କଟକ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ପବିତ୍ର ଗଣପର୍ବ ରଜ। ଓଡ଼ିଶାର ଏହି ଗଣପର୍ବ ପ୍ରତିଟି ଗଳିକନ୍ଦିରେ ମହାସମାରୋହରେ ପାଳିତ ହେଉଥିବା ବେଳେ କଟକର ଚାନ୍ଦିନୀଚୌକ ଦରଜୀସାହିର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ରାଧାମାଧବ ଗଣପତି ଗୃପ ଏକ ନିଆରା ଢଙ୍ଗରେ ଏହି ରଜୋତ୍ସବକୁ ପାଳନ କରିଛି। ଓଡ଼ିଶାର ବିଶିଷ୍ଟ ଶିଶୁ ଚିକିତ୍ସାଳୟ “ଶିଶୁ ଭବନ” କୁ ଚିକିତ୍ସା ଲାଗି ଆସିଥୂବା ଶିଶୁମାନଙ୍କର ଅଭିଭାବକ ମାନଙ୍କୁ ମାଗଣାରେ ଖାଦ୍ୟ ପରିବେଷଣ କରି ସେହିମାନଙ୍କ ସହିତ ରଜୋତ୍ସବ ର ମଜା ନେଇଛନ୍ତି ଏହି ଗୃପର ସଦସ୍ୟମାନେ।















