• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

Proprietor Abhimanyu Maharana by Proprietor Abhimanyu Maharana
May 18, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ
Share on FacebookShare on TwitterWhatsapp

ପୁରୀ (ଓଡିଶା ତାଜା ନ୍ୟୁଜ) ନି. ପ୍ର :- ଜଳବାୟୁ ପରିବର୍ତ୍ତନ ଗ୍ରହଣୀୟତା ନିମନ୍ତେ ତଥ୍ୟ ବିଜ୍ଞାନର ସ୍ଥାନୀୟକରଣ ପ୍ରକଳ୍ପ ( ଏଲ୍ ଡିଏସସିସିଏ)ଅଧୀନରେ ୨ୟ ଜିଲ୍ଲାସ୍ତରୀୟ ସମନ୍ଵୟ ବୈଠକ (ଡିଏଲ୍ ସିସି) ପୁରୀସ୍ଥିତ ସିଡିଏଓ ସମ୍ମିଳନୀ କକ୍ଷରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ( ସିଡିଏଓ) ଶ୍ରୀ ଚନ୍ଦ୍ରମୋହନ ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା, ସମନ୍ଵୟ ଫଳାଫଳ ଆକଳନ ଏବଂ ପରବର୍ତ୍ତୀ ତ୍ରୟମାସିକ ( ମେ – ଜୁଲାଇ, ୨୦୨୬) ନିମନ୍ତେ କାର୍ଯ୍ୟକ୍ରମ ନକ୍ସା ମିଳିତ ଭାବରେ ଯୋଜନା କରିବାକୁ ପ୍ରଥମ ଡିଏଲସିସି ବୈଠକ ନିଷ୍କର୍ଷର ପରବର୍ତ୍ତୀ ପଦକ୍ଷେପ ଭାବରେ ଏହି ତ୍ରୟମାସିକ ସମନ୍ଵୟ ବୈଠକ ଆୟୋଜନ କରାଯାଇଥିଲା ।

କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ସମ୍ପଦ, ଗୋସଂପଦ, ଜଳସେଚନ, ମୃତ୍ତିକା ସଂରକ୍ଷଣ, ଓଡ଼ିଶା ଜୀବିକା ମିଶନ (ଓଏଲଏମ୍), ଜଙ୍ଗଲ ବିଭାଗ, ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ (ଡିଏସଡ଼ ବ୍ଲ୍ୟୁ), ଓ କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିନିଧିଗଣ ଏବଂ ବୈଷୟିକ ସଂସ୍ଥାସମୁହ, କାର୍ଯ୍ୟକ୍ରମର ସହଭାଗୀ ଏବଂ ରୁପାୟନକରୀ ଅଂଶୀଦାରମାନେ ଏହି ବୈଠକରେ ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ରମ ସହିତ ସଂଯୁକ୍ତ କୃଷକମାନେ ମଧ୍ୟ ସେମାନଙ୍କର କ୍ଷେତ୍ର ଅନୁଭୂତି, ଶିକ୍ଷଣ ଏବଂ ସମନ୍ୱିତ କୃଷି ବ୍ୟବସ୍ଥା ( ଆଇଏଫଏସ), ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (ଏମ୍ କେୟୁୱାଇ), କୃଷି ପୁଷ୍କରିଣୀ ବିକାଶ,.ଏବଂ ଜଳବାୟୁ ପ୍ରଟିରୋଧୀ କୃଷି ପ୍ରୟାସ ଭଳି ସମନ୍ଵୟ ସଂଯୁକ୍ତ ଯୋଜନାଗୁଡ଼ିକରୁ ହାସଲ କରାଯାଇଥିବା ଅନୁଭୂତି, ଶିକ୍ଷଣ ଓ ଫାଇଦାଗୁଡିକର ସହଭାଗିତା କରିଥିଲେ ।

ଜାନୁଆରୀ ରୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ବୈଠକରେ ଉପସ୍ଥାପନ କରାଯାଇଥିଲା, ଯେଉଁଥିରେ ଏହି ପ୍ରୟାସ ୧୭ଟି ଗ୍ରାମରେ ୫୦୦ ରୁ ଅଧିକ ଚାଷୀ ପରିବାରଙ୍କ ନିକଟରେ ପହଞ୍ଚି ପାରିଥିବା ଓ ୨୫୦ରୁ ଅଧିକ ମହିଳା ଚାଷୀ ଜଳବାୟୁ ପ୍ରତିରୋଧୀ କୃଷି ଓ ଜୀବିକା ଉପାର୍ଜନ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରୁଛନ୍ତି। ପ୍ରାୟ ୨୦୭ ଏକର ଅଞ୍ଚଳକୁ ଏସ ଆର୍ ଆଇ ଓ ଉନ୍ନତ କୃଷି ଅର୍ଥନୈତିକ କର୍ଯ୍ୟାଭ୍ୟାସ ଉପଯୋଗ କରି ଧାନ ଚାଷ, ଡାଲି ଚାଷ, ମିଲେଟ ଚାଷ, ବ୍ୟବସାୟିକ ପରିବା ଚାଷ ଏବଂ ସମନ୍ୱିତ କୃଷି ବ୍ୟବସ୍ଥା ମଡେଲକୁ ପ୍ରୋତ୍ସାହନ ଜରିଆରେ ଜଳବାୟୁ ପ୍ରତୀରୋଧୀ କୃଷି ଅଧିନକୁ ଅଣାଯାଇଛି ।

