• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବାହୁଡା ଯାତ୍ରାର ରଥ ରନୱେରୁ……

Proprietor Abhimanyu Maharana by Proprietor Abhimanyu Maharana
July 25, 2026
in ଓଡ଼ିଶା, ପୁରୀ, ମନୋରଞ୍ଜନ, ହୋମ୍
0
ବାହୁଡା ଯାତ୍ରାର ରଥ ରନୱେରୁ……
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଶୁକ୍ରବାର ଦଶମୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡାଯାତ୍ରା । ଶ୍ରୀମନ୍ଦିରକୁ ବାହୁଡିବେ ବାହୁଡାବ୍ରହ୍ମ । ଘର ଘର ନାଦରେ ତିନିରଥ ସିଂହଦ୍ଵାର ଅଭିମୁଖେ ଗଡିଛି । ଲକ୍ଷ ଲକ୍ଷ ଭକ୍ତ ତିନିରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ମହାପୂଣ୍ଯ ଅର୍ଜନ କରିଛନ୍ତି । ବଡଦାଣ୍ଡରେ ରଥ-ପଥ ଜଗନ୍ନାଥ ଏକାକାର ହୋଇଛନ୍ତି । କାଳିଆ ଯେତେ ଭକ୍ତ ଗହଳି ଦେଖିବ କାଳିଆ ଖୁସିହେବ । ପୃଥିବୀରେ ଏକମାତ୍ର ଠାକୁର ଯିଏ ସିଂହାସନ ଛାଡି ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ।

ମହାପ୍ରଭୁଙ୍କ ମହାନ ପର୍ବ ଘୋଷଯାତ୍ରା । ବଡଦାଣ୍ଡରେ ରଥ ଗଡୁଥିବାରୁ ଏହା ରଥ ରନୱେ ରାସ୍ତା । ଗଡୁଥିବା ସମୟରେ କିଛି ଘଟଣା ଅଘଟଣ ଓ ବାସ୍ତବ ଚିତ୍ରକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା । ସୁବାସିତ ଫୁଲରେ ସଜ୍ଜିତ ନାକଚଣା ଦ୍ବାର- ନବଦିନାତ୍ମକ ଯାତ୍ରା ସାରି ମହାପ୍ରଭୁ ଶ୍ରୀମନ୍ଦିରକୁ ବାହୁଡିବେ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ଓ ନାକଚଣା ଦ୍ବାର ବନ୍ଦ ରହିବ । ବାବନା ଭୂତ ଜଗି ରହିବ । ମହାପ୍ରଭୁଙ୍କ ବାହୁବାଯାତ୍ରା ପହଣ୍ଡି ନାକଚଣା ଦ୍ବାର ଦେଇ ରଥାରୁଢ ହେବେ ଚତୁର୍ଦ୍ଧାମୂର୍ତ୍ତି ।

ବର୍ଷକରେ ନାକଚଣା ଦ୍ବାରର ମହତ୍ବ ରହିଛି । ରାଣୀ ଶରଧା ନିଜର ନାକଚଣା ବିକ୍ରି କରି ଏହି ଦ୍ବାର ନିର୍ମାଣ କରିଥିବାରୁ ଏହାର ନାମ ନାକଚଣା ଦ୍ବାର ହୋଇଛି । ଦ୍ବାର କୁ ଲାଗି ଦୁଇପଟେ ଗଛ ରହିଥିବାରୁ ଏହା ବେଶ ଶୋଭାବର୍ଦ୍ଧନ କରୁଛି । ଦ୍ବାରର ମୂଳ ଠାରୁ ଚୂଳ ପର୍ଯ୍ୟନ୍ତ ବିଭିନ୍ନ ସୁବାସିତ ରଙ୍ଗୀନ ଫୁଲରେ ସଜ୍ଜିତ କରାଯାଇଛି । ଭକ୍ତ ମାନେ ନାକଚଣା ଦ୍ବାର ଦେଖି ମୁଣ୍ଡିଆ ମାରୁଛନ୍ତି ।

