କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପବିତ୍ର ଶୀତଳଷଷ୍ଠୀ ଅବସରରେ କଟକର ପ୍ରସିଦ୍ଧ ଶୈବପୀଠ ବିଡାନାସୀର ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ଶୁଭ ବିବାହ ମା’ ପାର୍ବତୀଙ୍କ ସହ ବୈଦିକ ରୀତିରେ ବିଶିଷ୍ଟ ପଣ୍ଡିତମାନଙ୍କର ପବିତ୍ର ମନ୍ତ୍ରୋଚ୍ଚାରଣ ମଧ୍ୟରେ ସମାପନ ହୋଇଯାଇଛି । ଏହି ଦେବଦମ୍ପତିଙ୍କ ଶୁଭ ବିବାହ ଦେଖୂବାକୁ ସ୍ଥାନୀୟ ବାସିନ୍ଦା ତଥା ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଥିଲା ।

ପଣ୍ତିତମାନଙ୍କର ମନ୍ତ୍ରୋଚ୍ଚାରଣ, ଶ୍ରଦ୍ଧାଳୁଙ୍କ ହରିବୋଲ ଓ ଶ୍ରଦ୍ଧାଳୁ ମହିଳାଙ୍କ ହୁଳହୁଳି ଧ୍ବନି ଏହି ଅଞ୍ଚଳରେ ଏକ ବିଶେଷ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଥୂଲା । ଏହି ବିବାହ କାର୍ଯ୍ୟରେ ବର ପ୍ରଭୁ ଶ୍ରୀ ଚହଟେଶ୍ୱରଙ୍କ ପିତା ଓ ମାତା ଭାବେ ବିଡାନାସୀର ଶ୍ରୀ ବାବାଜୀ ବେହେରା ଓ ଶ୍ରୀମତୀ ସ୍ବପ୍ନା ବେହେରା ବର ପକ୍ଷର ସମସ୍ତ ପରିଜନ ସହ ଶୁଭ ବିବାହ ଲାଗି ପହଞ୍ଚିଥୂଲେ ।















