରିଥାନ୍ତି ।















