ବାଲିଗୁଡା (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦକ୍ଷିଣ କାଳୀ ମନ୍ଦିର ନିକଟରେ ବରିଷ୍ଠ ନାଗରିକ ସଂଘ ର ନୂତନ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବରେ ବାଲିଗୁଡା ଉପ ଜିଲ୍ଲାପାଳ ଶ୍ରୀମତୀ ପ୍ରଣୀତା ଦାସ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପ ମାଲ୍ୟାର୍ପଣ କରି ଦୀପ ଧୂପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l

ସମ୍ମାନୀତ ଅତିଥି ଭାଵେ ସମ୍ୱନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ତହସିଲଦାର ଦୀପ୍ତି ପ୍ରକାଶ ବେହେରା, ସଂଘ ର ସଭାପତି ତଥା ବରିଷ୍ଠ ପୁରୋହିତ ଚିନ୍ତାମଣି ମିଶ୍ର, ସମ୍ପାଦକ ମନ୍ମଥ କୁମାର ରାଉଳ, ଉପଦେଷ୍ଠା ଡ଼ଃ.ମଧୁ ସୁଦନ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ l ଜିଲ୍ଳା ସମ୍ପାଦକ ମନ୍ମଥ କୁମାର ରାଉଳ ସଂଘର ବିବରଣୀ ପଠନ କରିଥିଲେ l















