No Result
View All Result
ଗୁରୁ ହେଉଛନ୍ତି ଦେଶ ବିକାଶର ବିନ୍ଧାଣି
ରଣପୁର (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଜିଲ୍ଲା ରଣପୁର ଶିକ୍ଷା ବ୍ଲକ ଅନ୍ତର୍ଗତ ରାଜସୁନାଖଳାସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିଚାଳନା କମିଟିର ସମ୍ପାଦକ କବିକେତନ ଗୌରଚରଣ ସାମନ୍ତ ସିଂହାହରଙ୍କ ଆବାହକତ୍ୱରେ ଶୁକ୍ରବାର ଦିନ ଶିଶୁ ବିଦ୍ୟାମନ୍ଦିର ବୌଦ୍ଧିକ ମଣ୍ଡପରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ! ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରଶାନ୍ତ କୁମାର ତ୍ରିପାଠୀ ସଭାପତିତ୍ୱ କରି ମଞ୍ଚ ପରିଚାଳନା କରିଥିଲେ !

ପରିଚାଳନା କମିଟି ସହସମ୍ପାଦକ ପ୍ରମୋଦ କୁମାର ପଣ୍ଡା,କୋଷାଧକ୍ଷ ଯଦୁନାଥ ସାମନ୍ତରାୟ, ସସ୍ମିତା ମହାପାତ୍ର, ଗୀତାଞ୍ଜଳୀ ସେଠୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦଘାଟନ କରିଥିଲେ ! ସହ ପ୍ରଧାନ ଆଚାର୍ଯ୍ୟବୈକୁଣ୍ଠ ନାଥ କର ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଗୁରୁଜୀ ରମେଶ ଚନ୍ଦ୍ର ସାହୁ ବିଦାୟୀ ସଂଗୀତ ଗାନ କରିଥିଲେ! ! ବିଦାୟୀ ପ୍ରଧାନ ଆଚାର୍ଯ୍ୟ ବିଚିତ୍ର କୁମାର ରଥ ଜଣେ କର୍ତ୍ତବ୍ୟ ନିଷ୍ଠ, ଛାତ୍ର ବତ୍ସବଳ, କାର୍ଯ୍ୟ ଦକ୍ଷତା,

କାର୍ଯ୍ୟକାଳ ମଧ୍ୟରେ ବିଦ୍ୟାଳୟର ପରୀକ୍ଷା ଫଳରେ ଉଲ୍ଲେଖନୀୟ ସୁଧାର ଆସିଛି।ବିଦ୍ୟାଳୟ ଗୃହ, ସ୍ମାର୍ଟ କ୍ଲାସରୁମ୍, ବିଜ୍ଞାନ ଗାର ଓ ପାଠାଗାରର ଆଧୁନିକୀକରଣ କରିଛନ୍ତି।ବିଦ୍ୟାଳୟରେ ଉଭୟ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଉଚ୍ଚ ଶୃଙ୍ଖଳା ବଜାୟ ରଖିଛନ୍ତି। ନାଟକ ଏବଂ ବିଜ୍ଞାନ ପ୍ରଦର୍ଶନୀ ଭଳି କାର୍ଯ୍ୟକ୍ରମକୁ ସେ ସଦାସର୍ବଦା ପ୍ରୋତ୍ସାହିତ କରିଛନ୍ତି।

ଅନ୍ୟ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ଜଣେ ପ୍ରେରଣାଦାୟୀ ମାର୍ଗଦର୍ଶକ ଥିଲେ।ଯେକୌଣସି ସମସ୍ୟାର ସମାଧାନ ସେ ଅତି ଶାନ୍ତ ନମ୍ରତାର ସହ କରୁଥିଲେ। ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଥଙ୍କ ଅମୂଲ୍ୟ ସେବା, ତ୍ୟାଗ ଓ ଦୂରଦୃଷ୍ଟି ଏହି ଅନୁଷ୍ଠାନକୁ ଏକ ନୂତନ ପରିଚୟ ଦେଇଛି। ତାଙ୍କର ଅନୁପସ୍ଥିତି ବିଦ୍ୟାଳୟ ପାଇଁ ଏକ ଅପୂରଣୀୟ ରହିବ ।

ତାଙ୍କର ସୁସ୍ଥ, ନିରାମୟ ଏବଂ ଦୀର୍ଘ ଜୀବନ କାମନା କରି ସମସ୍ତ ନିମନ୍ତ୍ରିତ ଅତିଥି, ବିଦ୍ୟୁତ ପରିଷଦ ଓ ମାତୃଭାରତୀର ସଦସ୍ୟ, ସମସ୍ତ ଛାତ୍ରଛାତ୍ରୀ ଓ ବିଦ୍ୟାଳୟର ଗୁରୁଜୀ, ଗୁରୁମାମାନେ ଅଭିଭାଷଣରେ କହିଥିବାବେଳେ ବିଦାୟୀ ପ୍ରଧାନ ଆଚାର୍ଯ୍ୟ ଶ୍ରୀ ରଥଙ୍କୁ ଉତ୍ତରୀୟ, ଫୁଲ ତୋଡ଼ା, ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ !

ପରେ ସ୍ଥାୟୀ ଭାବେ ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ପ୍ରସାଦ ଦlସଙ୍କୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ! ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ସେବିକାମାନେ ସହଯୋଗ କରି ପରିଚାଳନା କରିଥିଲେ ! ପରିଶେଷରେ ଗୁରୁଜୀ ବୈକୁଣ୍ଠନାଥ କର ସମସ୍ତଙ୍କୁ ଧନ୍ୟ ବାଦ ଅର୍ପଣ କରିଥିଲେ !

No Result
View All Result