ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ ଭାଲ୍ୟୁ ଫ୍ୟାଶନ ରିଟେଲ ଚେନ୍, ଷ୍ଟାଇଲ ବଜାର ପକ୍ଷରୁ ନିକଟରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ବିନ୍ଦୁସାଗର ସହ ଏକ ସ୍ୱତନ୍ତ୍ର ସହଭାଗିତା ଘୋଷଣା କରାଯାଇଛି । ଏନେଇ ଏପ୍ରିଲ ୨୪ ତାରିଖ ୨୦୨୬ରେ ଭୁବନେଶ୍ୱରସ୍ଥିତ ଷ୍ଟାଇଲ ବାଜାର ଷ୍ଟୋରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଏଥିରେ ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ଅଭିନେତା ଦୀପନ୍ୱିତ ଦାସମହାପାତ୍ରଙ୍କ ସମେତ ଫିଲ୍ମର କ୍ରିୟୁ ଟିମ୍ ଯୋଗ ଦେଇଥିଲେ ।

ଏହି ଅବସରରେ ଷ୍ଟାଇଲ ବଜାର୍ର ସହପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ, ଶ୍ରୀଯୁକ୍ତ ଶ୍ର୍ରେୟାନ୍ସ ସୁରାନା କହିଛନ୍ତି, “ଷ୍ଟାଇଲ ବଜାରରେ ଆମେ ସେବା ପ୍ରଦାନ କରୁଥିବା ଅଂଚଳଗୁଡିକର ଉତ୍ସାହକୁ ପାଳନ କରିବାରେ ବିଶ୍ୱାସ ରଖିଥାଉ । ବିନ୍ଦୁସାଗର ଫିଲ୍ମ ସହ ଆମର ସହଭାଗିତା ସ୍ଥାନୀୟ ସଂସ୍କୃତି ସହ ଜଡିତ ରହିବା ସହ ଆମର ଗ୍ରାହକଙ୍କ ପାଇଁ ଆଧୁନିକ ଅନୁଭୂତି ସୃଷ୍ଟି କରିବା ପ୍ରତି ଆମର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଏହି ପଦକ୍ଷେପ ଆମକୁ ଫ୍ୟାଶନ, ସଂସ୍କୃତି ଓ ସିନେମାକୁ ଗୋଟିଏ ଅର୍ଥପୂର୍ଣ୍ଣ ଓ ନିୟୋଜିତ ମାଧ୍ୟମରେ ଏକତ୍ରିତ କରିବା ପାଇଁ ଅନୁମତି ଦେଇଛି ।”

ସ୍ଥାନୀୟ ଦର୍ଶକଙ୍କ ସହ ଗଭୀର ଭାବେ ପ୍ରତିଧ୍ୱନିତ୍ୱ କରୁଥିବା ଦୁଇଟି ଶକ୍ତିଶାଳୀ ମାଧ୍ୟମ ସିନେମା ଓ ଫ୍ୟାଶନକୁ ସହଜରେ ଏକତ୍ରିତ କରି ଏହି ସହଭାଗିତା ଓଡିଶାର ସାଂସ୍କୃତିକ ପରିଚୟ ସହ ଗଭୀର ଭାବେ ଜଡିତ ରହିଛି । ଏହି ପଦକ୍ଷେପ ଅର୍ଥପୂର୍ଣ୍ଣ, ଆଧୁନିକ ରିଟେଲ ଅନୁଭୂତି ସୃଷ୍ଟି କରିବା ସହିତ ଆଂଚଳିକ ପରମ୍ପରା ସହ ଜଡିତ ହେବା ପାଇଁ ଷ୍ଟାଇଲ ବାଜାରର ନିରନ୍ତର ପ୍ରତିବଦ୍ଧତାକୁ ପ୍ରତିଫଳନ କରୁଛି । ଏହି ସହଭାଗିତା ମାଧ୍ୟମରେ ଷ୍ଟାଇଲ ବଜାର ଲୋକପ୍ରିୟ ଆଂଚଳିକ ସିନେମାକୁ ପ୍ରତିଦିନର ସପିଂ ଅନୁଭୂତିର ନିକଟତର କରି ଉପଭୋକ୍ତାଙ୍କ ସମ୍ପୃକ୍ତି ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।














