ବାଲିପାଟଣା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଭାପୁର ଗ୍ରାମପଞ୍ଚାୟତରେ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ୍ ଋତୁରାଜ ଜନ ଶୁଣାଣି କରିଛନ୍ତି । ମୋଟ ୫୮ ଗୋଟି ଅଭିଯୋଗ ଶୁଣାଣି ପାଇଁ ଆସିଥିବା ବେଳେ ଏଥିମଧ୍ୟରୁ ୪୪ ଗୋଟି ବ୍ୟକ୍ତିଗତ ଓ ୧୪ ଗୋଟି ସାମୂହିକ ସମସ୍ୟା ସମ୍ପର୍କରେ ଦରଖାସ୍ତ ଥିଲା । ଗୃହ ନିର୍ମାଣ,ଜମି ବାଡ଼ି , ଭିନ୍ନ କ୍ଷମ, ସ୍ୱାସ୍ଥ୍ୟ, ମୁଖ୍ୟମନ୍ତ୍ରୀ ଙ୍କ ପାଣ୍ଠି ରୁ ସାହାଯ୍ୟ ଇତ୍ୟାଦି ସମସ୍ୟା ସମ୍ପର୍କରେ ଅଭିଯୋଗ ଆସିଥିଲା ।

କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ମନୋରଞ୍ଜନ ସାହୁ, ପିଡ଼ି ଡି ଆର୍ ଡି ଏ ଜ୍ୟୋତିଶଙ୍କର ସାହୁ, ଡି ଇ ଓ ସୋନାମିକା ରାୟ, ଏ ପି ଡି କସ୍ତୁରିବାଳା ଜେନା, ଡି ପି ଓ ଶ୍ୟାମଳେନ୍ଦୁ ନାୟକ,ବ୍ୟାଙ୍କ୍ ନୋଡାଲ ଅଧିକାରୀ ଅଜୟ ବେହେରା,ବିଡିଓ ଶୁଭ୍ରାଂଶୁ ଶେଖର ପାଢ଼ୀ, ତହସିଲଦାର କଳ୍ପନା ଦାସ, ଏ ଇ ଅର୍ଚ୍ଚନା ଦାସ,ସିଡ଼ିପିଓ ରୁନୁବାଳା ସାହୁ,ମେଡିକାଲ ଅଫିସର ଡ୍ ଶ୍ରୀକାନ୍ତ ବେହେରା, ବି ଇ ଓ ଡ୍ ପ୍ରଭାତ କୁମାର ରଥ,ପୂର୍ବତନ ଅଧକ୍ଷ ଶଶିଭୂଷଣ ପାତ୍ର,ସାଂସଦ ଙ୍କ ପ୍ରତିନିଧି ନାରାୟଣ ଖୁଣ୍ଟିଆ ଓ ସରପଞ୍ଚ ଲିଲିପ୍ରୀୟା ସାହୁ ପ୍ରମୁଖ ଙ୍କ ସହିତ ସମସ୍ତ ଜିଲ୍ଲା ଓ ବ୍ଲକ ସ୍ତରର ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଗାରେଡ଼ି ପଞ୍ଚାଣ ଗ୍ରାମ ପଞ୍ଚାୟତ ରେ ଏକ ଗୋଶାଳା ପାଇଁ ଜମି ଯୋଗାଇ ଦିଆଯାଇଥିବା ରୁ ସେବା ସମବାୟ ସମିତି ସଭାପତି ଅଭିମନ୍ୟୁ ନାୟକ,ପୂର୍ବତନ ଅଧକ୍ଷ ତ୍ରିଲୋଚନ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳ ଙ୍କୁ ଫୁଲତୋଡ଼ା ଦେଇ ସମ୍ମାନିତ କରିଥିଲେ । କିଆଯୋଡ଼ି ବାଲିପାଟଣା ରାସ୍ତାରେ ଅବରୋଧ କରୁଥିବା ବିଦ୍ୟୁତ୍ ଖୁଣ୍ଟ ତୁରନ୍ତ ସ୍ଥାନାନ୍ତର ପାଇଁ ଗ୍ରାମ ଉନ୍ନୟନ ବିଭାଗକୁ ଜିଲ୍ଲାପାଳ ତାଗିଦ୍ କରିଥିଲେ । ସେହିପରି ଅଟକି ରହିଥିବା ମୁଖ୍ୟ ରାସ୍ତା ରେ ବ୍ରିଜ୍ କାମ ପାଇଁ ତୁରନ୍ତ ଡ୍ରେନେକ୍ ବିଭାଗ ପଦକ୍ଷେପ ନେବାକୁ କନିଷ୍ଠ ଯନ୍ତ୍ରୀ ଙ୍କୁ ନିର୍ଦେଶ ଦେଇଥିଲେ । ଆଜିର କାର୍ଯ୍ୟକ୍ରମ ରେ ମହିଳା ସଂଗଠନ ମାନଙ୍କ ତରଫରୁ ଏକ ଉତ୍ପାଦନ ଦ୍ରବ୍ୟ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା l














