ଭୁବନେଶ୍ୱର (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଦେଶରେ ନିଟ ପରୀକ୍ଷା ବିଭ୍ରାଟ କୁ ନେଇ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି l ବାରମ୍ବାର ପ୍ରଶ୍ନପତ୍ର ଲିକ, ପୁନଃ ପରୀକ୍ଷା ସୂଚାଉଛି କି କେନ୍ଦ୍ର ସରକାର ସାମାନ୍ୟ ପରୀକ୍ଷା ମଧ୍ୟ ପରିଚାଳନାରେ ଅକ୍ଷମ l ସରକାର ଦେଶବାସୀଙ୍କ ବିଶ୍ୱାସ ହରାଇଛି ବୋଲି ଆମେ ଅନୁଭବ କରୁଛୁ l ସୂଚନା ଯୋଗ୍ୟ କି 2015 ମସିହାରେ ନିଟ ବିଭ୍ରାଟ ଯୋଗୁଁ ପରୀକ୍ଷା ବାତିଲ ହେଵା ହେତୁ ପରୀକ୍ଷା ପରିଚାଳନାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା l 2017 ମସିହାରେ କେନ୍ଦ୍ର ସରକାର ନାଶନାଲ ଟେଷ୍ଟିଙ୍ଗ ଏଜେନସି ଗଠନ କରି ପରୀକ୍ଷା ପରିଚାଳନା କରୁଛନ୍ତି l

ହେଲେ ଏହି ସଂସ୍ଥା ପରିଚାଳନାରେ ବହୁବାର ବିଭ୍ରାଟ ହୋଇ ସାରିଲାଣି l 2024 ମସିହାରେ ପ୍ରଶ୍ନପତ୍ର ଲିକ ଓ ଗୁରୁତର ବିଭ୍ରାଟ ଯୋଗୁଁ ଅନେକ ଗିରଫଦାରୀ ସି ବି ଆଇ ତଦନ୍ତ, ମହାନିର୍ଦେଶକ ଙ୍କୁ ହଟାଇବା ଆଦି ଅନେକ ଘଟଣା ଓ ସୁପ୍ରିମ କୋର୍ଟ ରେ ଦୁଇଦିନ ଲଗାତାର ଶୁଣାଣି ଚାଲିବା ସହିତ ସରକାରଙ୍କ ଅପାରଗତା ପଦାରେ ପଡିଥିଲା l ଏବର୍ଷ ପୁଣି ପ୍ରଶ୍ନପତ୍ର ଲିକ ହୋଇ ଅନେକ ଚର୍ଚ୍ଚା ଆଲୋଚନା ଚାଲିଛି l ପୁଣି 23 ଲକ୍ଷ ପିଲାଙ୍କ ଭବିଷ୍ୟତ ସହ ଖେଳ ଖେଳିଛି ଏନ ଟି ଏ ବା ଶିକ୍ଷା ମନ୍ତ୍ରାଳୟ l ମେ 3 ର ପରୀକ୍ଷା ପରେ 12 ତାରଖ ରେ ପରୀକ୍ଷା ବାତିଲ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ଅପାରଗତା କୁ ପଦlରେ ପକାଇଛି l
ଦେଶ ସାରା ବିରୋଧ ଓ ପ୍ରଦର୍ଶନ ହେଉଛି l ଆମେ ଭାବୁଛୁ ଏହା ଏକ ସୁ ବ୍ୟବସ୍ଥିତ ଘୋଟଲା l ଏନ ଟି ଏ ଅଧିକାରୀ, ଶିକ୍ଷା ମନ୍ତ୍ରାଳୟ ଓ କୋଚିଂ ସେଣ୍ଟର ମାନଙ୍କ ଅସାଧୁ ମେଣ୍ଟ ବା ସିଣ୍ଡିକେଟ ଏହି ଘୋଟଲା କରୁଛନ୍ତି l ଶିକ୍ଷା ମନ୍ତ୍ରାଳୟ ଏହା କୁ ମନିଟରିଙ୍ଗ କରିବାରେ ସମ୍ପୂର୍ଣ ବିଫଳ l ଧର୍ମେନ୍ଦ୍ର ପ୍ରଧାନ ନିଜ ଗୁରୁ ଦାୟିତ୍ବ ନିର୍ବାହ କରିବାରେ ଚରମ ବିଫଳ ହୋଇଛନ୍ତି l ତେଣୁ ଶିକ୍ଷା ମନ୍ତ୍ରାଳୟ ର ଏହି ଦାୟିତ୍ବ ହୀନତା ସେ ଦେଶବାସୀଙ୍କୁ କ୍ଷମା ମାଗୁ l ସିବିଆଇ ୨୦୨୪ରେ ଏଭଳି ଅନିୟମିତତା ରୋକି ପାରିଲା ନାହିଁ, ଆମେ ଦାବି କରୁଛୁ – ସୁପ୍ରିମ୍ କୋର୍ଟ୍ ଜଜ୍ ଙ୍କ ନେତୃତ୍ୱରେ ଜୁଡିସିଆଲ୍ ତଦନ୍ତ ହେଉ l ଭବିଷ୍ୟତରେ ଏଭଳି ନିଟ୍ ସ୍କ୍ୟାମ୍ ବନ୍ଦ ହେବା ଉଚିତ୍ l
ଏହି ଚରମ ବିଶୃଙ୍ଖଳା ଓ ବିଭ୍ରାଟ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ପୂର୍ଣ ଦାୟୀ l ଅପାରଗ ମନ୍ତ୍ରରୀ ବେଶିଦିନ ରହିଲେ ଏଭଳି ବିଭ୍ରାଟ ହୋଇ ଚାଲିବ ଓ ଆଗାମୀ ଦିନରେ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ l ତେଣୁ ତୁରନ୍ତ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ନୈତିକ ତା ଦୃଷ୍ଟି ରୁ ଇସ୍ତଫା ଦିଅନ୍ତୁ l ଶୀଘ୍ର ଇସ୍ତଫା ନଦେଲେ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କୁ ଶିକ୍ଷା ମନ୍ତ୍ରାଳୟ ଦାୟିତ୍ୱରୁ ଅବ୍ୟାହତି ଦିଅନ୍ତୁ ବୋଲି ଓଡିଶା ଜନତା କଂଗ୍ରେସ ସାମ୍ବାଦିକ ସମ୍ମିଳନୀ ରେ କହିଛି l ଆଜିର ସାମ୍ବାଦିକ ସମ୍ମିଳନୀକୁ ଓଜେସିର ବରିଷ୍ଠ ନେତା ପ୍ରଦୀପ ପ୍ରଧାନ ସମ୍ବୋଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନଯିବୁର ରେହମାନ ଖାନ ଓ ପ୍ରସନ୍ନ ବିଷୋୟୀ ଉପସ୍ଥିତ ଥିଲେ ।














