ନୟାଗଡ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ନୟାଗଡ ସହରାଞ୍ଚଳରେ ପୌରପରିଷଦ ପକ୍ଷରୁ ବ୍ୟାପକ ଜଳଛତ୍ର କେନ୍ଦ୍ର ମାନ ଖୋଲା ଯାଇଥିବା ଦେଖିବାକୁ ମିଳୁଛି l ସମଗ୍ର ସହରର ମିଳନି (କଲେଜ ଲେନ୍) ସ୍କୁଲ, ଜଗନ୍ନାଥ ମନ୍ଦିର ସମ୍ମୁଖ, ସାଗର ପୋଖରୀ ନିକଟ, ଖଣ୍ଡପଡା ରୋଡ଼ ସ୍ଥିତ ଆକ୍ସିସ ବ୍ୟାଙ୍କ୍ ସମ୍ମୁଖ, ପୁରୁଣା ଜେଲ ସମ୍ମୁଖ ଦୁଃଖୀ ମାର୍କେଟ,

ପୁରୁଣା ବସଷ୍ଟାଣ୍ଡ ନିକଟ ନବ ନିର୍ମିତ ଦୁଇ ବସଷ୍ଟପ ନିକଟରେ ଦୁଇଟି ଅଞ୍ଚଳରେ ଜଳଛତ୍ର କେନ୍ଦ୍ର ମାନ ଖୋଲିଛି l ନୟାଗଡରେ ବର୍ତ୍ତମାନ ଗରମ ସହ ଭୀଷଣ ଗୁଳୁଗୁଳି ଅନୁଭୂତି ହେବା ପରିପ୍ରେକ୍ଷୀରେ ନୟାଗଡ ମ୍ୟୁନିସପାଲିଟି ପକ୍ଷରୁ ଏଭଳୀ ଜନସ୍ୱାର୍ଥ ସମ୍ବଳିତ କାର୍ଯକ୍ରମକୁ ସାଧାରଣରେ ପ୍ରଂଶସା କରାଯାଇଛି l
ଏହି ଜଳଛତ୍ର କାର୍ଯ୍ୟକ୍ରମର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ପୌରପରିଷଦ ଅଧକ୍ଷ ନିରୁପମା ଖଟେଇ, କାର୍ଯ୍ୟାନିର୍ବାହୀ ଅଧିକାରିଣୀ (E.O) ସ୍ନେହଲତା ଆଚାର୍ଯ୍ୟ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନାଙ୍କ ସମେତ ସମସ୍ତ ସମ୍ପୃକ୍ତ କାଉନସିଲର ଉପସ୍ଥିତ ଥିଲେ l














