No Result
View All Result
ବାଲିପାଟଣା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଜାତୀୟ ପଞ୍ଚାୟତିରାଜ ଦିବସ ଅବସରରେ ଆଜି ସନ୍ଧ୍ୟାରେ ବାଲିପାଟଣା ବ୍ଲକ କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ପଞ୍ଚାୟତରାଜ ଦିବସ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶୁଭ୍ରାଂଶୁ ଶେଖର ପାଢ଼ୀ ଙ୍କ ଅଧକ୍ଷତାରେ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ଜେନା,ଜିଲ୍ଲା ପରିଷଦ ସଭ୍ୟ ପବିତ୍ର ମୋହନ ପଟେଲ,ସାଂସଦ ଙ୍କ ପ୍ରତିନିଧି ନାରାୟଣ ଖୁଣ୍ଟିଆ,ସହକାରୀ ଯନ୍ତ୍ରୀ ଅର୍ଚ୍ଚନା ଦାସ,ସରପଞ୍ଚ ବାହାନ ଭୋଇ, ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଯୋଗଦେଇ ବକ୍ତବ୍ୟ ରଖିଥିଲେ।

କାର୍ଯ୍ୟକ୍ରମ ରେ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଲାଙ୍ଗୀର ରୁ ସମଗ୍ର ଓଡିଶା ବାସୀଙ୍କୁ ଉଦବୋଧନ ଦେଇଥିଲେ। ପଞ୍ଚାୟତ ର ସରପଞ୍ଚ,ସମିତି ସଭ୍ୟ,ୱାର୍ଡ ସଭ୍ୟ,ଅଙ୍ଗନୱାଡି କର୍ମୀ,ମହିଳା ସଂଗଠନ ର କର୍ମକର୍ତ୍ତା ଓ ସରକାରୀ ଅଧିକାରୀ ମାନେ ଆଜି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।ବ୍ଲକ ପ୍ରଶାସନ ତରଫରୁ ହିତାଧିକାରୀ ମାନଙ୍କୁ ଅନ୍ତୋଦୟ ଗୃହ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ବଣ୍ଟନ ସହିତ ଜନପ୍ରତିନିଧି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରଭାତ କୁମାର ଜେନା,ନେତ୍ରାନନ୍ଦ ବେହେରା,ଦିବ୍ୟରଞ୍ଜନ ମହାପାତ୍ର,ହରପ୍ରସାଦ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

No Result
View All Result