ନୟାଗଡ଼ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ରୋଟାରୀ କ୍ଲବ ନୟାଗଡ଼ର ୩୭ ତମ ଅଧିଷ୍ଠାନ ଉତ୍ସବ ଗତକାଲି ରୋଟାରୀ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ନୂତନ ରୋଟାରୀ ବର୍ଷ ୨୦୨୬-୨୭ ପାଇଁ ସଭାପତି ଭାବେ ରୋଟାରିଆନ ବାସୁଦେବ ସାହୁ ଏବଂ ସଂପାଦକ ଭାବେ ରୋଟାରିଆନ ଦିଲ୍ଲୀପ ମିଶ୍ର ଆନୁଷ୍ଠାନିକ ଭାବେ କ୍ଲବ୍ ର ଦାୟିତ୍ଵ ଗ୍ରହଣ କରିଛନ୍ତି । ବିଦାୟୀ ସଭାପତି ରୋଟାରିଆନ ବସିରନ ବିବି ଏବଂ ସଂପାଦକ ରୋଟାରିଆନ ଅବିନାଶ ସାହୁ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ଵ ହସ୍ତାନ୍ତର କରିଥିଲେ ।

ଉତ୍ସବରେ ମୂଖ୍ୟ ଅତିଥି ଭାବେ ରୋଟାରୀ ଜିଲ୍ଲା ୩୨୬୨ ର ପୂର୍ବତନ ଗଭର୍ଣ୍ଣର ରୋଟାରିଆନ ଜୟଶ୍ରୀ ମହାନ୍ତି ଯୋଗଦେଇ କ୍ଲବର ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ନୟାଗଡ଼ ମୁନିସିପାଲିଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଏବଂ ରୋଟାରୀ ଜିଲ୍ଲା ଏଜି ରୋଟାରିଆନ ବିପ୍ର ଚରଣ ପାତ୍ର ମଞ୍ଚାସୀନ ଥିଲେ । ବିଦାୟୀ ସଭାପତି ରୋଟାରିଆନ ବସିରନ ବିବି ସ୍ବାଗତ ଭାଷଣ ଦେଇଥିବା ବେଳେ ପୂର୍ବତନ ସଂପାଦକ ଅବିନାଶ ସାହୁ ୨୦୨୫-୨୬ ବର୍ଷର ବିସ୍ତୃତ ବିବରଣୀ ଓ ସଫଳ ସେବା କାର୍ଯ୍ୟକ୍ରମର ସୂଚନା ଉପସ୍ଥାପନ କରିଥିଲେ ।
ଦାୟିତ୍ଵ ଗ୍ରହଣ କରିବା ପରେ ନୂତନ ସଭାପତି ରୋଟାରିଆନ ବାସୁଦେବ ସାହୁ ଆଗାମୀ ବର୍ଷ ପାଇଁ କ୍ଲବର ମିଶନ ଓ ଭିଜନ ଉପସ୍ଥାପନ କରିଥିଲେ। ସେହିପରି ନୂତନ ସଂପାଦକ ରୋଟାରିଆନ ଦିଲ୍ଲୀପ ମିଶ୍ର ୨୦୨୬-୨୭ ରୋଟାରୀ ବର୍ଷର ଆକ୍ସନ ପ୍ଲାନ୍ ଏବଂ ଆଗାମୀ ସେବା ପ୍ରକଳ୍ପ ଗୁଡ଼ିକ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ କ୍ଲବରେ ତିନିଜଣ ନୂତନ ସଦସ୍ୟ ଚିନ୍ମୟ ପଟ୍ଟନାୟକ , ଆଶୁତୋଷ ପାତ୍ର ଏବଂ ଗୁଣନିଧି ଶତପଥୀ ଯୋଗଦେଇ ଆନୁଷ୍ଠାନିକ ଭାବେ ସଦସ୍ୟତା ଗ୍ରହଣ କରିଥିଲେ । ମୂଖ୍ୟ ଅତିଥି ଶ୍ରୀମତୀ ମହାନ୍ତି ସମସ୍ତ ନୂତନ ସଦସ୍ୟ ଙ୍କୁ ରୋଟାରୀ ପିନ୍ ପିନ୍ଧାଇ ରୋଟାରୀ କ୍ଲବକୁ ସ୍ଵାଗତ କରିଥିଲେ ।