ଚକାଆଖି ଦର୍ଶନ ପାଇଁ ଭକ୍ତ ବିଭୋର – ଭୋର ୪ଟାରୁ ଶରଧାବାଲିରେ ଭକ୍ତଙ୍କ ଗହଳି ଲାଗିରହିଛି । କେତେବେଳେ କାଳିଆର କଳା ଆଖିକୁ ଦର୍ଶନ କରିବେ । ବହୁ ସମୟ ଅପେକ୍ଷା କଲେ ମଧ୍ଯ ଭକ୍ତ ତାର କଷ୍ଟକୁ ଭୁଲି ଯାଇ କାଳିଆ ଠାରେ ଲୟ ରଖିଛି । ଜୟ ଜଗନ୍ନାଥ ଧ୍ବନି, ହରିବୋଲ, ହୁଳୁହୁଳି ଦେଇ ହାତ ଟେକି ଚକାଆଖି ଦର୍ଶନ ପାଇଁ ଭକ୍ତ ବିଭୋର ।

ଚାମର ସେବାରେ ମଠମହନ୍ତ- ଜଗା ଦର୍ଶନ ପାଇଁ ବୟସ ବାଧକ ସାଜିନି । ସନାତନ ଧର୍ମରେ ଦୀକ୍ଷିତ ହୋଇ ପ୍ରଭୁଙ୍କ ଠାରେ ଲୟ ରଖି ଶୟନେ ସପନେ ଜାଗରଣେ ଚାମର ବାବା ମହାପ୍ରଭୁଙ୍କ ସେବା ପାଇଁ ଶରଧାବାଲିରେ ଠିଆ ହୋଇ ୧୦୮ ଥର ଚାମର ଝାଡିବା ଦୃଶ୍ଯ ବେଶ ଆକର୍ଷଣୀୟ ଥିଲା । ବାବାଙ୍କୁ ପଚାରିବାରେ ନାମ ନକହି କହିଥିଲେ ଜଗନ୍ନାଥଙ୍କ ଭକ୍ତ ।

ମହାପ୍ରଭୁଙ୍କ ସେବାରେ ଓଡିଶୀନୃତ୍ଯ-କଳାପ୍ରିୟ କଳା ଶ୍ରୀଗୁଣ୍ଡିଚା ପହଣ୍ଡି। ଓଡିଶୀନୃତ୍ଯ, ଭଜନନୃତ୍ଯ, ବିଳାସପ୍ରିୟ ଠାକୁର କାଳିଆ । କିଛି ବର୍ଷ ପୂର୍ବେ ଶ୍ରୀମନ୍ଦିରରେ ବଡସିଂହାର ବେଶ ପରେ ମାହାରିନୃତ୍ଯ ଦର୍ଶନ କରି ଶୟନ ଯାନ୍ତି ଠାକୁର । ଏବେ କିଛି ବର୍ଷ ହେଲାଣି ଶ୍ରୀଗୁଣ୍ଡିଚା ପହଣ୍ଡି, ଆଡପ ମଣ୍ଡପ ପହଣ୍ଡି, ବାହୁଡା ପହଣ୍ଡି ଓ ନିଳାଦ୍ରି ବିଜେ ପହଣ୍ଡି ସମୟରେ ଓଡିଶୀନୃତ୍ଯ, ଗୋଟିପୁଅ ନୃତ୍ୟ ଦେଖିବାକୁ ମିଳୁଛି । ଶରଧାବାଲିରେ ନୃତ୍ଯ ଓ ଛନ୍ଦ ଓ ଘଣ୍ଟ ର ତାଳେ ତାଳେ ଓଡିଶୀନୃତ୍ଯ କଳାକାର ମାନେ ତାଙ୍କର ଭାବଭଙ୍ଗୀ ରେ ନୃତ୍ଯ ପରିବେଷଣ ବେଶ ମନୋରମ ହୋଇଥିଲା ।

ଏ ସମ୍ପର୍କରେ ଓଡିଶୀନୃତ୍ଯ ଶିଳ୍ପୀ ମୃର୍ଣ୍ଣାଳିକା ଦାସ, ରୋଜାଲିନ ମହାନ୍ତି ଏହି ସେବା କରି ନିଜକୁ ପ୍ରଭୁଙ୍କ ନୃତ୍ଯ ସେବକ ଭାବେ ସେବା କରିଆସୁଛନ୍ତି । ରଥ ସେବାର ଯବାନ -ଜଗତରନାଥ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ଭିଡ ନିୟନ୍ତ୍ରଣ ପାଇଁ ହଜାର ହଜାର ଯବାନଙ୍କ ଦିନରାତି ପରିଶ୍ରମ ଯୋଗୁ ଭକ୍ତ ଶୃଙ୍ଖଳିତ ରଥ ଦର୍ଶନ କରିପାରୁଛନ୍ତି । ବର୍ଷା ଓ ଖରାକୁ ଖାତିରି ନକରି ରଥ ସୁରକ୍ଷା ଓ ଭକ୍ତଙ୍କ ସୁରକ୍ଷା ଯୋଗାଉଛନ୍ତି । ବର୍ଷାରେ ଓଦା ହୋଇ ମଧ୍ଯ କର୍ତ୍ତବ୍ୟରେ ଅବହେଳା କରୁନାହାନ୍ତି ।

