ଟାଙ୍ଗୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ନିକଟରେ ଖୋରଧା ଜ଼ିଲା ଯାଦବ ସମିତିର ସାଧାରଣ ଅଧିବେଶନ କନ୍ଧ ନୟାଗଡ଼ ରେ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ. ଏହି ନବନିର୍ବାଚିତ ସଭାପତି ଅନ୍ତର୍ଯ୍ୟାମୀ ବେହେରା, ଉପଦେଷ୍ଟା ଶଙ୍କର ପ୍ରତାପ ମହାରଥୀ, ଉପସଭାପତି ପ୍ରଦୀପ ବେହେରା ଓ ନବକିଶୋର ବେହେରା, ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ଲୋକନାଥ ବେହେରା,
ନିରଞ୍ଜନ ବେହେରା, ବିଶ୍ୱମ୍ବର ବେହେରା, ବିଦ୍ୟାଧର ବେହେରା, ସଞ୍ଜୟ ବେହେରା, ଅରୁଣ କୁମାର ସୁବୁଦ୍ଧି ଓ ଅଧିକାରୀ ବେହେରା ପ୍ରମୁଖ କଟକରେ ଉତ୍କଳ ଯାଦବ ମହାସଭା ସଭାପତି ଆଶୀର୍ବାଦ ବେହେରା, କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରା,
ରାଷ୍ଟ୍ରୀୟ ଯୁବ ଯାଦବ ମହାସଭା ସଭାପତି ଇଂ ପ୍ରଦୀପ କୁମାର ବେହେରାଓସାଧାରଣ ସମ୍ପାଦକ ତଥା ଖୋରଧା ଜ଼ିଲା ଯାଦବ ସମିତି ପର୍ଯ୍ୟବେକ୍ଷକ ନନ୍ଦଲାଲ ସିଂ ଯାଦବ ପ୍ରମୁଖଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରି ଯାଦବ ସମାଜର ସାମୁହିକ ଶିକ୍ଷା, ନିଯୁକ୍ତି ସହିତ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡିଛି l














