No Result
View All Result
କୋଣାର୍କ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସୁତନ ଗ୍ରାମର ମା, ରୁଦ୍ରାଣୀଙ୍କ ବାର୍ଷିକ ଉତ୍ସବ ଉପଲକ୍ଷେ ଶ୍ରୀ ଶ୍ରୀ ସତ୍ୟନାରାୟଣ ଅନୁଷ୍ଠାନ ପକ୍ଷରୁ ୫ ଦିନ ବ୍ୟାପୀ ଆୟୋଜିତ ବାଦି ପାଲା ଉତ୍ସବ ବିଶିଷ୍ଟ ଗାୟକମାନଙ୍କ ଦ୍ବାରା ପରିବେଷଣ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପ୍ରତି ଦିନ ସନ୍ଧ୍ୟାରେ ବାଲିପାଟଣାର ବିଶିଷ୍ଟ ଗାୟକ କଳାଶ୍ରୀ ଅଭିମନ୍ୟୁ ବେହେରା, ଓ ପିପିଲିର ଗାୟକ ହରିହର ସାମନ୍ତରାୟଙ୍କ ସମେତ ବହୁ ବିଶିଷ୍ଟ ପାଲା ଗାୟକଙ୍କର ଆଧ୍ୟାତ୍ମିକ,

ଧାର୍ମିକ ପାରମ୍ପରିକ କଳା ଓ ସଂସ୍କୃତି ବିଷୟକ କଥାମ୍ବୃତ ତଥା ପାଲା ପରିବେଷଣକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ସୂତନ ଗ୍ରାମର ଗ୍ରାମବାସୀଙ୍କ ସହଯୋଗରେ ଉକ୍ତ ଅନୁଷ୍ଠାନ ପକ୍ଷରୁ ଦୀର୍ଘ ୨୭ ବର୍ଷ ଧରି ପାଲା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଆସୁଅଛି । ଏପରି କାର୍ଯ୍ୟକ୍ରମକୁ ବିଭିନ୍ନ ମହଲରେ ସ୍ଵାଗତ କରାଯାଇଛି । ରାଜ୍ୟରେ ବୁଡି ଯାଉଥିବା ଏଵଂ ହଜିଯାଉଥିବା ଲୋକ କଳା ଓ ସଂସ୍କୃତିକୁ ପୁନଃଉଦ୍ଧାର, ଉଜ୍ଜୀବିତ ତଥା ରୁଦ୍ଧିମନ୍ତ କରିବା ଏଵଂ ବିଭିନ୍ନ ଅଞ୍ଚଳରେ ଲୁକ୍କାୟିତ,

ଅବହେଳିତ ଭାବେ ରହିଯାଉଥିବା ଦୁସ୍ଥ କଳାକାରମାନଙ୍କୁ ଚିହ୍ନଟ କରି ଉଦ୍ଧାର ସହ ସରକାରଙ୍କ ନିକଟରେ ସେମାନଙ୍କ ଦୁଃଖକୁ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ୟରେ ଦୀର୍ଘ ବର୍ଷ ଧରି ସେବା ମୂଳକ କାର୍ଯ୍ୟ କରୁଥିବା ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘର ରାଜ୍ୟ ସଭାପତି ବିଜୟ କୁମାର ମିଶ୍ର ଓ ସଂପାଦକ ବିନୋଦ କୁମାର ଭୋଇ ପ୍ରମୁଖଙ୍କ ପକ୍ଷରୁ ପୁରୀ ଜିଲ୍ଲା କୋଣାର୍କ ଅନ୍ତର୍ଗତ ସୂତନ ଗ୍ରାମରେ ଦୀର୍ଘ ୨୭ ବର୍ଷ ଧରି ପାଲା ପ୍ରତିଯୋଗୀତା କାର୍ଯ୍ୟକ୍ରମ କରିଆସୁଥିବା ଅନୁଷ୍ଠାନ ମିକଟରେ ପହଞ୍ଚି ,

ପାଲା ଆୟୋଜକ ଅନୁଷ୍ଠାନର କର୍ମକର୍ତା, ଓ ଗ୍ରାମବାସୀଙ୍କୁ ଏତାଦୃଶ ମହନୀୟତା, ଅବର୍ଣ୍ଣନୀୟ କାର୍ଯ୍ୟ ପାଇଁ ମହାସଂଘ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ସହ ଅନୁଷ୍ଠାନକୁ ଏକ ମାନପତ୍ର, ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ସୁତନ ଗ୍ରାମରେ ୫ ଦିନ ବ୍ୟାପୀ ଅନୁଷ୍ଠିତ ହୋଇ ଆସୁଥିବା ପାଲା ପ୍ରତିଯୋଗୀତାର ସୁନ୍ଦର କାର୍ଯ୍ୟକ୍ରମକୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପାଲା ପ୍ରେମୀମାନେ ଉପସ୍ଥିତ ରହି ଉପଭୋଗ କରିବା ସହିତ ପାଲା ଗାୟକଙ୍କର ସୁନ୍ଦର ଅଭିନୟ ଓ ପୌରାଣିକ ଓ ଧାର୍ମିକ ପାରମ୍ପରିକ କଥା ବସ୍ଥୁ ବିଷୟରେ ଉପସ୍ଥିତ ଦର୍ଶକମାନେ ଦେଖି ବିଭୋର ହୋଇପଡୁଥିଲେ ।

ରାଜ୍ୟରେ ବହୁ କୋଣ ଅନୁକୋଣରେ ପରିବେଷଣ ହୋଇ ଆସୁଥିବା ପାଲା, ଦାସକାଠିଆ,ଘୋଡା ନାଚ, ସଂକ୍ରିତନ ,ଧୁଡ଼ିକୀ, କେନ୍ଦରା ଆଦି ପାରମ୍ପରିକ କଳା ବନ୍ଦ ହେବାକୁ ଏବେ ବସିଥିବାବେଳେ ଏହି ସୁତନ ଗ୍ରାମରେ ପାଲା ପ୍ରତିଯୋଗୀତା ଏବେ ବି ଦୀର୍ଘ ବର୍ଷ ଧରି ବଞ୍ଚି ରହିଛି । ଉକ୍ତ ଗ୍ରାମର ଏପରି ମହତ୍ ଉଦ୍ଦେଶ୍ୟକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯିବା ସହ ଆୟୋଜକ ଅନୁଷ୍ଠାନ ଓ କର୍ମକର୍ତ୍ତାଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।

No Result
View All Result