• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ

Proprietor Abhimanyu Maharana by Proprietor Abhimanyu Maharana
July 13, 2026
in ଓଡ଼ିଶା, ଖୋର୍ଦ୍ଧା, ହୋମ୍
0
ବନ ମହୋତ୍ସବରେ ଡାଲମିଆ ଭାରତର ସବୁଜ ସଙ୍କଳ୍ପ
Share on FacebookShare on TwitterWhatsapp

ରୋପଣ ହେଲା ୧,୫୫୦ରୁ ଅଧିକ ଚାରା

​ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ପରିବେଶ ସଂରକ୍ଷଣ ଏବଂ ନିରନ୍ତର ସ୍ଥାୟୀ ବିକାଶ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁଣିଥରେ ପ୍ରମାଣିତ କରି ଅଗ୍ରଣୀ ସିମେଣ୍ଟ ଉତ୍ପାଦନକାରୀ ସଂସ୍ଥା ଡାଲମିଆ ଭାରତ ଲିମିଟେଡ୍ (DBL) ରାଜଗାଙ୍ଗପୁର ଓ କଟକସ୍ଥିତ ନିଜ ୟୁନିଟ୍‌ଗୁଡ଼ିକରେ ବୃକ୍ଷରୋପଣ ଏବଂ ପରିବେଶ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ବନ ମହୋତ୍ସବ ପାଳନ କରିଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଶିକ୍ଷକ, ସ୍ଥାନୀୟ ସମୁଦାୟର ସଦସ୍ୟ ଏବଂ କମ୍ପାନୀର କର୍ମଚାରୀମାନେ ଉତ୍ସାହର ସହ ଯୋଗଦେଇ ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନ ପାଇଁ ସାମୂହିକ ଦାୟିତ୍ୱର ବାର୍ତ୍ତା ଦେଇଥିଲେ।

‘ବନ ମହୋତ୍ସବ’ ବା ‘ଫରେଷ୍ଟ ଫେଷ୍ଟିଭାଲ୍’ ହେଉଛି ଭାରତବ୍ୟାପୀ ପ୍ରତିବର୍ଷ ପାଳିତ ହେଉଥିବା ଏକ ବୃକ୍ଷରୋପଣ ଅଭିଯାନ, ଯାହାର ଉଦ୍ଦେଶ୍ୟ ବନୀକରଣକୁ ପ୍ରୋତ୍ସାହନ ଦେବା ଓ ପରିବେଶ ସଂରକ୍ଷଣ ପ୍ରତି ସଚେତନତା ସୃଷ୍ଟି କରିବା। ସ୍ଥାୟୀ ବିକାଶ, ଜୈବ ବିବିଧତା ସଂରକ୍ଷଣ ଏବଂ ସମୁଦାୟ-ଭିତ୍ତିକ ପରିବେଶ ସୁରକ୍ଷା ପ୍ରୟାସର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ ଭାବେ ଡାଲମିଆ ଭାରତ ଏହି ପର୍ବକୁ ପାଳନ କରିଆସୁଛି। ଏହି ଅଭିଯାନ ଅଧୀନରେ ରାଜଗାଙ୍ଗପୁର ଓ କଟକ ସିମେଣ୍ଟ କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୧,୫୫୦ରୁ ଅଧିକ ଚାରା ରୋପଣ କରାଯିବା ସହ ପରିବେଶ ସଂରକ୍ଷଣ ଏବଂ ଏକ ସବୁଜ ଓ ସ୍ଥାୟୀ ପୃଥିବୀ ଗଠନ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା।

ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜଗାଙ୍ଗପୁରରେ ମୋଟ ୧,୨୫୦ଟି ଚାରା ରୋପଣ କରାଯାଇଥିଲା। ଏହି ଅବସରରେ ବିହାବନ୍ଧ ବିଦ୍ୟାଳୟରେ ଆୟୋଜିତ ବୃକ୍ଷରୋପଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମରେ ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ଆଶିଷ ମହାନ୍ତି, ପରିବେଶ ବିଭାଗ ମୁଖ୍ୟ ଶ୍ରୀ ପଙ୍କଜ ଗୁପ୍ତା, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଦୀପିକା କେରକେଟ୍ଟା ଏବଂ ସିଏସ୍‌ଆର୍ ଟିମ୍ ଉପସ୍ଥିତ ଥିଲେ। ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ଅଧିବେଶନ ପରେ ବିଦ୍ୟାଳୟ ପରିସରରେ ୨୫୦ଟି ଚାରା ରୋପଣ କରାଯାଇଥିଲା।

