• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

Proprietor Abhimanyu Maharana by Proprietor Abhimanyu Maharana
May 11, 2026
in ଓଡ଼ିଶା, ଖୋର୍ଦ୍ଧା, ବାଣିଜ୍ୟ, ମହାନଗର, ହୋମ୍
0
Russia’s Newfound Love in the Pink City & India’s Echo in the Northern Lights
Share on FacebookShare on TwitterWhatsapp

ନୂଆଦିଲ୍ଲୀ  (ଓଡିଶା ତାଜା ନ୍ୟୁଜ ) ନି. ପ୍ର :-  ଦଶନ୍ଧି ଦଶନ୍ଧି ଧରି ଭାରତ ଓ ରୁଷିଆ ମଧ୍ୟରେ ସାଂସ୍କୃତିକ ବନ୍ଧନ ଚଳଚ୍ଚିତ୍ର ଜରିଆରେ ଏହାର ସର୍ବାଧିକ ମଜଭୁତ ଅଭିବ୍ୟକ୍ତିକୁ ଖୋଜି ପାଇଛି । ରାଜ କପୁରଙ୍କ କାଳଜୟୀ ଅଭିବ୍ୟକ୍ତି ଠାରୁ ରୁଷୀୟ ଦର୍ଶକମାନଙ୍କ ମଧ୍ୟରେ ମିଥୁନ ଚକ୍ରବର୍ତ୍ତୀଙ୍କର ବିପୁଳ ଲୋକପ୍ରୟିତାକୁ ନେଇ ଭାରତୀୟ ଚଳଚ୍ଚିତ୍ରଗୁଡିକ ରୁଷୀୟ କଳ୍ପନାରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଯାହା ଏକଦା ପ୍ରଶଂସାରୁ ଆରମ୍ଭ ହୋଇଥିଲା ତାହା ଏବେ ଅଧିକ ଉଲ୍ଲେଖନୀୟ ବିଷୟକୁ ରୂପାନ୍ତରିତ ହୋଇଛି, ତାହା ହେଉଛି କାହାଣୀ କଥନ, କଳାତ୍ମକ ବିନିମୟ ଏବଂ ବୈଶ୍ୱିକ ଆକାଂକ୍ଷାରେ ମୂଳ ରଖୁଥିବା ଅଗ୍ରଗାମୀ ସୃଜନଶୀଳ ସହଭାଗୀତା ।

ସମ୍ପ୍ରତି ସେହି ସମ୍ପର୍କ ବୃହଦାକାୟ ଭାରତ-ରୁଷୀୟ ସହ-ପ୍ରଯୋଜନାଗୁଡିକ ଜରିଆରେ ଏକ ନୂଆ ପର୍ଯ୍ୟାୟରେ ପ୍ରବେଶ କରୁଛି, ଯେଉଁଥିରେ ସଂସ୍କୃତି, ସ୍ଥଳବିଶେଷ, ପ୍ରତିଭା ଏବଂ ଚଳଚ୍ଚିତ୍ରଗତ ପରମ୍ପରାଗୁଡିକର ଅପ୍ରତ୍ୟାଶିତ ଭାବରେ ସମ୍ମିଶ୍ରଣ ଘଟୁଛି । ରୁଷର ଅନ୍ୟତମ ଅଗ୍ରଣୀ ମିଡିଆ ଗୋଷ୍ଠୀ ‘ଗାଜପ୍ରୋମ-ମିଡିଆ ହୋଲ୍‌ଡିଂ’ ସମଗ୍ର ଭାରତରେ ବ୍ୟାପକ ଭାବରେ ପ୍ରକଳ୍ପଗୁଡିକର ବିକାଶ ଏବଂ ପ୍ରଯୋଜନା ଦ୍ୱାରା ଏହି ସହଯୋଗୀତାକୁ ଆଗେଇ ନେବାରେ ଏକ ମୁଖ୍ୟ ଶକ୍ତି ପାଲଟିଛି । ସେମାନଙ୍କର ବର୍ଦ୍ଧିତ ଉପସ୍ଥିତି କେବଳ ବାଣିଜି୍ୟକ ଆକାଂକ୍ଷାରେ ନୁହେଁ, ବରଂ ଦୁଇ ଦେଶ ମଧ୍ୟରେ ଗଭୀର ସାଂସ୍କୃତିକ ଅନୁସନ୍ଧିତ୍ସାରେ ପ୍ରତିଫଳିତ ହେଉଛି ।

