ହିଞ୍ଜିଳିକାଟୁ (ଓଡ଼ିଶା ତାଜା ନ୍ୟୁଜ) (ନିପ୍ର) :- ସମ୍ପ୍ରତି ଭତ୍ତା ତାତି ସାରା ରାଜ୍ୟରେ ଏକ ଚର୍ଚ୍ଚିତ ପ୍ରସଙ୍ଗ ପାଲଟିଛି । ନିର୍ଵାଚନ ପୂର୍ବରୁ ଭୋଟରଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ ପାଇଁ ନିର୍ଵାଚନ ପ୍ରତିଶ୍ରୁତି ଦେଇଥିବା କ୍ଷମତାସୀନ ଡବଲ ଇଞ୍ଜିନ ସରକାର ଏବେ ବିଳମ୍ବିତ କାରଣରୁ ଚାରିଆଡୁ ସମାଲୋଚନାର ଶିକାର ହୋଇଛି । ଏପରିକି ଦୀର୍ଘ ୩ ମାସ ଧରି ଭତ୍ତା ବାବଦକୁ ଅର୍ଥ ରାଶି ନପାଇପାରି ବହୁ ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, ବିଧବା ହିତାଧିକାରୀ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଯାଇଛି ।

ଏହାକୁ ନେଇ ହିତାଧିକାରୀଙ୍କ ମନରେ ଅସନ୍ତୋଷ ବୃଦ୍ଧି ପାଇଛି । ଏଭଳି ଏକ ଦୁର୍ଦ୍ଦିନ ସମୟରେ ଜୈନିକ ପଞ୍ଚାୟତ ନିର୍ବାହୀ ଅଧିକାରୀ ହିତାଧିକାରୀଙ୍କୁ ଭତ୍ତା ବାବଦକୁ ଅର୍ଥ ରାଶି ଓ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବାବଦକୁ ୧୨ ଲକ୍ଷ ୩୦ ହଜାର ଟଙ୍କା ଆତ୍ମସାତ କରିବା ଘଟଣା ସାଧାରଣରେ ବେଶ ଆଲୋଡ଼ନ ସୃଷ୍ଟି କରିଛି । ଏଭଳି ଏକ ଚର୍ଚ୍ଚିତ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ଦାରୁଭଦ୍ରା ଗ୍ରାମ ପଞ୍ଚାୟତରେ ହୋଇଥିବା ସାମ୍ନାକୁ ଆସିଛି ।

ଅର୍ଥ ହେରଫେର ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ଗତ ୨୭ ତାରିଖରେ ହିଞ୍ଜିଳିକାଟୁ ବିଡ଼ିଓ ସାଗରୀକା ଷଡ଼ଙ୍ଗୀ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ - ୩୫୯/୨୬ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ମଙ୍ଗଳବାର ଘଟଣାରେ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନ ନାୟକ(୨୮)ଙ୍କୁ ବ୍ଳକ କାର୍ଯ୍ୟାଳୟ ପରିସରରୁ ଗିରଫ କରାଯାଇଛି । ସେ ଗତ ପ୍ରାୟ ଏକ ବର୍ଷ ଧରି ଦାରୁଭଦ୍ରା ଗ୍ରାମ ପଞ୍ଚାୟତର ନିର୍ବାହୀ ଅଧିକାରୀ ଭାବେ ନିୟୋଜିତ ହୋଇଥିଲେ ।

ଅଭିଯୁକ୍ତ ଜଣକ ଭଞ୍ଜନଗର ଥାନା କବିର ସାହିର ବାସିନ୍ଦା ହୋଇଥିଲା ବେଳେ ହିଞ୍ଜିଳି ଥାନା ସୋମପୁର ଗ୍ରାମରେ ଭଡ଼ାଘରେ ରହୁଥିଲେ। ସେଠାରୁ ପଞ୍ଚାୟତର ବ୍ୟାଙ୍କ୍ ପାସ୍ ବୁକ୍ ଓ ଅନ୍ୟାନ୍ୟ ନଥିପତ୍ର/ ଦଲିଲକୁ ପୁଲିସ ଜବତ କରିଛି। ଗିରଫ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ପ୍ରାଥମିକ ଅନୁସନ୍ଧାନରୁ ୧୨.୩ ଲକ୍ଷ ଟଙ୍କା ହେରଫେର ହୋଇଥିବା ଜଣାପଡିଥିବା ବେଳେ ଘଟଣାର ତଦନ୍ତ ଚାଲିଛି ଆଗାମୀ ଦିନରେ ଅଧିକ ଅର୍ଥ ରାଶି ହେରଫେର ହୋଇଥିବା ବିଡ଼ିଓ ସନ୍ଦେହ ପ୍ରକାଶ କରିଛନ୍ତି ।

ଘଟଣା ପରେ ସଂପୃକ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ତ୍ରିଲୋଚନଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଥିବା ନେଇ ବିଡ଼ିଓ ସାଗରୀକା ଷଡ଼ଙ୍ଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଅର୍ଥ ହେରଫେର ମାମଲାରେ ଜଣେ ପଞ୍ଚାୟତ ନିର୍ବାହୀ ଅଧିକାରୀ ଗିରଫ ହେବା ଘଟଣା ହିଞ୍ଜିଳି ବ୍ଲକରେ ପ୍ରଥମ ବୋଲି ଜଣାପଡ଼ିଛି । ଅନ୍ୟ ପକ୍ଷରେ ଅର୍ଥ ହେରଫେର ଘଟଣାରେ କେବଳ ସମ୍ପୃକ୍ତ ପିଇଓଙ୍କ ସମ୍ପୃକ୍ତି ରହିଛି ନା ଅନ୍ୟ କେଉଁ ଅଦୃଶ୍ୟ ଶକ୍ତି ମାନଙ୍କ ହାତ ରହିଛି ତାହା ବି ପୁଲିସର ତଦନ୍ତ ପରିସରଭୁକ୍ତ ହେବା ଆଵଶ୍ୟକତା ରହିଛି । ପୁଲିସ ସବୁ ଦିଗରୁ ଅଧିକ ଖୋଳତାଡ଼ କଲେ ଘଟଣାର ସତ୍ୟାସତ୍ୟ ଲୋକଲୋଚନକୁ ଆସି ପାରିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।