​କଟକରେ ଟାଙ୍ଗୀସ୍ଥିତ ପୁରାତନ ଛାତ୍ର ସଂଘ ପାଠାଗାରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପରିବେଶ ସଚେତନତା ବୃଦ୍ଧି ପାଇଁ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ୫୦ଟି ବନଜାତୀୟ ଚାରା ରୋପଣ କରାଯାଇଥିବା ବେଳେ ସପ୍ତାହବ୍ୟାପୀ ଅଭିଯାନରେ ସମଗ୍ର ଅଞ୍ଚଳରେ ୩୦୦ଟି ଚାରା ରୋପଣ କରାଯାଇଥିଲା।

​ଏ ସମ୍ପର୍କରେ ଡାଲମିଆ ଭାରତ ଲିମିଟେଡ୍ (DBL) କାର୍ଯ୍ୟବାହୀ ନିର୍ଦ୍ଦେଶକ ତଥା ରାଜଗାଙ୍ଗପୁର ୟୁନିଟ୍ ମୁଖ୍ୟ ଶ୍ରୀ ଚେତନ ଶ୍ରୀବାସ୍ତବ କହିଛନ୍ତି, “ପରିବେଶର ଯତ୍ନ ନେବା ଆମର ସ୍ଥାୟୀ ବିକାଶ ଅଭିଯାନର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବନ ମହୋତ୍ସବ ପରି ପଦକ୍ଷେପ ମାଧ୍ୟମରେ ଆମେ ବିଶେଷକରି ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କୁ ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ସଂରକ୍ଷଣରେ ସକ୍ରିୟ ଭାଗୀଦାର ହେବାକୁ ପ୍ରେରିତ କରୁଛୁ। ସଚେତନତା ସହ ଏହି କାର୍ଯ୍ୟକ୍ରମକୁ ଯୋଡ଼ିବା ଦ୍ଵାରା ଆମେ ଦୀର୍ଘମିଆଦି ପରିବେଶ ଦାୟିତ୍ୱବୋଧତା ସୃଷ୍ଟି କରିବା ସହ ଏକ ସବୁଜ ଓ ସୁସ୍ଥ ଭବିଷ୍ୟତ ଗଢ଼ିବାପାଇଁ ଆମେ ଆଶାୟୀ।”

​ଡାଲମିଆ ଭାରତ ପାଇଁ ପରିବେଶ ସୁରକ୍ଷା ହେଉଛି ଏହାର ସ୍ଥାୟୀ ବିକାଶ ଅଭିଯାନର ମୂଳ ଆଧାର। ଜୈବ ବିବିଧତାର ସଂରକ୍ଷଣ, ସବୁଜ ବଳୟ ବିସ୍ତାର ଏବଂ ସ୍ଥାନୀୟ ସମୁଦାୟ ସହ ମିଳିତ ଭାବେ ପ୍ରାକୃତିକ ପରିବେଶର ସୁରକ୍ଷା ଦିଗରେ କମ୍ପାନୀ ନିରନ୍ତର କାର୍ଯ୍ୟ କରୁଛି। ନିଜର ‘ଗ୍ରେ ଟୁ ଗ୍ରୀନ୍’ ଯାତ୍ରାକୁ ଆଗେଇ ନେଇ ଡାଲମିଆ ଭାରତ ୨୦୪୦ ସୁଦ୍ଧା “କାର୍ବନ୍ ନେଗେଟିଭ୍” କମ୍ପାନୀ ହେବାର ଲକ୍ଷ୍ୟ ନେଇ କାର୍ଯ୍ୟରତ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ବାର୍ତ୍ତା

September 18, 2026
ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

ଖଜା ଦୋକାନ ଓ ଭାଟିରେ ଚଢ଼ାଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖଜା, ପୋଡାତେଲ ଓ ବାସୀ ଚିନିସିରା ଜବତ

September 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

ଏକ ଯକ୍ଷ୍ମାମୁକ୍ତ ଭାରତ – କେବଳ ଏକ ଅଭିଯାନ ନୁହେଁ, ଏହା ଆମ ସମସ୍ତଙ୍କ ପାଇଁ ଏକ ଦାୟିତ୍ବ : ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ

September 18, 2026
ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

ପାର୍ବଣ ପାଇଁ ପୁରୀ ପୋଲିସ ର ଫୁଟ ପେଟ୍ରୋଲିଙ୍ଗ : ଜନତା ଙ୍କ ସୁରକ୍ଷା ମୂଳ ଲକ୍ଷ୍ୟ

September 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version