କଟକ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଭାରତୀୟ ଚିକିତ୍ସକ ସଂଘ ପ୍ରାଚୀ ଶାଖା ପକ୍ଷରୁ ସ୍ଥାନୀୟ ନିଆଳି ସ୍ଥିତ ଚିତ୍ତରଞ୍ଜନ ସେବା ସଦନଠାରେ ଜାତୀୟ ଚିକିତ୍ସକ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଡକ୍ଟର ଅଧିରାଜ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜାତୀୟ ଚିକିତ୍ସକ ଦିବସ ପାଳନ କାର୍ଯ୍ୟକ୍ରମର ଅବସରରେ ବରିଷ୍ଠ ରେତିଓଲୋଜିଷ୍ଟ ଡାଃ ଚିତ୍ତରଞ୍ଜନ କର ଓ ମେଡିସିନ ସ୍ପେଶାଲିଷ୍ଟ ଡାଃ ଘନଶ୍ୟାମ ସାହୁଙ୍କୁ ସଙ୍ଘ ପକ୍ଷରୁ ସମ୍ମାନୀତ କରାଯିବା ସହ ଏହି ଭାରତୀୟ ଚିକିତ୍ସକ ସଂଘର ବିଭିନ୍ନ ଆଭିମୂଖ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା ।















