ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ରାଜ୍ୟ କଂଗ୍ରେସ ପଛୁଆବର୍ଗ ସାମାଜିକ ନ୍ୟାୟ ବିଭାଗ କଂଗ୍ରେସ ନବନିଯୁକ୍ତ ଅଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନଙ୍କୁ ଦଳୀୟ କାର୍ଯ୍ୟାଳୟ ଠାରେ ନୟାଗଡ଼ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l ଜିଲ୍ଲାରେ କଂଗ୍ରେସ ପଛୁଆବର୍ଗ ଜାତିଭିତ୍ତିକ ସଂଗଠନ ପାଇଁ ପ୍ରାରମ୍ଭିକ ପ୍ରସ୍ତୁତି ପାଇଁ ବିଚାରବିମର୍ଶ କରାଯାଇ ଥିବା ଡିସିସି ସଭାପତି ଶ୍ରୀ ରଣଜିତ ଦାଶ ଗଣମାଧ୍ୟମକୁ କହିଛନ୍ତି l














