• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ପୁରୀରେ ବୟନିକାର ଆଧୁନିକ ମେଗା ଶୋରୁମ୍ ଉଦ୍ଘାଟିତ

Proprietor Abhimanyu Maharana by Proprietor Abhimanyu Maharana
July 11, 2026
in ଓଡ଼ିଶା, ପୁରୀ, ହୋମ୍
0
ପୁରୀରେ ବୟନିକାର ଆଧୁନିକ ମେଗା ଶୋରୁମ୍ ଉଦ୍ଘାଟିତ
Share on FacebookShare on TwitterWhatsapp

ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର ନୂଆ କେନ୍ଦ୍ର, ବୁଣାକାରଙ୍କ ପାଇଁ ବଜାର ବିସ୍ତାରର ନୂତନ ଦ୍ୱାର ।

ପୁରୀ  (ଓଡିଶା ତାଜାନ୍ୟୁଜ) (ନି.ପ୍ର) :- ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ଧାମ ପୁରୀର ରାଧାବଲ୍ଲଭ ମଠ ନିକଟରେ ବୟନିକା ପକ୍ଷରୁ ନିର୍ମିତ ଆଧୁନିକ ମେଗା ଶୋରୁମ୍‌କୁ ଆଜି ସନ୍ଧ୍ୟାରେ ସମବାୟ, ହସ୍ତତନ୍ତ, ବସ୍ତ୍ର ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଉଦ୍ଘାଟନ କରିଛନ୍ତି । ଏହି ଅବସରରେ ରାଧାବଲ୍ଲଭ ମଠ ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର ଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ,

ବୟନିକାର ପରିଚାଳନା ପରିଷଦ, ବୁଣାକାର ପ୍ରତିନିଧି ଓ ବହୁ ବିଶିଷ୍ଟ ଅତିଥି ଉପସ୍ଥିତ ଥିଲେ।ମନ୍ତ୍ରୀ ଶ୍ରୀ ବଳସାମନ୍ତ ନିଜସ୍ୱ ପାଣ୍ଠିରେ ନିର୍ମିତ ଏହି ମେଗା ଶୋରୁମ୍ ବୟନିକାର ଆର୍ଥିକ ସୁଦୃଢ଼ତା, ଦକ୍ଷ ପରିଚାଳନା ଏବଂ ହସ୍ତତନ୍ତ କ୍ଷେତ୍ରର ଉନ୍ନତି ପ୍ରତି ସଂସ୍ଥାର ଦୃଢ଼ ପ୍ରତିବଦ୍ଧତାର ପ୍ରତୀକ ବୋଲି କହିଥିଲେ । ଶ୍ରୀମନ୍ଦିର ସମ୍ମୁଖରେ ଥିବା ଏହି ପ୍ରମୁଖ ସ୍ଥାନରେ ସ୍ଥାପିତ ଶୋରୁମ୍ ମାଧ୍ୟମରେ ଦେଶ-ବିଦେଶରୁ ପୁରୀକୁ ଆସୁଥିବା ଲକ୍ଷ ଲକ୍ଷ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁମାନେ ଓଡ଼ିଶାର ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର ଓ ବୟନିକାର ବିବିଧ ଉତ୍ପାଦକୁ ଏକାଠି ପାଇପାରିବେ ।

ଏହି ଶୋରୁମ୍‌ରେ ସମ୍ବଲପୁରୀ ଇକତ୍, ବୋମକାଇ, ଖଣ୍ଡୁଆ, କୋଟପାଡ଼ ସମେତ ଓଡ଼ିଶାର ବିଭିନ୍ନ ଅଞ୍ଚଳର ପାରମ୍ପରିକ ହସ୍ତତନ୍ତ ବସ୍ତ୍ର, ରେଡିମେଡ୍ ପୋଷାକ, ଗୃହ ସଜ୍ଜା ସାମଗ୍ରୀ ଏବଂ ଅନ୍ୟାନ୍ୟ ହସ୍ତତନ୍ତ ଉତ୍ପାଦ ଉପଲବ୍ଧ ରହିବ । ଏହାଦ୍ୱାରା ରାଜ୍ୟର ପ୍ରାଥମିକ ବୁଣାକାର ସମବାୟ ସମିତି ଓ ହଜାର ହଜାର ବୁଣାକାରଙ୍କ ପାଇଁ ବ୍ୟାପକ ବଜାର ସୁଯୋଗ ସୃଷ୍ଟି ହେବା ସହ ସେମାନଙ୍କ ଆର୍ଥିକ ସଶକ୍ତିକରଣକୁ ଅଧିକ ଗତି ମିଳିବ ବୋଲି ସେ କହିଥିଲେ ।