ପ୍ରଭୁଙ୍କ ଅପେକ୍ଷାରେ ବିଶାଳ ଧୂପକାଠି ବାବା- ନାକଚଣା ଦ୍ବାରରେ ଧୂପକାଠି ବାସ୍ନାରେ ମହକୁଥିଲା । ପ୍ରଭୁଙ୍କ ଆଗମନକୁ ଚାହିଁ ରହିଥିଲେ ଧୂପକାଠି ବାବା । ୧୦ ଫୁଟା ଉଚ୍ଚା ଓ ଏକଫୁଟ ଗୋଲେଇର ଧୂପକାଠି ଲାଗିଥିଲା । ବାବା ନିଷ୍ଠାର ସହ ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଧୂପକାଠି ଜଳାଇ ଠିଆ ହୋଇ ରହିଥିଲେ । ମହ ମହ ବାସ୍ନାରେ ମହକୁଥିଲା ଶରଧାବାଲି ।କେତେକ ଭକ୍ତ ବାବାଙ୍କୁ ମୁଣ୍ଡିଆ ମାରୁଥିବା ଦେଖିବାକୁ ମିଳିଥିଲା ।

ତିନିରଥ ସମ୍ମୁଖରେ ହନୁମାନ ନୃତ୍ଯ-ହନୁମାନ ବେଶଧାରୀ ବ୍ଯକ୍ତି ମାନେ ମହାପ୍ରଭୁଙ୍କ ରଥ ସମ୍ମୁଖରେ ନୃତ୍ଯ ପରିବେଷଣ କରୁଥିବା ଦେଖିବାକୁ ମିଳିଥିଲା । ପ୍ରଭୁ ଶ୍ରୀରାମଙ୍କ ଭକ୍ତ ହନୁମାନ । କଳିଯୁଗେ ଶ୍ରୀରାମଙ୍କ ସ୍ବରୂପ ଶ୍ରୀଜଗନ୍ନାଥ । ଜଗନ୍ନାଥଙ୍କୁ ଶ୍ରୀରାମ ଭାବି ହନୁମାନ ବେଶଧାରୀ ମାନେ ଭକ୍ତିର ସହ ନୃତ୍ଯ କରୁଥିଲେ । କେତେକ ହନୁମାନ ବେଶଧାରୀ ବୟସ ଅଧିକ ହୋଇଥିଲେ ମଧ୍ଯ ପ୍ରଭୁଙ୍କ ପାଇଁ ଉଚ୍ଚମାନର ଡିଆଁ ଡେଇଁ ଜୋରରେ କରୁଥିବା ଦୃଶ୍ଯମାନ ହୋଇଥିଲା ।

ମଞ୍ଚରେ ବସି ମନ୍ତ୍ରୀ ଓ ବିଧାୟକ ବାହୁଡା ପହଣ୍ଡି ଦର୍ଶନ- ଲକ୍ଷ ଲକ୍ଷ ଭକ୍ତ ଠେଲାପେଲା ଦଳାଚକଟା ମଧ୍ଯରେ ବାହୁଡା ରଥ ଦର୍ଶନ କରୁଥିବା ବେଳେ ମନ୍ତ୍ରୀ, ବିଧାୟକ, ନେତା ଭିଆଇପି ଓ ବରିଷ୍ଠ ଅଧିକାରୀ ମାନେ ମଞ୍ଚ ଉପରେ ଥାଇ ପହଣ୍ଡି ଦର୍ଶନ କରିବା ସହ ସେଠାରେ ଠାକୁରଙ୍କୁ ପ୍ରଣାମ କରୁଥିବା ଦେଖିବାକୁ ମିଳିଥିଲା ।