ଗୋ ପାଳନ, ଏମ୍ କେ ୟୁ ୱାଇ ଅଧୀନରେ କୁକୁଡ଼ା ପାଳନ, ଛତୁ ଚାଷ, ଜିଆ ଖତକୁ ପ୍ରୋତ୍ସାହନ ଏବଂ ଛାତ ଉପରେ ସୌର ଶକ୍ତି ପ୍ରକଳ୍ପ ଭଳି ଜୀବିକା ଉପାର୍ଜନ ଓ ଔଦ୍ୟୋଗିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ବିବିଧ ବିଭାଗ ସମନ୍ଵୟ ଜରିଆରେ କାର୍ଯ୍ୟକାରୀ କରାଯାଇଥିଲା, ଯେଉଁଥିରେ ସଂସ୍ଥାନଗତ ସମର୍ଥନ ଓ ସମ୍ବଳ ଆକାରରେ ୪୩ କୋଟି ଟଙ୍କାରୁ ଅଧିକ ଯୋଗାଡ କରାଯାଇଥିଲା । ଆଲୋଚନା କାଳରେ ମେ – ଜୁଲାଇ ୨୦୨୬ ନିମନ୍ତେ ତ୍ରୟ ମାସିକ ସମନ୍ୱିତ କର୍ଯ୍ୟାନ୍ଵୟନ ଯୋଜନାକୁ ସମସ୍ତ ଅଂଶଗ୍ରହଣକାରୀ ବିଭାଗ ଆନୁଷ୍ଠାନିକ ଭାବରେ ସମର୍ଥନ କରିଥିଲେ ।

ମୁକ୍ତ ଅଧିବେଶନ ଆଲୋଚନା କାଳରେ ଗ୍ରାମ ପଞ୍ଚାୟତ ସ୍ତରରେ ସମନ୍ୱିତ ରୁପାୟନକାରି ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ବିଭାଗ ୱାରୀ ଧାର୍ଯ୍ୟ ଲକ୍ଷ୍ୟ ଏବଂ ଦାୟିତ୍ଵ ଗୁଡ଼ିକ ସମ୍ପର୍କରେ ଆଲୋଚନା କରାଯାଇ ତାହା ଚୂଡାନ୍ତ କରାଯାଇଥିଲା । ଏହି ବୈଠକ ପୁରୀ ଜିଲ୍ଲା ଗୋପ ବ୍ଲକରେ ଲୋକାଲାଇଜିଂ ଡାଟା ସାଇନ୍ସ ଫର୍ କ୍ଲାଇମେଟ ଚେଞ୍ଜ ଆଡାପଟେଶନ ଇନିସିଏଟିଭ କାର୍ଯ୍ୟକାରୀ ସଂସ୍ଥା ହମାରା ବଚପନ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହୋଇଥିଲା । ଏହି ପ୍ରୟାସ ୟୁଏନ୍ ଡିପି ଇଣ୍ଡିଆ ଏବଂ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଏକ ମିଳିତ ପ୍ରୟାସ ହୋଇଥିବାବେଳେ ଏହାକୁ ବିଲ୍ ଆଣ୍ଡ ମିଲିଣ୍ଡା ଗେଟସ ଫାଉଣ୍ଡେସନ ( ବି ଏମ୍ ଜି ଏଫ୍) ସମର୍ଥନ ଯୋଗାଇ ଦେଇଥିଲା ।

