ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ସହର ୩ ନମ୍ବର ୱାର୍ଡର ମିଶ୍ର ଲେନ ଅନ୍ତର୍ଗତ ମା’ମଙ୍ଗଳଙ୍କ ପୀଠରେ ଆଜି ନୟାଗଡ଼ ଜିଲ୍ଲା ଟ୍ରେଡ଼ ୟୁନିଅନସ ସମନ୍ୱୟ କମିଟିର ବାର୍ଷିକ ସମୀକ୍ଷ୍ୟା ବୈଠକ ଅନୁଷ୍ଠିତ ହୋଇଯାଇଛି l କମିଟିର ଅଧ୍ୟକ୍ଷ୍ୟ ଶୂନ୍ୟଜୟୀ ମିଶ୍ରଙ୍କ ସଭାପତିତ୍ୱରେ ପରିଚାଳିତ ଏହି ବୈଠକରେ ବରିଷ୍ଠ ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ ବହୁ ମୂଲ୍ୟବାନ ସାଙ୍ଗଠନିକ ପରାମର୍ଶ ଦେଇଥିବାବେଳେ, ନୟାଗଡ଼ ତଥା ଫୁଲବାଣୀର ଜିଲ୍ଲାର ଦାଇତ୍ୱରେ ଥିବା ପ୍ରଭାଗୀୟ ଶ୍ରମ ଆଯୁକ୍ତ ତେଜ କୁମାର ବାଗେ ନିମନ୍ତ୍ରିତ ଅତିଥିଭାବେ ଯୋଗଦେଇ ସମସ୍ତ ଶ୍ରମିକ ନେତୃତ୍ୱମାନେ, ଏକଜୁଟ ହୋଇ କମିଟିର ନୀତିନିୟମ ମାନିବା ଚଳିବାସହ ଶ୍ରମିକଙ୍କ ସମସ୍ୟା ଏବଂ ଏହାର ସମାଧାନ ନିମନ୍ତେ ଜିଲ୍ଲା ଶ୍ରମକାର୍ଯ୍ୟାଳୟ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ l