ରାଜ୍ୟ ସରକାର ହସ୍ତତନ୍ତ ଓ ହସ୍ତଶିଳ୍ପ କ୍ଷେତ୍ରର ସର୍ବାଙ୍ଗୀଣ ବିକାଶ, ବୁଣାକାର ଓ କାରିଗରମାନଙ୍କ ଆର୍ଥିକ ଉନ୍ନତି ଏବଂ ଓଡ଼ିଶାର ସମୃଦ୍ଧ ପାରମ୍ପରିକ ବସ୍ତ୍ରକୁ ବିଶ୍ୱ ବଜାରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ଦିଗରେ ପ୍ରାଥମିକତାର ସହ କାର୍ଯ୍ୟ କରୁଛନ୍ତି । ବୟନିକାର ବିପଣନ ବ୍ୟବସ୍ଥାର ଆଧୁନିକୀକରଣ, ନୂତନ ବଜାର ସୃଷ୍ଟି ଏବଂ ବୁଣାକାରଙ୍କ ଉତ୍ପାଦର ମୂଲ୍ୟ ସଂବର୍ଦ୍ଧନ ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି ।

ପୁରୀରେ ବୟନିକାର ଏହି ମେଗା ଶୋରୁମ୍ କେବଳ ଏକ ବିକ୍ରୟ କେନ୍ଦ୍ର ନୁହେଁ, ବରଂ ଓଡ଼ିଶାର ହସ୍ତତନ୍ତ ପରମ୍ପରା, ବୁଣାକାରଙ୍କ ପରିଶ୍ରମ ଓ ଆମ ସାଂସ୍କୃତିକ ଗୌରବର ଏକ ଜୀବନ୍ତ ପ୍ରଦର୍ଶନୀ । ଦେଶ-ବିଦେଶରୁ ପୁରୀକୁ ଆସୁଥିବା ପର୍ଯ୍ୟଟକମାନେ ଏଠାରୁ ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ପରମ୍ପରାକୁ ନିକଟରୁ ଅନୁଭବ କରିବେ । ଏହି ଶୋରୁମ୍ ବୁଣାକାରଙ୍କ ପାଇଁ ଅଧିକ ବଜାର ସୃଷ୍ଟି କରିବ ଏବଂ ବୟନିକାର ବିକାଶ ଯାତ୍ରାରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ କହିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ସଭାପତି ବୟନିକା ପ୍ରକାଶ ଚନ୍ଦ୍ର ମେହେର ପରିଚାଳନା ନିର୍ଦ୍ଦେଶିକା ବୟନିକା ଡ଼ . ନିବେଦିତା ପୃଷ୍ଟି,ଉପ-ନିର୍ଦ୍ଦେଶକ (ବୟନ ଶିଳ୍ପ) ଇନ୍ଦ୍ରମଣୀ କାଣ୍ଡି,ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ- ଜୟପ୍ରକାଶ ନାରାୟଣ ବିଶ୍ୱାଳ,ଉପ ନିର୍ଦ୍ଦେଶକ (ହସ୍ତଶିଳ୍ପ)- ଶ୍ରୀ ବିଷ୍ଣୁପଦ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ରବି ଋତୁରେ ମାଗଣା ବିହନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପୋଷ୍ଟ କାର୍ଡ଼ ମାଧ୍ୟମରେ ଅନୁରୋଧ

ରବି ଋତୁରେ ମାଗଣା ବିହନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପୋଷ୍ଟ କାର୍ଡ଼ ମାଧ୍ୟମରେ ଅନୁରୋଧ

July 11, 2026
ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ

ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ

July 11, 2026
ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

ନିଶାଦ୍ରବ୍ୟ ଅପବ୍ୟବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ ଉପରେ ଏକ ଆଇନ ସଚେତନତା

July 11, 2026
ଭାପୁରରେ ସେବା ଉତ୍ସବ, ବସ୍ତ୍ର ଓ ଚପଲ ବଣ୍ଟନ

ଭାପୁରରେ ସେବା ଉତ୍ସବ, ବସ୍ତ୍ର ଓ ଚପଲ ବଣ୍ଟନ

July 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ରବି ଋତୁରେ ମାଗଣା ବିହନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପୋଷ୍ଟ କାର୍ଡ଼ ମାଧ୍ୟମରେ ଅନୁରୋଧ

ରବି ଋତୁରେ ମାଗଣା ବିହନ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କୁ ପୋଷ୍ଟ କାର୍ଡ଼ ମାଧ୍ୟମରେ ଅନୁରୋଧ

July 11, 2026
ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ

ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ଭାଗୀଦାରୀ କାର୍ଯ୍ୟକ୍ରମ

July 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version