ଭାପୁର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ନୟାଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ଦିନ ଫତେଗଡ଼ ଥାନାରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି. ଥାନା ଅଧିକାରୀ ଅଜୟ ସାହୁଙ୍କ ପରିଚାଳନା ଓ ତତ୍ୱାବଧାନରେ ଖଣ୍ଡପଡା ଉପଖଣ୍ଡ ଆରକ୍ଷୀ ଅଧିକାରୀ ସରୋଜ କୁମାର ସାହୁ ଯୋଗଦେଇ ଜନସାଧାରଣ ଓ ପୋଲିସ ସହିତ ସମ୍ପର୍କକୁ ନେଇ ବିଭିନ୍ନ ଉଦାହରଣ ଦେଇ ସୁଦୃଢ କରିବାକୁ କହିଥିଲେ.















