ନୟାଗଡ଼ (ଓଡିଶା ତାଜା ନ୍ୟୁଜ ) ନି. ପ୍ର :- ନୟାଗଡ଼ ଟାଉନ ରେଳ ଷ୍ଟେସନରେ ଥିବା ଟିକେଟ ରେଳ ସଂରକ୍ଷଣ କାଉଣ୍ଟରରେ ଗତ ଦୁଇଦିନ ଧରି ଲିଙ୍କ ଫେଲ ଯୋଗୁଁ ଶହ ଶହ ରେଳଯାତ୍ରୀ ଦୂରଯାତ୍ରା ପାଇଁ ଟିକେଟ କରି ନପାରି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମିଳିଥିବା ସୂଚନା ଅନୁସାରେ ଗତ କାଲି ଦିନ ୧୧:୧୦ରୁ ଆଜି ସକାଳ ୧୦:୪୦ ପର୍ଯ୍ୟନ୍ତ ରେଳ ଷ୍ଟେସନ ସଂରକ୍ଷଣ ଟିକେଟ କାଉଣ୍ଟରରେ ଲିଙ୍କ ନଥିଲା। ଫଳରେ ଗତ ଦୁଇଦିନ ଧରି ଦୂର ଦୂରାନ୍ତକୁ ରେଳଯାତ୍ରାରେ ଯିବାକୁ ଥିବା ଯାତ୍ରୀ ମାନେ ସଂରକ୍ଷଣ ଟିକେଟ ପାଇବାରୁ ବଞ୍ଚିତ ହୋଇଥିଲେ । ସେହିପରି ଜରୁରୀ କାଳୀନ ପରିସ୍ଥିତି ପାଇଁ ମିଳୁଥିବା ତତ୍କାଳ ଟିକେଟ ପାଇଁ ମଧ୍ୟ ଯାତ୍ରୀମାନେ ସକାଳ ପାହାନ୍ତାରୁ ଲମ୍ବା ଲାଇନ ଲଗାଇ ଛିଡ଼ା ହୋଇଥିଲେ ମଧ୍ୟ ଟିକେଟ ନପାଇ ନିରାଶରେ ଫେରିଥିଲେ ।















