ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ବଡଦାଣ୍ଡ ବଗଲା ଧର୍ମଶାଳା ସମ୍ମୁଖରେ ଥିବା ଅରୁନ୍ଧତୀ ଜୁଏଲର୍ସ ଶୋ ରୁମ ଆଗରେ ଜୈନିକ କର୍ମଚାରୀ ହୋହଲ୍ଲା କରୁଥିବା ଦେଖିବାକୁ ବୁଧବାର ଅପରାହ୍ନରେ ଦେଖିବାକୁ ମିଳିଥିଲା । ସେଠାରେ ପୋଲିସ ଗାଡି ସହ ଗ୍ରାହକ ଓ ଦେଖଣାହାରୀ ଜମା ହୋଇଥିଲେ । ଗହଳି ଦେଖି କୁମ୍ଭାରପଡା ଥାନାର ପିସିଆର ଭ୍ଯାନ ଲାଗିଥିଲା । ଜୁଏଲାରୀ ମ୍ଯାନେଜର ଓ ହୋହାଲ୍ଲା କରୁଥିବା ଉଭୟ ପକ୍ଷଙ୍କୁ ଥାନାକୁ ଯିବାକୁ କହିଥିଲା । ସେଠାରୁ ଶୁଣିବାକୁ ମିଳିଥିଲା ଯେ ଉକ୍ତ କର୍ମଚାରୀଙ୍କ ଗୋଲ୍ଡ ସିକ୍କିମରେ ୩ ଲକ୍ଷ ୪୫ ହଜାର ଟଙ୍କା ଜମା କରିଥିଲେ ।















