ବାଲିପାଟଣା (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ରାଜ୍ୟ ସରକାର ତଥା ଶିକ୍ଷା ବିଭାଗର ବେପରୁଆ ମନୋଭାବ ଯୋଗୁଁ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଏକ ମାସ ଧରି ସମୟ ବିତି ଯାଇଥିଲେ ସୁଦ୍ଧା ତାଙ୍କୁ ଦରମା ମିଳୁନଥିବାରୁ ସେଥି ନେଇ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖା ଦେଇଛି । ପ୍ରାଥମିକ ବିଦ୍ୟାଳୟର ଶିକ୍ଷକମାନେ ପ୍ରତି ମାସର ୩୦ ତାରିଖ ଦିନ ବ୍ଲକରୁ ଦରମା ପାଇ ଥାଆନ୍ତି। କିନ୍ତୁ ବଡ ଦୁଃଖର ବିଷୟ ତାଙ୍କୁ ଏପର୍ଯ୍ୟନ୍ତ ଦରମା ମିଳି ପାରିନାହିଁ ।















