ବାଲିଗୁଡା (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ପରିସରରେ +୩ ଛାତ୍ରଛାତ୍ରୀଙ୍କୁ ନେଇ ବୁଧବାର ଉଚ୍ଚ ଶିକ୍ଷା ବିଭାଗର ପ୍ରତ୍ଯକ୍ଷ ଅନୁଦାନରେ ଏକ ସଚେତନତା କାର୍ଯ୍ୟକ୍ରମ ” ଆରମ୍ଭ ଏବଂ ନବ ସୃଜନ ପ୍ରତିଯୋଗିତା” କର୍ମଶାଳା (ଷ୍ଟାର୍ଟ ଅପ୍ ଏଣ୍ଡ ଇନୋଭେସନ) ଅନୁଷ୍ଠିତ ହୋଇ ଯାଇଛି l

ଏଥିରେ ସ୍ଥାନୀୟ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ମୁଖ୍ଯ ପରିଚାଳକ ଅକ୍ଷୟ କୁମାର ବେହେରା ସମ୍ୱଳ ବ୍ଯକ୍ତିତ୍ୱ ଭାବେ ଯୋଗ ଦେଇ ନିଜର ବକ୍ତବ୍ଯ ପ୍ରଦାନ କରିଥିଲେ l ଅଧ୍ଯକ୍ଷ ଡ.ବିଭୂତି ଭୂଷଣ ଆଚାର୍ଯ୍ଯ ସ୍ୱାଗତ ସମ୍ଭାଷଣ ସହ କାର୍ଯକ୍ରମର ଅନ୍ତ୍ରନିହିତ ଉଦ୍ଦେଶ୍ଯ ପ୍ରଖ୍ଯାପନ କରିଥିଲେ l

ଏକାଉଣ୍ଟ ବର୍ସର ସରୋଜ କୁମାର ପାଠୀ ବିଶ୍ଳେଷଣାତ୍ମକ ଟିପ୍ପଣୀ ରଖିଥିଲେ l ଅନ୍ତଃ ଗୁଣବତ୍ତା ପ୍ରକୋଷ୍ଠ ସଂଯୋଜକ ହିମାଂଶୁ ଚରଣ ସାହୁ, କାର୍ଯ୍ୟକ୍ରମ ସଂଯୋଜକ ତାପସ କୁମାର ବାରିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ l ଶେଷରେ ନାକ୍ ସଂଯୋଜକ ଡ.ସୁଶାନ୍ତ କୁମାର ଦାସ ଧନ୍ଯବାଦ ଅର୍ପଣ କରିଥିଲେ l














