ଚିଲିକା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଚିଲିକା ପୁସ୍ତକ ମେକା ର ଚତୁର୍ଥ ସନ୍ଧ୍ୟା ରେ ଚିଲିକା ସାହିତ୍ୟ ସମାଜ ଓ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କବି କବୟିତ୍ରୀ ମାନଙ୍କୁ ନେଇ ପୁସ୍ତକ ମେଳା ମଞ୍ଚରେ ଏଜ ମନୋଜ୍ଞ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଶିଷ୍ଟ ବର୍ଷୀୟାନ କବି ତଥା ଗାଳ୍ପିକ ପୁରୁଷୋତ୍ତମ ମହାପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବ ରେ ସଂଯୋଜନା କରିଥିଲେ ବାଣପୁର ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ତଥା କବି ସର୍ବେଶ୍ୱର ଷଡ଼ଙ୍ଗୀ ।

ସ୍ୱରଚିତ କବିତା ଗୁଡିକ ଆବୃତ୍ତି କରିଥିଲେ ବଳାମୁକୁନ୍ଦ ଦାସ, ରୋଜି ମିଶ୍ର, ଗୋଲକ ବିହାରୀ ପରିଡା, ରବିନ୍ଦ୍ରନାଥ ମାନସିଂହ,ଦିଗମ୍ବର ବିଶ୍ୱାଳ, ଅଶୋକ କୁମାର ପ୍ରଧାନ, ସସ୍ମିତା ପାଣିଗ୍ରାହୀ, ତ୍ରିବିକ୍ରମ ପଣ୍ଡା, ଶିଶିର କୁମାର ଦାସ, ଶଶୀଭୁଷଣ ବରାଳ, ରମେଶ ମହାପାତ୍ର, ଭାଗିରଥି ସ୍ୱାଇଁ, ହରିହର ତ୍ରିପାଠୀ, ହିମାଂଶୁ ଶେଖର ପ୍ରଧାନ, ପୁରୁଷୋତ୍ତମ ମହାପାତ୍ର, ଶେଷଦେବ ମହାରଣା,ଅଧ୍ୟାପିକା କବିତା ଦାଶ, ପ୍ରମୁଖ ପଚାଶରୁ ଉର୍ଧ୍ଵ କବି ଓ କବିୟତ୍ରୀ ।
ଏହି ଅବସରରେ ପୁସ୍ତକ ମେଳା କମିଟି ର ସଭାପତି ବରିଷ୍ଠ ସାମ୍ବାଦିକ ଶରତ କୁମାର ପାଇକରାୟ, ମୁଖ୍ୟ ଅତିଥି ବାଣପୁର ପଂଚାୟତ ସମିତିର ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ, ସମ୍ମାନିତ ଅତିଥି ଯୁବ ସମାଜସେବୀ ସନ୍ତୋଷ କୁମାର ପାଇକରାୟ ସମସ୍ତ କବି ଓ କବୟିତ୍ରୀ ମାନଙ୍କୁ ସମ୍ମାନିତ କରିଥିଲେ । ପରିଶେଷରେ ଚିଲିକା ସାହିତ୍ୟ ସମାଜ ର ସଭାପତି ବଳାମୁକୁନ୍ଦ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ ।














