ପୁରୀ (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଓଡ଼ିଶା ସ୍ଲୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି ପୁରୀ ଜିଲ୍ଲା ପକ୍ଷରୁ ରାମଚଣ୍ଡୀ ସାହି ସ୍ଥିତ ଭଗବତୀ ସରସ୍ବତୀ ସ୍ମୃତି ଶିକ୍ଷକ ସଦନ ଠାରେ ଶନିବାର ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ୧୯୪୭ ମସିହାରେ ଓଡ଼ିଶାରେ ୩୫୬ଟି ହାଇସ୍କୁଲ ଥିଲା । ୧୯୬୯,୧୯୭୨ ମସିହାରେ ରାଜ୍ୟ ସରକାର ଅନେକ ବିଦ୍ୟାଳୟ ଖୋଲି ସରକାରୀ ଘୋଷଣା କରିଥିଲେ ।