ଆଗାମୀ ପ୍ରକଳ୍ପଗୁଡିକ ମଧ୍ୟରେ ଆନ୍ନା ପାଭଲୋଭା ଏବଂ ନିକୋଲାସ ରୋରିଚ୍‌ଙ୍କ ଭଳି କିମ୍ବଦନ୍ତ୍ରୀ ପୁରୁଷଙ୍କର ଉଲ୍ଲେଖନୀୟ ବ୍ୟକ୍ତିତ୍ୱ ଦ୍ୱାରା ଅନୁପ୍ରେରିତ ଚଳଚ୍ଚିତ୍ରଗୁଡିକ ରହିଛି, ଯାହାଙ୍କର କଳାତ୍ମକ ଯାତ୍ରା ଭାରତ ସହିତ ବିପୁଳ ଐତିହାସିକ ଏବଂ ଆଧ୍ୟାତ୍ମିକ ସଂଯୋଗର ସହଭାଗୀତା କରୁଛି । ଏହି ସମ୍ମାନଜନକ ପ୍ରୟାସଗୁଡିକ ସହିତ ସମକାଳୀନ ସାଂଗୀତିକ କମେଡି ‘ପର୍ସିମ୍ମୋନ୍‌ ଅଫ ମାଇଁ ଲଭ୍‌’ ମୁମ୍ବାଇ, ଉଦୟପୁର ଏବଂ ଯୋଧପୁରରେ ସୁଟିଂ କରାଯାଇଛି । ଏହି ଚଳଚ୍ଚିତ୍ର ରୁଷୀୟ କାହାଣୀ କଥନ ସହିତ ଅନେକ ସମୟରେ ସଂଯୁକ୍ତ ଭାବଗତ ବାସ୍ତବତାକୁ ଭାରତୀୟ ଚଳଚ୍ଚିତ୍ର ସହିତ ପରିମାଣାତ୍ମକ, ସଂଗୀତ ଏବଂ ପରିଦୃଶ୍ୟମାନ ଭାବରେ ସମ୍ମିଶ୍ରିତ କରିବାକୁ ଏକ ଅନନ୍ୟ ଉଦ୍ୟମର ପ୍ରତିନିଧିତ୍ୱ କରୁଛି ।

ଏହି ପରିବର୍ତ୍ତିତ ସହଯୋଗୀତାର କେନ୍ଦ୍ର ସ୍ଥଳରେ ରହିଛନ୍ତି ବିଶିଷ୍ଟ ଚଳଚ୍ଚିତ୍ର ନିର୍ମାତା ‘ନୀଳ ମାଧବ ପଣ୍ଡା’, ଯିଏ ଗାଜପ୍ରୋମ୍‌-ମିଡିଆ ହୋଲ୍‌ଡିଂ ସହିତ ଚାରିଟି ପ୍ରକଳ୍ପ ନିମନ୍ତେ ଅଂଶୀଦାର ବ୍ୟବସ୍ଥାରେ ସ୍ୱାକ୍ଷର କରିଛନ୍ତି । ଏହି ପ୍ରୟାସକୁ ଭାରତ ଓ ରୁଷିଆ ମଧ୍ୟରେ ସମ୍ପ୍ରତି ନୂଆକରି ସୃଷ୍ଟି ହେଉଥିବା ଅନ୍ୟତମ ସର୍ବାଧିକ ଉଲ୍ଲେଖନୀୟ ସୃଜନଶୀଳ ସମ୍ପର୍କର ସେତୁ ଭାବରେ ବିବେଚନା କରାଯାଉଛି । ଏହି ସହଯୋଗୀତା ମଧ୍ୟରେ ରହିଛି ଫାଣ୍ଟାସି ଡ୍ରାମା ସିରିଜ ‘ଚେଲ୍ୟାବିନ୍‌ସ୍କ ରାଜା’, ଯାହା ସମ୍ପ୍ରତି ରୁଷିଆର ଜଣେ କଳାକାର ଏବଂ କ୍ରିୟୁଙ୍କୁ ନେଇ ଜୟପୁରରେ ରାଜସ୍ଥାନର ରାଜକୀୟ ସ୍ଥାପତ୍ୟ ଏବଂ ସୁସଂହତ ସାଂସ୍କୃତିକ ଦୃଶ୍ୟପଟ୍ଟରେ ସୁଟିଂ କରାଯାଉଛି ।

