ପୁରୀ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଜୈନିକ ଭକ୍ତଙ୍କର ୨ ବର୍ଷର ପୁତ୍ର ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ହଜିଯାଇଥିଲା । ପରିବାର ଲୋକେ ପ୍ରାୟ ୨ ଘଣ୍ଟା ଧରି ଖୋଜାଖୋଜି କରିଥିଲେ l ସୂଚନା କେନ୍ଦ୍ରରେ ଘୋଷଣା ମଧ୍ୟ କରାଇଥିଲେ, କିନ୍ତୁ ଶିଶୁଟିଙ୍କୁ ଠାବ କରିପାରିନଥିଲେ। ପରେ ସେମାନେ ପୁରୀ ପୋଲିସର ସହାୟତା ନେଇଥିଲେ ।















