No Result
View All Result
ଭୁବନେଶ୍ଵର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ଭୁବନେଶ୍ବର ସ୍ଥିତ ଗୀତ ଗୋବିନ୍ଦ ସଦନରେ ” ଆଶା ” ସଂଗଠନର ରାଜ୍ୟସ୍ତରୀୟ ମାନସ ମନ୍ଥନ ସମ୍ମିଳନୀ-୨୦୨୬ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମୀଳନୀ ରେ ବିଭିନ୍ନ ଜିଲ୍ଲାରୁ ବହୁ ସଂଖ୍ୟାରେ ଅଭିଭାବକ, କଲେଜ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଯୁବ ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ । ସଂଗଠନର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଭୋଇଙ୍କ ସଭାପତିତ୍ରେ ଆୟୋଜିତ ଉତ୍ସବରେ ଶ୍ରୀଯୁକ୍ତ ରାମକିଶୋର ଶର୍ମା ମୁଖ୍ୟ ଅତିଥି ,

ମୁଖ୍ୟ ବକ୍ତା, ଭାବେ ବରିଷ୍ଠ ଓଡିଶା ପ୍ରାଶାସନିକ ଅଧିକାରୀ, ଅଶୋକ କୁମାର ବେହେରା, ଏବଂ ସମ୍ମାନୀତ ଅତିଥି ଭାବେ, ଏଫ୍ ସି ଆଇ ର ଜେନେରାଲ ମ୍ୟାନେଜର, ସିତାଂସୁ କୁମାର ଦାସ,, କାନରା ବ୍ୟାଙ୍କର ଡି,ଜି,ଏମ ଶରତ ଚନ୍ଦ୍ର ଭୋଇ , ଉତ୍କଳ ବିଶ୍ୱ ବିଦ୍ୟାଳୟର ସହକାରୀ ପ୍ରଫେସର ଡାଃ ଅନାମ ବେହେରା, ସହକାରୀ ପ୍ରଫେସର ଡାଃ ଗିତା ରାଣୀ ନାୟକ, ପ୍ରାକ୍ତନ ପୋଲିସ ଏସ୍ ,ପି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଭୋଇ, ପ୍ରମୁଖ ଯୋଗ ଦାନ କରି ବିଭିନ୍ନ ଅଭିଭାଷଣ ପ୍ରଦାନ କରିଥିଲେ ।

ପ୍ରଥମେ ମଞ୍ଚାସୀନ ସମସ୍ତ ଅତିଥି ବୃନ୍ଦଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ପ୍ରଭୁ ଜଗନ୍ନାଥ ଓ ବାବାସାହେବ ଡଃ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ” ଆଶା ” ସଂଗଠନର ସଭାପତି ଶ୍ରୀଯୁକ୍ତ ଅକ୍ଷୟ କୁମାର ଭୋଇ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହିତ ଦିବଙ୍ଗତଂକ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବନ୍ଦେ ଉତ୍କଳ ଜନନୀ ଜାତୀୟ ସଙ୍ଗୀତ ଗାନ କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ମୁଖ୍ଯ ଅତିଥି ଶ୍ରୀଯୁକ୍ତ ରାମକିଶୋର ଶର୍ମା ଯୁବ ପିଢ଼ିଙ୍କ ଉନ୍ନତି ନିମନ୍ତେ ବହୁ ସାରଗର୍ଭକ ତଥ୍ୟ ମାନ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଅଶୋକ କୁମାର ବେହେରା ସମବେତ ଯୁବ ପିଢ଼ି ଓ ଛାତ୍ରଛାତ୍ରୀମାନଙ୍କୁ ଉଦ୍ ବୋଧନ ଦେଇ କହିଲେଯେ ଏହି ମାନେ ହିଁ ଦେଶ ଓ ଆମ ସମାଜର ଭବିଷ୍ୟତ । ପ୍ରତ୍ୟେକ କାର୍ଯ୍ୟରେ ମନୋନିବେଶ କରି କଠୋର ପରିଶ୍ରମ କରିଲେ ଭବିଷ୍ୟତରେ ଏହାର ସୁଫଳ ନିଶ୍ଚୟ ମିଳିଥାଏ ।
ଶ୍ରୀଯୁକ୍ତ ସୀତାଂଶୁ କୁମାର ଦାସ ଯୁବ ପିଢ଼ିଙ୍କୁ କର୍ମ କ୍ଷେତ୍ରରେ ତିଷ୍ଠି ରହିବା ଓ ପରୀକ୍ଷାରେ କୃତିତ୍ୱ ସହିତ ଉତ୍ତୀର୍ଣ୍ଣ ହୋଇ କର୍ମ କ୍ଷେତ୍ର ହାସଲ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିପରି ପ୍ରାକ୍ତନ୍ ପୋଲିସ ଏସ୍. ପି ସମବେତ ଯୁବ ପିଢି, ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ସମାଜରେ କିପରି ସତର୍କ ଓ ଚରିତ୍ରବାନ ହୋଇ ଚଳିବାକୁ ହେବ ତାହା ଉପରେ ଧ୍ୟାନ ଦେବାକୁ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ଯୁବ ପ୍ରତିଭାମାନଙ୍କୁ ଆଶା ” ସଂଗଠନ ତରଫରୁ ସମ୍ମାନୀତ କରାଯାଇ ଥିଲା । “ଆଶା” ସଂଗଠନର ଏହିପରି କାର୍ଯ୍ୟକ୍ରମ ପ୍ରତ୍ୟେକ ଜିଲ୍ଲାରେ ଆୟୋଜିତ ହୋଇ ପାରିଲେ ସବୁ ବର୍ଗର ଛାତ୍ରଛାତ୍ରୀ ଉପକୃତ ହୋଇ ପାରନ୍ତେ ବୋଲି ମତ ରଖିଥିଲେ । ସଂଗଠନର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବାମଦେବ ଦାସ ଓ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ଅବକାଶ ଭଟ୍ଟଙ୍କ ଭୂମିକା ପ୍ରଶଂଶନୀୟ ଥିଲା। ସର୍ବ ଶେଷରେ ଶ୍ରୀଯୁକ୍ତ କେଦାର ନାଥ ଭୋଇସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

No Result
View All Result