ବୋରିସ୍‌ ଖାନ୍‌ଚାଲ୍ୟାନ୍‌, ଡେପୁଟି ସିଇଓ, ଗାଜପ୍ରୋମ୍‌- ମିଡିଆ ହୋଲ୍‌ଡିଂ କହିଥିଲେ, “ଆମେ ଭାରତକୁ ସମଗ୍ର ବିଶ୍ୱରେ ଅନ୍ୟତମ ସର୍ବାଧିକ ଅଗ୍ରଗାମୀ ସୃଜନଶୀଳ ଅର୍ଥନୀତି ଭାବରେ ଲକ୍ଷ୍ୟ କରୁଛୁ । ଏହା ଉଭୟ ରାଷ୍ଟ୍ରର ଦର୍ଶକଙ୍କ ପାଇଁ ମେଳ ଖାଉଥିବା ଏବଂ ବୈଶ୍ୱିକ ବଜାରରେ ପହଞ୍ଚିବା ସାମର୍ଥ୍ୟ ରଖୁଥିବା ସହ-ପ୍ରଯୋଜିତ ବିଷୟବସ୍ତୁ ନିମନ୍ତେ ଏକ ଆଦର୍ଶ ପରିବେଶ ସୃଷ୍ଟି କରୁଛି । ଆମ ଦୁଇ ରାଷ୍ଟ୍ର ମଧ୍ୟରେ ସମ୍ପର୍କ ଏକ ରଣକୋ ଶଳାତ୍ମକ ସହଭାଗୀତା ସ୍ତରରେ ପହଞ୍ଚିସାରିଛି । ଏହା ଅର୍ଥ, ସଂସ୍କୃତି ଓ ଗଣମାଧ୍ୟମ କ୍ଷେତ୍ରରେ ମିଳିତ ପ୍ରକଳ୍ପ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ବୋଲି ଉଭୟ ପକ୍ଷଙ୍କର ହୃଦ୍‌ବୋଧ ହୋଇଛି ।

ସରକାରୀ ସ୍ତରରେ ଯେତେବେଳେ ସମର୍ଥନ ମିଳେ, ସେତେବେଳେ ଏହା ସୃଜନଶୀଳ ଶିଳ୍ପସମୂହ ଏବଂ ଗଣମାଧ୍ୟମ ବ୍ୟବସାୟ ସଂସ୍ଥାଗୁଡିକ ନିମନ୍ତେ କାର୍ଯ୍ୟ କରିବା ସହଜ ଓ ଭରସାଯୋଗ୍ୟ ପାଲଟିଯାଏ ।” ନୀଳ ମାଧବ ପଣ୍ଡା, ଡାଇରେକ୍ଟର, ଏଲିଆନୋରା ଇମେଜେସ୍‌ କହିଥିଲେ, “ଏହି ଚଳଚ୍ଚିତ୍ରଗୁଡିକ କେବଳ ପ୍ରଯୋଜନା ନୁହେଁ, ସେଗୁଡିକ ଦୁଇ ସଂସ୍କୃତି ମଧ୍ୟରେ ପ୍ରେମର ପତ୍ର ଭଳି । ଗୋଟିଏ ସମୟରେ ସାରା ବିଶ୍ୱ ଯେତେବେଳେ କୋଳାହଳକୁ ନେଇ ଅଧିକରୁ ଅଧିକ ବିଭାଜିତ ହେଉଛି, ସେତେବେଳେ ଆମେ ଭାବପ୍ରବଣତା, ସଂଗୀତ, ରୋମାନ୍ସ ଏବଂ ମାନବୀୟ ସମ୍ପର୍କକୁ ନେଇ କାହାଣୀ ସୃଷ୍ଟି କରିବାକୁ ଚାହୁଁଛୁ ଯାହା ଜନସାଧାରଣଙ୍କୁ ‘କଳା’ କାହିଁକି ପ୍ରଥମ ସ୍ଥାନ ବଜାୟ ରଖିଛି ତାହା ସ୍ମରଣ କରାଇଦେବ ।

