ପୁରୀ (ଓଡିଶା ତାଜାନ୍ୟୁଜ) ନି. ପ୍ର :- ମାଟିଆପଡା ରେଳ ଓଭରବ୍ରିଜ ଓ ସିଦ୍ଧାମହାବୀର ଏନସିସି ଅଫିସ ନିକଟରେ ଥିବା ଚଲାପଥ ଓ ବାଇକ ଯିବା ପାଇଁ ନିର୍ମିତ ଓଭରବ୍ରିଜ ବିନା ଉଦଘାଟନରେ କାର୍ଯ୍ୟକ୍ଷମ କରାଯାଇଛି । ବହୁ ଅଧିକାରୀ, ଅଫିସର, ଏମଏଲଏ, ଏମପି, ମନ୍ତ୍ରୀ, ଯନ୍ତ୍ରୀ ଓ ଅଧିକାରୀ ମାନେ ଘନ ଘନ ଗ୍ରସ୍ତ କରି ସମୀକ୍ଷା ବୈଠକରେ ଶ୍ରୀଗୁଣ୍ଡିଚା ପୂର୍ବରୁ ଏହି ବ୍ରିଜ ଉଦଘାଟନ ହେବ ବୋଲି କହିଥିଲେ ।

ଶ୍ରୀଗୁଣ୍ଡିଚା ଦିନ ରଥଯାତ୍ରୀମାନେ ଅକଥନୀୟ ଦୁର୍ଦ୍ଦଶା ଭୋଗିବା ପରେ ଓ ଦାବି ପ୍ରବଳ ହେବାରୁ ବିନା ଉଦଘାଟନରେ ଏହି ବ୍ରିଜକୁ ବାହୁଡା ଦିନ କାର୍ଯ୍ୟକ୍ଷମ କରି ଖୋଲାଯାଇଛି । ଏହି ବ୍ରିଜ ର ଆହୁରି ଅନେକ କାର୍ଯ୍ୟ ବାକି ରହିଛି । ସିଦ୍ଧାମହାବୀର ଫୁଟ୍ ଓଭରବ୍ରିଜ କଂକ୍ରିଟ ହୋଇ ଖାଲଢିପ ରହିଥିଲେ ମଧ୍ଯ ତା ଉପର ପିଚୁ କରାଯାଇନାହିଁ । ତାର ଦୁଇପାର୍ଶ୍ଵ ରାସ୍ତା ସମତୁଲ କରାଯାଇନାହିଁ ।