ଗୁଳୁଗୁଳିରେ ଭକ୍ତଙ୍କୁ ଥଣ୍ଡା କରୁଛି ପାଣିସ୍ପ୍ରେ- ରଥାରୁଢ ପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ବହୁ ସମୟ ଧରି ଖରା ଓ ଗୁଳୁଗୁଳିରେ ଭକ୍ତ ଠିଆ ହୋଇ ରହୁଛନ୍ତି । ସ୍ବେଚ୍ଛାସେବୀ ମାନେ ପିଠିରେ ପାଣି ସ୍ପ୍ରେ ମେସିନ ପକାଇ ଭକ୍ତଙ୍କ ମୁହାଁ, ଆଖି ଓ ମୁଣ୍ଡକୁ ପକାଇ ଆଶ୍ବସ୍ତି କରୁଥିଲେ । ଭକ୍ତ ମାନେ ମଧ୍ଯ ଥଣ୍ଡା ଅନୁଭବ କରି ପ୍ରଭୁଙ୍କ ପାଇଁ ଅପେକ୍ଷାରତ ରହିଥିଲେ ।

ବସଷ୍ଟାଣ୍ଡ ପାଲଟିଲା ଆଶ୍ରୟସ୍ଥଳ – ବାହୁଡା ଯାତ୍ରାରେ ପ୍ରାୟ ୮ ଲକ୍ଷ ଭକ୍ତ ପୁରୀକୁ ଆସିଥିବା ଅନୁମାନ କରାଯାଉଛି । ବର୍ଷା ଓ ଖରାରୁ ରକ୍ଷା ପାଇବା ପାଇଁ କୌଣସି ଠାରେ ଆଶ୍ରୟସ୍ଥଳ ନାହିଁ । ରଥଯାତ୍ରାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ଯ ଭକ୍ତଙ୍କୁ ଅଣଦେଖା କରାଯାଇଛି । ଗତକଲି ସକାଳୁ ଭକ୍ତ ମାନେ ଆସି ବଡଦାଣ୍ଡର ବିଭିନ୍ନ ସ୍ଥାନ ଓ ବସଷ୍ଟାଣ୍ଡ ଚାରିପଟେ ଶୋଇ ରହିଥିହା ଦେଖିବାକୁ ମିଳିଥିଲା । ବସଷ୍ଟାଣ୍ଡ ଭିତରେ ଭିଆଇପିଙ୍କ ଗାଡି ପାର୍କିଙ୍ଗ କରୁଥିବା ବେଳେ ସେଠାରେ ଭକ୍ତଙ୍କ ମାନଙ୍କ ଆଶ୍ରୟସ୍ଥଳ କରିବା ପାଇଁ ଶୋଇ ରହିଥିବା ଭକ୍ତ ମାନେ କହିଛନ୍ତି ।

ଚାରିଆଡେ ଦେୟମୁକ୍ତ ଭୋଜନ ସେବା- ବଡଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ । ମହାପ୍ରଭୁଙ୍କ ଦର୍ଶନ ପାଇଁ ଅପେକ୍ଷା କରିଛନ୍ତି । ଭୋକ ହେବାରୁ ଦେୟମୁକ୍ତ ଭୋଜନ କେନ୍ଦ୍ରରେ ଭାତ ଡାଲମା, ଖଟା ଖାଇ ପେଟ ଶାନ୍ତି କରୁଥିବା ଦେଖିବାକୁ ମିଳିଥିଲା । ଅନେକ ଅନୁଷ୍ଠାନ ଏହି ଅନ୍ନ ବ୍ରହ୍ମ ସେବା ଯୋଗାଇ ଦେଉଛନ୍ତି । ପ୍ରାୟ ଏକ ହଜାର ଅନୁଷ୍ଠାନ ଖାଦ୍ଯ, ପାଣି, ଶୁଖିଲା ଖାଦ୍ଯ, ଚା ବଣ୍ଟନ କରୁଥିବା ଦେଖିବାକୁ ମିଳୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026

Recent News

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
Odisha Society Of UK Celebrates 47th Anniversary

Odisha Society Of UK Celebrates 47th Anniversary

September 9, 2026
54th National Convention of Company Secretaries concludes in Bhubaneswar

କମ୍ପାନୀ ସେକ୍ରେଟାରିଜ୍‌ର ୫୪ତମ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଯାପିତ

September 9, 2026
Odisha Taza News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

ଜାତୀୟ ରାଜପଥ ଖାଲଖମା : ତାଳିପକାଇ ନିମ୍ନମାନର ପିଚୁକାମ କରୁଛି ଠିକା ସଂସ୍ଥା

September 9, 2026
Odisha Society Of UK Celebrates 47th Anniversary

ଓଡ଼ିଶା ସୋସାଇଟି ୟୁକେର ୪୭ତମ ବାର୍ଷିକ ଉତ୍ସବ ପାଳନ

September 9, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version