ଏହି ସହଯୋଗୀତାକୁ ମୁଁ ଅତ୍ୟନ୍ତ ଆଶାବାଦୀ ଭାବରେ ଲକ୍ଷ୍ୟ କରୁଛି । ଗାଜପ୍ରୋମ୍‌- ମିଡିଆ ଲେଖକଙ୍କ ଦୃଷ୍ଟିକୋଣକୁ ସମ୍ମାନ ଜଣାଇବାବେଳେ କିଭଳି ପରିବ୍ୟାପ୍ତ ଦର୍ଶକଙ୍କ ନିମନ୍ତେ ଚଳଚ୍ଚିତ୍ର ନିର୍ମାଣ କରିବ, ତାହା ବୁଝିଛି । ମୋ ପାଇଁ ଏହା ଏକ ସଠିକ ସନ୍ତୁଳନ ହୋଇଛି । ମୋର ବିଶ୍ୱାସ ଯେ କେବଳ ପ୍ରଯୋଜକ ଭାବରେ ନୁହେଁ, ବରଂ ତାହାସହିତ ସୃଜନଶୀଳ ସହଭାଗୀ ଭାବରେ ଆମେ ଏକତ୍ର ଆଗକୁ ବଢିପାରିବୁ ।” ଏହି ମୁହୂର୍ତ୍ତ ଏଥିପାଇଁ ବିଶେଷଭାବରେ ଗୁରୁତ୍ୱପୂର୍ଣ୍ଣ ଯେ ଏହି ସହଭାଗୀତା ଚଳଚ୍ଚିତ୍ର ନିର୍ମାଣର ଊଦ୍ଧ୍ୱର୍କୁ ମଧ୍ୟ ପରିବ୍ୟାପ୍ତ ହୋଇଛି । ଏହା ସାଂସ୍କୃତିକ କୂଟନୀତିରେ ଏକ ଉପାଦାନ ତଥା ଏକ ଦ୍ରୁତ ପରିବର୍ତ୍ତନଶୀଳ ବିଶ୍ୱରେ ସଫ୍ଟ ପାୱର ଭାବରେ ଚଳଚ୍ଚିତ୍ରର ବର୍ଦ୍ଧିତ ଭୂମିକାକୁ ପ୍ରତିଫଳିତ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026
ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

ଚୋରା ବ୍ରାଉନ ସୁଗାର ଜବତ, ଚାରି ଚାଲାଣକାରୀ ଗିରଫ

May 11, 2026
ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

ସ୍ବର୍ଗଦ୍ବାର ହିନ୍ଦୁମାନଙ୍କ ପାଇଁ ଉଦ୍ଦିଷ୍ଟ

May 11, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Russia’s Newfound Love in the Pink City & India’s Echo in the Northern Lights

ଭାରତ-ରୁଷିଆ ଚଳଚ୍ଚିତ୍ରଗତ ସହଯୋଗୀତା ବୈଶ୍ୱିକ ସହ-ପ୍ରଯୋଜନା, ସାଂସ୍କୃତିକ କୂଟନୀତି ଓ ସହଭାଗୀ କାହାଣୀ କଥନ ଜରିଆରେ ଏକ ମଜଭୁତ ନୂଆ ଅଧ୍ୟାୟକୁ ପ୍ରବେଶ କଲା

May 11, 2026
Russia’s Newfound Love in the Pink City & India’s Echo in the Northern Lights

Russia’s Newfound Love in the Pink City & India’s Echo in the Northern Lights

May 11, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version