ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ) (ନି. ପ୍ର) :- ୧୯୭୫ ମସିହା ଜୁନ୍ ମାସ ୨୬ ତାରିଖରେ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରି ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଯେଉଁ କଳା ଶାସନ ଲାଗୁ କରିଥିଲେ ତାହା ଭାରତ ବର୍ଷର ଇତିହାସରେ ଏକ କଳା ଅଧ୍ୟାୟ ହୋଇ ରହିଅଛି । ଏହି “କଳାଦିବସ”ର ଭୟବହତା ବିଷୟରେ ଦେଶବାସୀଙ୍କୁ ସଚେତନ କରିବା ପାଇଁ ତଥା ଭବିଷ୍ୟତରେ ଦେଶର ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଲୋକତନ୍ତ୍ର ସେନାନୀ ସଂଘ ତରଫରୁ ଏହି ଦିବସକୁ କଳା ଦିବସ ଭାବେ ପାଳନ କରାଯାଉଛି ।

ଦେଶରେ ଯୁବ ସମାଜ ଭିତରେ ଦେଶ ଇତିହାସ ବିଷୟରେ ସମ୍ୟକ୍ ତଥ୍ୟ ପ୍ରଦାନ କରିବା ପାଇଁ, ଦେଶବାସୀ ଗଣତନ୍ତ୍ର ବ୍ୟବସ୍ଥା ପ୍ରତି ଅଧିକ ଶ୍ରଦ୍ଧାଶୀଳ ହେବା ପାଇଁ ସଂଘର ଏହି ଉଦ୍ୟମ ନିରନ୍ତର ଚାଲୁ ରହିଛି । ଓଡିଶା ସରକାର ମଧ୍ୟ ଗତ ବର୍ଷ ଏହି ଦିବସକୁ ଧୁମ୍ଧାମ୍ରେ ରାଜ୍ୟସ୍ତରୀୟ ଉତ୍ସବ ଭାବେ ପାଳନ କରିଥିଲେ ଏବଂ ଜରୁରୀ ପରିସ୍ଥିତିକୁ ବିରୋଧ କରି କାରାବରଣ କରିଥିବା ମୋଟ୍ ୧୮୦ ଜଣ ସେନାନୀଙ୍କୁ ମାନପତ୍ର ଏବଂ ଆର୍ଥିକ ସୁବିଧା ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।
ରାଜ୍ୟରେ ଏହା ମଧ୍ୟରେ ଆଉ ୭୨ଜଣ ସେନାନୀମାନଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଆର୍ଥିକ ସୁବିଧା ପ୍ରଦାନ କରାଯାଇଛି । ଦିବଂଗତ ସେନାନୀମାନଙ୍କ ପତ୍ନୀମାନଙ୍କୁ ମଧ୍ୟ ପେନ୍ସନ୍ ଦେବା ପାଇଁ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ଲୋକତନ୍ତ୍ର ସେନାନୀ ସଂଘର ଅନବରତ ପ୍ରଚେଷ୍ଟା ଫଳରେ ଆଜି ଦେଶର ୧୨ଗୋଟି ରାଜ୍ୟର ସେନାନୀମାନଙ୍କୁ ସମ୍ମାନ ରାଶି ସହିତ ବିଭିନ୍ନ ସୁବିଧା ସୁଯୋଗ ମିଳିପାରୁଛି । ଆମ ଦେଶରେ ନିରଙ୍କୁଶ ଭବିଷ୍ୟତ ଗଠନ କରିବା ପାଇଁ ସଂଘର ଏହି ପ୍ରଚେଷ୍ଟାରେ ସମସ୍ତ ଓଡିଶାବାସୀଙ୍କ ସମର୍ଥନ ମିଳୁଥାଉ,















