No Result
View All Result
ଖୋର୍ଦ୍ଧା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଖୋର୍ଦ୍ଧା ଜିଲ୍ଲା ଭାରତୀୟ ଜନତା ଦଳର ଜିଲ୍ଲା ସଭାପତି ବିଶ୍ୱରଂଜନ ବଡ଼ଜେନାଙ୍କ ଆବାହକତ୍ୱରେ ରବିବାର ଦିନ ଗୀତା ଭବନ ପଡିଆଠାରେ ମହିଳା ମୋର୍ଚ୍ଚାର ବିଶାଳ ଜନ ଆକ୍ରୋଶ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମୋର୍ଚ୍ଚା ସଦସ୍ୟା ପିଙ୍କି ପ୍ରଧାନ,ଜିଲ୍ଲା ସମ୍ପାଦିକା ରୋଜିନା ରାଣୀ ଦଶ, ରାଜ୍ୟ ମହିଳା ମୋର୍ଚ୍ଚା କାର୍ଯ୍ୟ କାରିଣୀ ସଦସ୍ୟା ରଶ୍ମି ମୟୀ ପଟ୍ଟନାୟକ, ଜୟନ୍ତୀ ପଢିହାରୀ,

ରାଜ୍ୟ ମହିଳା ମୋର୍ଚ୍ଚା ଉପସଭାପତି କସ୍ତୁରୀ ପାଣିଗ୍ରାହୀ, ଶୁଭସ୍ମିତା ମାନ୍ଧାତା,ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଶୁଭାରମ୍ଭ କରିଥିଲେ ! ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟା ପୁଷ୍ପାଞ୍ଜଳୀ ଜେନା ମଞ୍ଚାସିନ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ମଞ୍ଚ ପରିଚାଳନା କରିଥିଲେ l ଏହି ଜନ ଆକ୍ରୋଶ ବିଶାଳ ମହିଳା ସମାବେଶରେ ମଞ୍ଚାସିନ କର୍ମକର୍ତ୍ତାମାନେ ବିଜେଡି ଓ କଂଗ୍ରେସର ହୀନ ରାଜନୀତିକୁ ବିରୋଧ ସହିତ ଘୋର ନିନ୍ଦା କରି ” ଦେଶର ପ୍ରଗତି ପାଇଁ ସଶକ୍ତ ନାରୀ, ବିଜେଡି -କଂଗ୍ରେସ ମାରିଲେ ଛୁରୀ ନାରl ଦେଇଥିଲେ ! ଏହି ବିଶାଳ ମହିଳା ସମାବେଶରେ ଖୋର୍ଦ୍ଧାଜିଲ୍ଲାର ବିଭିନ୍ନ ଗ୍ରାମଗୁଡିକରୁ ୫ହଜାରରୁ ଉର୍ଦ୍ଧ ମହିଳା କର୍ମୀମାନେ ଯୋଗଦେଇଥିଲେ l

କେନ୍ଦ୍ର ସରକାର ଲୋକ ସଭାରେ ମହିଳା ସଂରକ୍ଷଣ ବିଲ୍ ସହିତ ଜଡ଼ିତ ୧୩୧ତମ ସଂଶୋଧନ ବିଲ୍ ପାସ କରିବାରେ ବିଫଳ ହୋଇଥିଲେ । ଏହା ସଂସଦରେ ଆସନ ସଂଖ୍ୟା ୫୪୩ରୁ ୮୫୦କୁ ବୃଦ୍ଧି କରିବା ପାଇଁ ବ୍ୟବସ୍ଥା କରିଥିଲା । ଲୋକ ସଭାରେ ବିଲ୍ ଉପରେ ୨୧ ଘଣ୍ଟା ଆଲୋଚନା ପରେ ଭୋଟିଂ ହୋଇଥିଲା । ଉପସ୍ଥିତ ୫୨୮ ଏମ୍ପି ସେମାନଙ୍କର ମତ ଦେଇଥିଲେ । ସପକ୍ଷରେ ୨୯୮ ଏବଂ ବିପକ୍ଷରେ ୨୩୦ ଭୋଟ୍ ଥିଲା । ବିଲ୍ ପାସ କରିବା ପାଇଁ ଦୁଇ-ତୃତୀୟାଂଶ ବହୁମତ ଆବଶ୍ୟକ ଥିଲା । ୫୨୮ରୁ ଦୁଇ-ତୃତୀୟାଂଶ ହେଉଛି ୩୫୨ ।

ତେଣୁ ବିଲ୍ ୫୪ ଭୋଟ୍ରେ ପରାଜିତ ହୋଇଥିଲା । ଏହାର ପ୍ରତିବାଦରେ ଭାଜପା ମହିଳା ଏମ୍ପିମାନେ ବିରୋଧୀଙ୍କ ବିରୋଧରେ ପ୍ରବଳ ପ୍ରତିବାଦ କରିଥିଲେ । ଆଜି ଭାଜପା ଦେଶର ବିଭିନ୍ନ ରାଜ୍ୟରେ ବିରୋଧୀଙ୍କ ବିରୋଧରେ ପ୍ରତିବାଦ କରୁଛି । ଏହି ଅବସରରେ ଗୀତା ଭବନ ପଡିଆଠାରୁ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଜନ ଆକ୍ରୋଶ ବିଶାଳ ମହିଳା ପଦଯାତ୍ରା ହୋଇ ବ୍ୟାଙ୍କ ଛକରେ କଂଗ୍ରେସ ନେତା ରାହୁଳ ଗାନ୍ଧୀ, ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କଂଗ୍ରେସର ରାଷ୍ଟ୍ରୟ ସଭାପତି ମଲ୍ଲିକlର୍ଜୁନ ଖଡ଼ଗେଙ୍କ ଓ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ କୁଶ ପୁଟୁଳା ଦାହ କରିଥିଲେ l

ଏହି କାର୍ଯକ୍ରମକୁ ଖୋର୍ଦ୍ଧା ଜିଲ୍ଲା ବିଜେପି ଉପସଭାପତି ବାସୁଦେବ ସାହୁ,ଦିଲ୍ଲୀପ ହୋତା, ବୋଲଗଡ଼ – ବେଗୁନିଆ ବିଜେପି ବିଧାୟକ ପ୍ରାର୍ଥୀ ପ୍ରକାଶ ରଣବିଜୁଳି,ଉମା ପଟ୍ଟନାୟକ, ଶୁଶାନ୍ତ ନାଥ, ଦକ୍ଷିଣ ବେଗୁନିଆ ମଣ୍ଡଳୀ ସଭାପତି ଯଗେଶ୍ୱର ସୁନ୍ଦରା,ମାନସ ପଟ୍ଟନାୟକ,ଖୋର୍ଦ୍ଧା ଜିଲ୍ଲା କୋଷଧ୍ୟକ୍ଷ ବିଶ୍ୱ ବଳିୟାରସିଂହଙ୍କ ସମେତ ବହୁ କର୍ମକର୍ତ୍ତା ସହଯୋଗ କରି ପରିଚାଳନା କରିଥିଲେ l ପରିଶେଷରେ ଖୋର୍ଦ୍ଧା ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଜ୍ୟୋସ୍ନା ମହାନ୍ତି ସମସ୍ତଙ୍କ ଧନ୍ୟବାଦ ଅର୍ପଣ କରିଥିଲେ l

No Result
View All Result