ନୟାଗଡ଼ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପୂର୍ବାହ୍ନ ୧୦ ଘଟିକା ସମୟରେ ନୟାଗଡ ଜିଲ୍ଲାପାଳ ମଧୁମିତା ରଥଙ୍କ ଅଧ୍ୟକ୍ଷତାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମାନ୍ୟବର ବିଧାୟକ ନୟାଗଡ ଡଃ ଅରୁଣ କୁମାର ସାହୁ / ମାନ୍ୟବର ବିଧାୟକ ଖଣ୍ଡପଡ଼ା ତଥା- ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଇଂ ଦୁଷ୍ମନ୍ତ କୁମାର ସ୍ୱାଇଁ / ମାନ୍ୟବର ବାଚସ୍ପତି – ତଥା – ବିଧାୟକ ରଣପୁରଙ୍କ ପ୍ରତିନିଧି ଅଭିଷେକ ସାମନ୍ତରାୟ/ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଞ୍ଜିନିୟର ଦେବାଶିଷ ପଟ୍ଟନାୟକ / ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁବାସ ଚନ୍ଦ୍ର ପଣ୍ଡା/ଅତିରିକ୍ତ ଜିଲ୍ଲାପାଳ ରୋଜିନ ।

ଦାସ / ଉପ-ଜିଲ୍ଲାପାଳ କର୍ଣ୍ଣଦେବ ସମାଦାର/ଜିଲ୍ଲା ଜରୁରୀ କାଳୀନ ଅଧିକାରୀ, ତପତି ରାଜ/ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ଜିତେନ୍ଦ୍ର କୁମାର ନାୟକ/ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ବୈଠକ ପରିଚାଳନା କରିଥିଲେ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ତଥା ଡେପୁଟୀ କଲେକ୍ଟର ତପତି ରାଜ। ବୈଠକର ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନ କରାଯାଇ ଶୁଭାରମ୍ଭ କରାଯାଇଥିଲା। ଏହା ପରେ ଅତିଥିମାନଙ୍କୁ ଚାରା ଏଵଂ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। ପରେ ପରେ ପୂର୍ବ ବର୍ଷର ବୈଠକର ବିବରଣୀ ଅନୁଯାୟୀ ଆଲୋଚନା କରାଯାଇଥିଲା।
ବୈଠକର ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତଙ୍କୁ ସ୍ଵାଗତ କରି ବୈଠକର ଅଭିପ୍ରାୟରେ କହିଲେ ଯେ ଜିରୋ କାଜୁଆଲିଟି ରଖି ପ୍ରାକୃତିକ ବିପର୍ଯ୍ୟୟ ଉପରେ ଆଲୋଚନା କରାଯିବ। ବିପର୍ଯ୍ୟୟ ସମୟରେ ତ୍ୱରିତ ଭାବେ କାର୍ଯ୍ୟ କ୍ଷେତ୍ରରେ ପ୍ରତ୍ୟେକ ବିଭାଗ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ । ସେହିପରି ମାନ୍ୟବର ବିଧାୟକ ନୟାଗଡ ବକ୍ତବ୍ୟରେ କହିଲେ ଯେ, ଭବିଷ୍ୟତର ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ରିଜୋଲିୟୁସନ କରାଯାଉ।
କାଳ ବୈଶାଖୀ/ବଜ୍ରପାତ/ମରୁଡ଼ି ଏଵଂ ବନ୍ୟା ସମୟରେ ସତର୍କ ରହିବାକୁ ପ୍ରଶାସନକୁ ପରାମର୍ଶ ଦେଇଥିଲେ ।
ମାନ୍ୟବର ବିଧାୟକ ଖଣ୍ଡପଡ଼ା ମଣିପୁର ନଦୀବନ୍ଧ ନିର୍ମାଣ ପାଇଁ ବନ୍ୟାର ଭୟ ନଥିବା କଥା ପ୍ରକାଶ କରିଥିଲେ ଏଵଂ ପୂର୍ବ ବର୍ଷ ଭଳି ପ୍ରଶାସନ ସମୀକ୍ଷା କରି ସତର୍କ ରହିବାକୁ ପରାମର୍ଶ ଦେଇଥିଲେ। ମାନ୍ୟବର ବାଚସ୍ପତି – ତଥା – ବିଧାୟକ ରଣପୁରଙ୍କ ପ୍ରତିନିଧିଙ୍କ ଜିଲ୍ଲାର ଉନ୍ନତି ନିମନ୍ତେ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ରହିଥିଲା। ସମୟ ନିର୍ଘଣ୍ଟ ଓ ଆନୁଷଙ୍ଗିକ ବ୍ୟବସ୍ଥା କରିବା ପାଇଁ ସମସ୍ତ ଲାଇନ୍ ବିଭାଗର ଅଧିକାରୀ, ଯନ୍ତ୍ରୀ, ଜିଲ୍ଲାସ୍ତରୀୟ/ ବ୍ଲକ ସ୍ତରୀୟ ଅଧିକାରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା।
ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇ ଦେବାକୁ TPCODL ଏଵଂ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ବିଷୟରେ PWD ଏବଂ RWSS ଯନ୍ତ୍ରୀଙ୍କୁ ପରାମର୍ଶ ଦିଆଯାଇଥିଲା। ସ୍ୱାସ୍ଥ୍ୟ ସେବା ବିଷୟରେ CDMOଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର/ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ଅଂଶୁଘାତ ପାଇଁ ସ୍ୱତନ୍ତ୍ର ପ୍ରକୋଷ୍ଠ ସହିତ ଆନୁଷଙ୍ଗିକ ବ୍ୟବସ୍ଥା କୁ ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ବିପର୍ଯ୍ଯୟ ସମୟରେ ସମସ୍ତ ଲାଇନ୍ ବିଭାଗ ଅଧିକାରୀମାନଙ୍କର ସମନ୍ୱୟ ରଖିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବ୍ଲକର ବିଡ଼ିଓ / ତହସିଲଦାର, ଜିଲ୍ଲା ସ୍ତରୀୟ ଅଧିକାରୀ / ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀମାନେ ଉପସ୍ଥିତ ଥିଲେ ।ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରାଯାଇଥିଲା ।














