ବେଗୁନିଆ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ବେଗୁନିଆ ଥାନା ତରଫରୁ ଥାନା ଅଧିକାରୀ କାହ୍ନୁଚରଣ ସ୍ୱାଇଁଙ୍କ ପ୍ରତେକ୍ଷ ତତ୍ୱାବଧାନ ଏବଂ ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁଙ୍କ ସହଯୋଗରେ ବେଗୁନିଆ ବୋଲଗଡରେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଭାରତୀୟ ନ୍ୟାୟସଂହିତା ପ୍ରସଙ୍ଗ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

ବୋଲଗଡ ମଣ୍ଡଳ ଅନ୍ତର୍ଗତ ପିଚୁକୁଳିର ପ୍ରଧାନଶିକ୍ଷକ ସୁଧୀର କୁମାର ସେଠୀ, ଦେଉଳିସ୍ଥିତ ଆଞ୍ଚଳିକ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁକାନ୍ତି ଦେଇ ଏବଂ ବେଗୁନିଆସ୍ଥିତ ପିଏମଶ୍ରୀ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ସ୍ମୃତିସ୍ମିତା ବେହେରାଙ୍କୁ ଭାରତୀୟ ନ୍ୟାୟ ସଂହିତା ପ୍ରସଙ୍ଗ ଉପରେ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗୀତା କରିବା ପାଇଁ ଥାନା ଅଧିକାରୀ ଶ୍ରୀ ସ୍ୱାଇଁ ଙ୍କ ଅନୁରୋଧ କ୍ରମେ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ନିର୍ଦେଶ ଦେଇଥିଲେ l















