କଟକରେ ଚାଞ୍ଚଲ୍ୟ । କ୍ୱାର୍ଟର୍ସରେ ଝୁଲିପଡ଼ିଲେ ମହିଳା ଆଇଆଇସି
କଟକ (ଓଡ଼ିଶା ତାଜାନ୍ୟୁଜ) (ନି.ପ୍ର) :- ଥାନା କ୍ୱାର୍ଟର୍ସରୁ ମହିଳା IICଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଟକ ଚାଉଳିଆଗଞ୍ଜ ଥାନା କ୍ୱାର୍ଟରରୁ IIC ବିୟୁଟି ମହାନ୍ତିଙ୍କ ମୃତଦେହ ମିଳିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି ପୋଲିସ । ତେବେ ପ୍ରଶ୍ନ ଉଠୁଛି- ଥାନା ସରକାରୀ କ୍ୱାର୍ଟର୍ସରେ କ’ଣ ଘଟିଲା ? IICଙ୍କ ମୃତ୍ୟୁ ପଛରେ କ’ଣ ରହସ୍ୟ କାରଣ? ବୋଲି ଏବେ କଟକ ବାସୀଙ୍କ ମନରେ ପ୍ରଶ୍ନ ।

କଟକ କମିଶନରେଟ ପୋଲିସ ଅଧିନରେ ଥିବା ଚାଉଳିଆଗଞ୍ଜ ଥାନାର ଭାରପ୍ରାପ୍ତ ଆରକ୍ଷୀ ନିରିକ୍ଷୀକା ଶ୍ରୀମତୀ ବିୟୁଟି ମହାନ୍ତି ଙ୍କ ଝୁଲନ୍ତା ମୃତ ଦେହକୁ ତାଙ୍କର ସରକାରୀ ବାସ ଗୃହରୁ ପୋଲିସ ଜବତ କରିବା ସହ ଏହି ଘଟଣାକୁ ଅତ୍ୟନ୍ତ ଗଭୀରତାର ସହ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି । ଶ୍ରୀମତୀ ମାହାନ୍ତିଙ୍କ ମୃତ ଦେହକୁ ବ୍ୟବଛେଦ ପାଇଁ କଟକ ପୋଲିସ ପଠାଇଛି ଏବଂ ଏହାର ତଦନ୍ତଭାର କଟକ କମିଶନରେଟ ପୋଲିସର ଜଣେ ବରିଷ୍ଠ ଓ ଦକ୍ଷ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି ।