ଏହି ପ୍ରକଳ୍ପ ଜାତୀୟ ସ୍ତରରେ ପ୍ରସ୍ତୁତ ଜଳବାୟୁ ସମର୍କିତ ସୂଚନାକୁ କୃଷକ, ଯୋଜନା ପ୍ରସ୍ତୁତକାରୀ o ସ୍ଥାନୀୟ ସଂସ୍ଥାନଗୁଡ଼ିକ ବାସ୍ତବ ସମୟ ଭିତ୍ତିକ ଜଳବାୟୁ ଗ୍ରହଣୀୟତା ଏବଂ ମଜଭୁତ ଜୀବିକା ଉପାର୍ଜନ ଯୋଜନା ନିମନ୍ତେ ସଫଳତାର ସହିତ ସ୍ଥାନୀୟ ତଥା କର୍ଯ୍ୟାନ୍ଵୟନକାରି ଅନ୍ତର୍ଦୃଷ୍ଟିରେ ରୂପାନ୍ତରିତ କରି ଭାରତର ଜଳବାୟୁ ସମ୍ବେଦୀ କ୍ଷେତ୍ରରେ ଥିବା ତାରତମ୍ୟ ଦୂର କରିବା ପ୍ରତି ଦୃଷ୍ଟି ଦେଉଛି । ଅନ୍ୟମାନଙ୍କ ମଧ୍ୟରେ ଡ. ଶରତ କୁମାର ବେହେରା, ସିଡିଭିଓ, ପୁରୀ, ଡ. ମଞ୍ଜୁଲତା ତ୍ରିପାଠୀ, ଡି ଡି ଏଚ, ପୁରୀ, ଶ୍ରୀ ଜ୍ୟୋତି ରଞ୍ଜନ ମିଶ୍ର, ଏ ଡି ଏସ ସି ପୁରୀ, ଡ. ପରେଶ କୁମାର ପଣ୍ଡା, ଏ ଡି ଓ, ସାକ୍ଷୀଗୋପାଳ ଓ ନିମାପଡ଼ା, ଶ୍ରୀମତୀ ସଂଘମିତ୍ରା ପାଣିଗ୍ରାହୀ, ଏ ଏଫ୍ ଓ,

ମୁଖ୍ୟ ଦପ୍ତର, ଡ. ଦୀପଶିଖା ପାରମିତା, ବୈଜ୍ଞାନିକ, କେଭିକେ ପୁରୀ, ଶ୍ରୀମତୀ ଚନ୍ଦ୍ରପ୍ରଭା ଦେଇ, ପିଓ, ଡି ଏସ ଡବ୍ଲ୍ୟୁଓ, ଶ୍ରୀ ହିମାଦ୍ରି ନାଥ ସାହୁ, ଏସ ଏମ ଏସ – ଏଗ୍ରି, ଡି ଏଫ୍ ଓ ପୁରୀ, ସୁଶ୍ରୀ ତୃପ୍ତିମୟୀ ନାୟକ, ସହକାରୀ ନିର୍ବାହୀ ଯନ୍ତ୍ରୀ, ଜଳସେଚନ , ସୁଶ୍ରୀ ଜୟଲକ୍ଷ୍ମି ସାହୁ ବି ଏ ଓ, ଗୋପ ଓ ଶ୍ରୀ ଅଜୟ ନାୟକ, ଡି ପି ଏମ୍, ଓ ଏଲ ଏମ୍ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ । ଉକ୍ତ ବୈଠକରେ ଓଡ଼ିଶାର ଆପଦ ପ୍ରବଣ ଗ୍ରାମାଞ୍ଚଳ ସମୁଦାୟରେ ଜଳବାୟୁ ପ୍ରତିରୋଧି ଜୀବିକା ଉପାର୍ଜନ ଓ ଦୀର୍ଘସ୍ଥାୟୀ କୃଷି ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ସମନ୍ଵୟ ଭିତ୍ତିକ ଯୋଜନା, ମହିଳାଙ୍କ – ନେତୃତ୍ୱରେ ଜଳବାୟୁ ଗ୍ରହଣୀୟତା ଏବଂ ଆନ୍ତଃ ବିଭାଗୀୟ ସମନ୍ଵୟକୁ ପୁନଃ ସୁଦ୍ରୁଢୀକରଣ କରାଯାଇଥିଲା ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

Nine Departments Unite at 2nd DLCC Meeting in Puri to Strengthen Climate-Resilient Livelihoods and Women-Led Agriculture

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟରେ ଟ୍ରେଡିଂ ଆରମ୍ଭ

ଏନଏସଇ ପକ୍ଷରୁ ଇଲେକ୍‌ଟ୍ରୋନିକ ଗୋଲ୍ଡ ରିସିପ୍ଟରେ ଟ୍ରେଡିଂ ଆରମ୍ଭ

May 18, 2026
ବିଶିଷ୍ଟ ରାଜନେତା ତଥା ବରିଷ୍ଠ ସମାଜସେବୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ବିୟୋଗରେ ଶୋକ

ବିଶିଷ୍ଟ ରାଜନେତା ତଥା ବରିଷ୍ଠ ସମାଜସେବୀ ଆର୍ତ୍ତତ୍ରାଣ ମଲ୍ଲିକଙ୍କ ବିୟୋଗରେ ଶୋକ

May 18, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

Nine Departments Unite at 2nd DLCC Meeting in Puri to Strengthen Climate-Resilient Livelihoods and Women-Led Agriculture

May 18, 2026
ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

ଜଳବାୟୁ – ପ୍ରତିରୋଧୀ ଜୀବିକା ଓ ମହିଳା – ନେତୃତ୍ୱ କୃଷିକୁ ସୁଦୃଢ କରିବାକୁ ପୁରୀ ଠାରେ ୨ୟ ଡିଏଲ୍ ସିସି ବୈଠକରେ ନଅଟି ବିଭାଗ ଏକତ୍ରିତ ହେଲେ

May 18, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version