No Result
View All Result
ବାଲିପାଟଣା (ଓଡିଶା ତାଜାନ୍ୟୁଜ ) (ନି. ପ୍ର) :- ସାହିତ୍ୟ ପତ୍ରିକା ସମୟର ପ୍ରାଚୀଧାରା ର ଚତୁର୍ଦ୍ଦଶ ବାର୍ଷିକ ଉତ୍ସବ ଅବସରରେ ବାଲିପାଟଣା ସ୍ଥିତ ଦୁର୍ଗାମାଧବ କଲ୍ୟାଣ ମଣ୍ଡପ ପରିସରରେ ରାଜ୍ୟସ୍ତରୀୟ ସାରସ୍ୱତ ମହୋତ୍ସବ ଆୟୋଜିତ ହୋଇଯାଇଛି । ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ସାହିତ୍ୟିକ ମାନେ ଯୋଗ ଦେଇଥିଲେ । ପ୍ରଥମ ଅଧିବେଶନ ରେ ଗୀତାଶ୍ରୀ ପ୍ରିୟମ୍ବଦା,ଆଶୁତୋଷ ଦାଶ ଓ କ୍ଷଣପ୍ରଭା ମହାନ୍ତି ଙ୍କ ସଂଯୋଜନାରେ କବିତା ପାଠୋତ୍ସବ ରେ ବହୁ ପ୍ରତିଷ୍ଠିତ କବି ସ୍ୱରଚିତ କବିତା ପାଠ କରିଥିଲେ ।

ଏହାପରେ ଅବସରପ୍ରାପ୍ତ ଅଧ୍ୟକ୍ଷ କ୍ଷୀରୋଦ କୁମାର ରାୟ ମହାପାତ୍ର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ମୁଖ୍ୟ ଅତିଥି ପୂର୍ବତନ ଦୂରଦର୍ଶନ ନିର୍ଦ୍ଦେଶକ ଗୋପାଳ କୃଷ୍ଣ ମହାପାତ୍ର,ମୁଖ୍ୟ ବକ୍ତା ଲେଖକ ବାବାଜୀ ଚରଣ ପଟ୍ଟନାୟକ ଓ ସାହିତ୍ୟିକା ସୁଷମା ମିଶ୍ର ପ୍ରମୁଖ ଯୋଗଦେଇ ସାମାଜିକ ଅବକ୍ଷୟ ରେ ଗ୍ରାମୀଣ ସାହିତ୍ୟ ର ସ୍ଥିତି ଓ ଦୁର୍ଗତି ସମ୍ପର୍କରେ ଆଲୋଚନା ଚକ୍ର ରେ ଅଂଶ ଗ୍ରହଣ କରି ଆଉ ଗାଁ କୁ ନେଇ ସାହିତ୍ୟ ସୃଷ୍ଟି ସମ୍ଭବ ନୁହେଁ ବୋଲି କହିଥିଲେ । ହକାରଣ ଆଉ ଗାଁ ର ମୌଳିକ ଚିତ୍ର ଉପସ୍ଥାପିତ କଲେ ଆଧୁନିକ ପିଲାମାନେ ତାକୁ ବୁଝି ପାରିବେ ନାହିଁ।ଗାଁ ରେ ସରଳ ନିରାଡ଼ମ୍ବର ଜୀବନ ଯାପନ ସହିତ ପରଷ୍ପର ଭିତରେ ଥିବା ସ୍ନେହ ସଦ୍ଭାବ କୁ ମିଛ ଆଧୁନିକତା ର ପ୍ରଭାବ ଆମଠାରୁ ଆମ ଗାଁ କୁ ଛଡ଼ାଇ ନେଇଛି ।
କାର୍ଯ୍ୟକ୍ରମ କୁ କବି ବିପିନ ମହାନ୍ତି ଉପସ୍ଥାପନା ଓ କବି ଅଭିମନ୍ୟୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାଚୀଧାରା ର ସମ୍ପାଦକ କବି ଭଗବାନ୍ ସାହୁ ସମଗ୍ର କାର୍ଯ୍ୟକ୍ରମ କୁ ପରିଚାଳନା, ଝୁନି ଦେଇ ଓ ଅନ୍ୟମାନେ ସହଯୋଗ କରିଥିଲେ । ଏହି ଅବସରରେ ଡ୍ ନୃସିଂହ ଚରଣ ଷଡ଼ଙ୍ଗୀ ଙ୍କୁ ପ୍ରାଚୀ ଧାରା ସାହିତ୍ୟ ସମ୍ମାନ,ଡ୍ ତୋଫାନ ଜେନା ଙ୍କୁ ଗୀତିକବି ସମ୍ମାନ,ମନୋରଞ୍ଜନ ରାୟ ଙ୍କୁ ସମାଜ ସେବା ସମ୍ମାନ,ରାଜୀବ ଗୋପାଳ ସ୍ୱାଇଁ ଙ୍କୁ ଗଳ୍ପ ସମ୍ମାନ,ସଞ୍ଜୟ କୁମାର ବରାଳ ଙ୍କୁ ସଂସ୍କୃତି ସମ୍ମାନ,

ଶ୍ୱେତା ରାଉତ ଙ୍କୁ କବିତା ସମ୍ମାନ,ବିପିନ ଦଳାଇ ଙ୍କୁ ପ୍ରାଚୀ ଧାରା ସମ୍ପାଦକ ସମ୍ମାନ ଓ ଦେବୀ ଲତା ଶତପଥୀଙ୍କୁ ରେବତୀ ଦେବୀ ସ୍ମୃତି ସମ୍ମାନ ରେ ସମ୍ମାନୀତ କରାଯାଇଥିଲା । ବରିଷ୍ଠ ଲେଖକ ଡ୍ ଆଦିକନ୍ଦ ସାହୁ,ଲିଙ୍ଗରାଜ ମହାନ୍ତି,ସୁରଞ୍ଜନ ପାତ୍ର,ରତ୍ନପ୍ରଭା ବାରିକ୍,ଭବାନୀ ଶଙ୍କର ଦାଶ,ବ୍ୟଙ୍ଗ କବି ସତ୍ୟାନାଶ,ପୂର୍ଣ୍ଣଚନ୍ଦ୍ର ମହାରଣା,ବିଚିତ୍ର ମହାପାତ୍ର,ବୈଜୟନ୍ତୀ ସାହୁ,ରାମହରି ମହାରଣା,ଲକ୍ଷ୍ମୀ ଧର ଦାସ,ମାଗୁଣୀ ସେଠୀ ପ୍ରମୁଖ ଙ୍କ ସହିତ ଶତାଧିକ ସାହିତ୍ୟ ଅନୁରାଗୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ ।

No Result
View All Result