ପାରଳାଖେମୁଣ୍ଡି (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହରରେ ରାଜଦାଣ୍ଡରେ ଥିବା ୧୦ ଗୋଟି ବାସଗୃହରୁ ୱାଟର ମିଟର ଚୋରି ହୋଇଥିବା ଅଭିଯୋଗ ହୋଇଛି. ଘଟଣାରୁ ପ୍ରକାଶ, ପାରଳାଖେମୁଣ୍ଡି ଜନ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପ୍ରତେକ ହିତାଧିକାରୀଙ୍କ ବାସଗୃହରେ କେତେ ପରିମାଣରେ ପାଣି ବିନିଯୋଗ ହେଉଛି ତାହା ଜାଣିବା ସହ ଏଥିପାଇଁ ଆବଶ୍ୟକ ଟିକସ ଆଦାୟ ପାଇଁ ୱାଟର ମିଟର ଖଞ୍ଜା ଯାଇଛି. ଏହି ମିଟର ଗୁଡିକ ଗତ କିଛି ମାସ ହେଲା ଚୋରି ହେଉଥିବା ଅଭିଯୋଗ ରହି ଆସିଛି.















