ଭୁବନେଶ୍ୱର ( ଓଡିଶା ତାଜାନ୍ୟୁଜ ) ନି. ପ୍ର :- ରାଜ୍ୟରେ ବିଭିନ୍ନ ସ୍ଥାନରେ ପେଟ୍ରୋଲ ଓ ଡିଜେଲ ଅବୈଧ ଭାବେ ମହଜୁଦ କରି କଳାବଜାରୀ କରୁଥିବା ବ୍ୟକ୍ତି ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏଥିନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲା ଯୋଗାଣ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଜଙ୍କ ନିର୍ଦ୍ଦେଶରେ ଜିଲ୍ଲା ଯୋଗାଣ ଅଧିକାରୀ, ଭୁବନେଶ୍ୱର ସହକାରୀ ଯୋଗାଣ ଅଧିକାରୀ,ବାଲିଅନ୍ତା ଓ ବାଲିପାଟଣା ଯୋଗାଣ ନିରୀକ୍ଷକଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି ।

ଏଥିପାଇଁ ଗଠିତ ଏକ ଦଳ ଭୁବନେଶ୍ୱର ଉପକଣ୍ଠର ବିଭିନ୍ନ ପେଟ୍ରୋଲ ପମ୍ପ ଏବଂ ଅବୈଧ ସ୍ଥାନରେ ଥିବା ପେଟ୍ରୋଲ ଓ ଡିଜେଲ ଗଚ୍ଛିତ କେନ୍ଦ୍ର ମାନଙ୍କରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉ ସମୟରେ ନିରଞ୍ଜନ ନାୟକ, ବୁଲୁ ପ୍ରଧାନ,ପୂରଣ ପ୍ରଧାନ,ସୁଶାନ୍ତ କୁମାର ଚୌଧୁରୀ,ତପନ କୁମାର ସାହୁ ଏବଂ ୫ ଅଜୟ ସାହୁଙ୍କ ଠାରୁ ୫୦୫ ଲିଟର ଅବୈଧ ଭାବେ ଗଚ୍ଛିତ ଡିଜେଲ ଜବତ କରାଯାଇଥିଲା ।















