• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଓଡିଶାରେ ଏମଏସଏମଇଗୁଡିକ ପାଇଁ ବ୍ୟବସାୟ ସୁଯୋଗ ବୃଦ୍ଧି ଉପରେ ଆଲୋକପାତ କରିଛି ସିଆଇଆଇ ଏମଏସଏମଇ କନେକ୍ଟ ସିରିଜ ୨୦୨୬

Proprietor Abhimanyu Maharana by Proprietor Abhimanyu Maharana
May 30, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
ଓଡିଶାରେ ଏମଏସଏମଇଗୁଡିକ ପାଇଁ ବ୍ୟବସାୟ ସୁଯୋଗ ବୃଦ୍ଧି ଉପରେ ଆଲୋକପାତ କରିଛି ସିଆଇଆଇ ଏମଏସଏମଇ କନେକ୍ଟ ସିରିଜ ୨୦୨୬
Share on FacebookShare on TwitterWhatsapp

ଭୁବନେଶ୍ୱର (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ଓଡିଶା ପକ୍ଷରୁ ଭୁବନେଶ୍ୱରରେ ସଫଳତାର ସହ ସିଆଇଆଇ ଏମଏସଏମଇ କନେକ୍ଟ ସିରିଜ ୨୦୨୬: ଏକ୍ସପାଣ୍ଡିଙ୍ଗ ବିଜନେସ୍‌ ହରାଇଜନ’ର ଆୟୋଜନ କରାଯାଇଛି, ଯାହା ଶିଳ୍ପ ସହଭାଗିତାକୁ ସୁଦୃଢ କରିବା ଏବଂ ଓଡିଶାର ଏମଏସଏମଇ କ୍ଷେତ୍ର ପାଇଁ ନୂତନ ବ୍ୟବସାୟ ସୁଯୋଗ ସୃଷ୍ଟି କରିବା ପାଇଁ ବରିଷ୍ଠ ସରକାରୀ ଅଧିକାରୀ, ଶିଳ୍ପର ବିଶିଷ୍ଟ ବ୍ୟକ୍ତି ଓ ଏମଏସଏମଇଗୁଡିକୁ ଏକତ୍ରିତ କରିଛି । ଏହି ସମ୍ମିଳନୀରେ ଓଡିଶା ସରକାରଙ୍କ ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

ସମ୍ମିଳନୀରେ ଉପସ୍ଥିତ ବ୍ୟକ୍ତିଙ୍କୁ ସମ୍ବୋଧିତ କରି ଶ୍ରୀ ସମ୍ପଦ ଚରଣ ସ୍ୱାଇଁ ଗୁରୁତ୍ୱାରୋପ କରିଥିଲେ ଯେ, ୨୦୩୬ ଓ ୨୦୪୭ ସୁଦ୍ଧା ସମୃଦ୍ଧ ଓଡିଶା ଓ ବିକଶିତ ଭାରତର ଲକ୍ଷ୍ୟକୁ ହାସଲ କରିବା ପାଇଁ ବୃହତ ଶିଳ୍ପ ସହ ଏମ୍‌ଏସଏମଇଗୁଡିକୁ ମଧ୍ୟ ବିକଶିତ କରିବାର ଆବଶ୍ୟକତା ରହିଛି । ସେ ବୃହତ ଶିଳ୍ପ ଚାରିପାଶ୍ୱର୍ରେ ଏମଏସଏମଇ ସୁଯୋଗଗୁଡିକୁ ଚିହ୍ନଟ କରିବା ପାଇଁ ଏମଏସଏମଇ ଓ ସମ୍ବନ୍ଧିତ ଶିଳ୍ପଗୁଡିକ ମଧ୍ୟରେ ମଜବୁତ ସହଯୋଗିତା ସହ ଇଣ୍ଡଷ୍ଟ୍ରିଆଲ ଏରିଆ ମ୍ୟାପିଙ୍ଗ ପାଇଁ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲେ ।

