ପାରଳାଖେମୁଣ୍ଡି (ଓଡିଶା ତାଜାନ୍ୟୁଜ) ନି. ପ୍ର :- ଗଜପତି ଜିଲ୍ଲାର କାଶୀନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ବ୍ୟାପକ ଅବ୍ୟବସ୍ଥା ଓ ପରିଚାଳନାଗତ ତ୍ରୁଟି ପାଇଁ ଲୋକେ ଦାୟିତ୍ୱରେ ଥିବା ଡାକ୍ତରଙ୍କୁ ଘେରାଉ କରିଥିବା ସୂଚନା ମିଳିଛି. ଏଠାରେ ଉଲ୍ଲେଖଯୋଗ୍ୟଯେ, କିଛିଦିନ ତଳେ ସାପ କାମୁଡ଼ିବା ରୋଗୀକୁ ଉଚିତ ଚିକିତ୍ସା ନ କରାଯିବା ସହ ସାପକାମୁଡ଼ା ଇଞ୍ଜେକ୍ସନ ଗଚ୍ଛିତ ଥାଇ ସୁଦ୍ଧା ନ ଦେବା ଅଭିଯୋଗ କରି ଗତକାଲି ସ୍ଥାନୀୟ ଲୋକେ ପ୍ରତିବାଦ କରିବା ସହ ଡାକ୍ତରଙ୍କୁ ଘେରି ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା ନେଇ ବିଭିନ୍ନ ପ୍ରଶ୍ନ କରିଥିଲେ l