ଓଡିଶାର ଶିଳ୍ପ ପ୍ରଗତିକୁ ହାଇଲାଇଟ କରି ସେ ଉଲ୍ଲେଖ କରିଥିଲେ ଯେ, ଆନ୍ଧ୍ରପ୍ରଦେଶ ପରେ ଉତ୍କର୍ଷ ଓଡିଶା ଅଭିଯାନଅଧିନରେ ଓଡିଶା ଦେଶରେ୨ୟ ସର୍ବାଧିକ ନିବେଶ ଗନ୍ତବ୍ୟସ୍ଥଳୀ ଭାବେ ଉଭା ହୋଇଛି । ଏହି ଅବସରରେ ଓଡିଶା ସରକାରଙ୍କ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) ବିଭାଗର କମିଶନର ତଥା ସଚିବ ଆଇଏଏସ, ଶ୍ରୀମତି ରଶ୍ମିତା ପଣ୍ଡା ଓଡିଶାର ଏମଏସଏମଇ ଇକୋସିଷ୍ଟମର ବର୍ଦ୍ଧିତ ଶକ୍ତିକୁ ହାଇଲାଇଟ କରିଥିଲେ, ସେ କହିଥିଲେ ଯେ, ରାଜ୍ୟରେ ଉଦ୍ୟମ ଅଧିନରେ ୧୪ ଲକ୍ଷରୁ ଅଧିକ ଏମଏସଏମଇ ପଞ୍ଜୀକୃତ ରହିଛନ୍ତି ।

ସେ ବିକ୍ରେତାଙ୍କ ବିକାଶ, ମଜବୁତ ଶିଳ୍ପ ସଂଯୋଗ ଓ ବ୍ୟବସାୟ କରିବାର ସହଜତାକୁ ଗୁରୁତ୍ୱ ଦେବା ସହିତ ଖାଦ୍ୟ ପ୍ରକ୍ରିୟାକରଣ, ଖଣି ଏବଂଧାତୁ ଓ ବୟନଶିଳ୍ପ ଭଳି କ୍ଷେତ୍ରଗୁଡିକ ଉପରେ ସରକାରଙ୍କ ମହତ୍ୱ ସମ୍ପର୍କରେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସମ୍ବୋଧନରେ ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୀଲ କୁମାର ସିଂହ ଓଡିଶାରେ ନିଯୁକ୍ତି ସୃଷ୍ଟି ଓ ଅର୍ଥନୈତିକ ବିକାଶ ଦିଗରେ ଏମଏସଏମଇର ଯୋଗଦାନ ଉପରେ ଆଲୋକପାତ କରିଥିଲେ ଏବଂ ଭବିଷ୍ୟତର ଶିଳ୍ପ ନିବେଶଗୁଡିକର ଲାଭ ଉଠାଇବା ପାଇଁ ଏମଏସଏମଇ ପାଇଁ କ୍ଷମତା ବୃଦ୍ଧି କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ ।

ସିଆଇଆଇ ଓଡିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ମଣିକାନ୍ତ ନାୟକ ଶିଳ୍ପ ଅଭିବୃଦ୍ଧି ଅନ୍ତରକୁ ଦୂର କରିବା ଏବଂ ବ୍ୟବସାୟିକ ସମ୍ପ୍ରସାରଣ ପାଇଁ ଶିଳ୍ପଗୁଡିକ ସହ ସକ୍ରିୟ ଯୋଗଦାନ ପାଇଁ ଉଦ୍ୟୋଗଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ ବୃହତ ଶିଳ୍ପ ଓ ଏମଏସଏମଇ ମଧ୍ୟରେ ସହଭାଗିତା ଉପରେ ଗୁରୁତ୍ୱ ଦେଇଥିଲେ । ସେହିପରି ସିଆଇଆଇ ଓଡିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଡଃ ପ୍ରଦୀପ୍ତ ମହାନ୍ତୀ ବୟନଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି କ୍ଷେତ୍ର ସମେତ ସୁଲଭ ଭିତିଭୂମି ଓ ଟେକ୍ନୋଲୋଜି ଗ୍ରହଣୀୟତା କ୍ଷେତ୍ରରେ ଏମଏସଏମଇର କେନ୍ଦ୍ରିତ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ ।

ସିଆଇଆଇ ଓଡିଶା ରାଜ୍ୟ ପରିଷଦର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ପଟ୍ଟନାୟକ ମଧ୍ୟ ଜମି, ଋଣ, ଡିଜିଟାଲ ରୂପାନ୍ତରଣ, ସ୍ଥାୟିତ୍ୱ ଓ ଏମଏସଏମଇ ପାଇଁ ବିପଦ ପରିଚାଳନା ସମ୍ପର୍କିତ ଆହ୍ୱାନଗୁଡିକୁ ହାଇଲାଇଟ କରିଥିଲେ । ଏହି ସମ୍ମିଳନୀ ଏମଏସଏମଇଗୁଡିକୁ ସିଧାସଳଖ ବେଦାନ୍ତ ଲିଃ, ଜିନ୍ଦଲ ଷ୍ଟେନଲେସ ଲିଃ, ହିନ୍ଦାଲକୋ ଇଣ୍ଡଷ୍ଟ୍ରୀଜ ଲିମିଟେଡ, ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡ, ଇଫ୍‌କୋ, ତାଳଚେର ଫର୍ଟିଲାଇଜର୍ସ ଲିଃ, କାଲ୍‌ଡେରୀସ ଇଣ୍ଡିଆ ରିଫ୍ରାକ୍ଟୋରିଜ୍ ଲିଃ, ନାଲ୍‌କୋ ଲିଃ, ଏଲଆଣ୍ଡଟି, ଟିପିସିଓଡିଏଲ ଏବଂ ଶ୍ରୀ ମହାବୀର ଫେରୋ ଆଲୟଜ୍ ଭଳି ଶିଳ୍ପ ସଂସ୍ଥା ସହ ଯୋଗାଯୋଗ କରିବା ପାଇଁ ସକ୍ଷମ କରିଥିଲା । ୨୦୦ରୁ ଅଧିକ ଏମଏସଏମଇ ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Bajaj Finance Empowers Rural Odisha with Financial Literacy and Cyber Fraud Awareness

ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ୟମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ

September 22, 2026
Bajaj Finance Empowers Rural Odisha with Financial Literacy and Cyber Fraud Awareness

Bajaj Finance Empowers Rural Odisha with Financial Literacy and Cyber Fraud Awareness

September 22, 2026
ଫାରୋସ୍ କପ୍ ୨୦୨୬ ରେ ଓଡ଼ିଶା ଏଏମ୍/ଏନ୍ଏସ୍ ଇଣ୍ଡିଆ ଜିମ୍ନାଷ୍ଟିକ୍ସ ହାଇ ପରଫର୍ମାନ୍ସ ସେଣ୍ଟର ଆଥଲେଟ୍ କରିଶ୍ମାଙ୍କ ରୌପ୍ୟ ପଦକ ହାସଲ

Karishma from Odisha AM/NS India Gymanstics High Performance Centre wins silver at Pharaohs Cup 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Bajaj Finance Empowers Rural Odisha with Financial Literacy and Cyber Fraud Awareness

ଆର୍ଥିକ ସାକ୍ଷରତା ଏବଂ ସାଇବର ଠକେଇ ସଚେତନତା ମାଧ୍ୟମରେ ଗ୍ରାମୀଣ ଓଡ଼ିଶାକୁ ସଶକ୍ତ କରୁଛି ବଜାଜ୍ ଫାଇନାନ୍ସ

September 22, 2026
Bajaj Finance Empowers Rural Odisha with Financial Literacy and Cyber Fraud Awareness

Bajaj Finance Empowers Rural Odisha with Financial Literacy and Cyber Fraud Awareness

September 22, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version