• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

Proprietor Abhimanyu Maharana by Proprietor Abhimanyu Maharana
April 23, 2026
in ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍
0
Vigilance Day against Child Marriage on the Occasion of Akshaya Tritiya
Share on FacebookShare on TwitterWhatsapp

ଭୁବନେଶ୍ୱର  (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ଅକ୍ଷୟ ତୃତୀୟା ଦିନ ବାଲ୍ୟ ବିବାହ ନିମନ୍ତେ ଏକ ଅତ୍ୟନ୍ତ ଉଚ୍ଚ-ଆପଦାପନ୍ନ ସମୟ ହୋଇଥିବାବେଳେ ହମାରା ବଚ୍‌ପନ ଟ୍ରଷ୍ଟ (ଏଚ୍‌ବିଟି) ପକ୍ଷରୁ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବରେ ସମୁଦାୟ କେନ୍ଦ୍‌ୁଝର ଏବଂ କନ୍ଧମାଳ ଜିଲ୍ଲାରେ ବାଲ୍ୟ ବିବାହ-ମୁକ୍ତ ସମାଜ ନିର୍ମାଣ ଲକ୍ଷ୍ୟରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ (ଭିଲାନ୍‌ସ୍‌ ଡେ) ପାଳନ କରାଯାଇଥିଲା । କେନ୍ଦୁଝର ଜିଲ୍ଲାରେ ପାଟଣା, ବାଂସପାଳ, ହରିଚନ୍ଦନପୁର ଏବଂ ହାଟଡିହି ବ୍ଲକଗୁଡିକର ବିଭିନ୍ନ ପଞ୍ଚାୟତରେ ବାଲ୍ୟ ବିବାହକୁ ରୋକିବା ଏବଂ ଏହିଭଳି ଘଟଣା ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ସମୟୋଚିତ ଭାବରେ ଅବଗତି କରାଇବା ସୁନିଶ୍ଚିତ କରିବା ନିମନ୍ତେ ସଚେତନତା କାର୍ଯ୍ୟକଳାପ ଆୟୋଜନ କରାଯାଇଥିଲା ।

ଏହି ପ୍ରୟାସରେ ତୃଣମୂଳ ସ୍ତରରେ ବାଲ୍ୟ ବିବାହକୁ ରୋକିବା, ପଞ୍ଚାୟତସ୍ତରୀୟ ଶିଶୁ ସୁରକ୍ଷା କମିଟିଗୁଡିକୁ ସୁଦୃଢ କରିବା ଏବଂ ବାଲ୍ୟ ବିବାହ ନିରାକରଣ ଅଧିକାରୀଗଣ (ସିଏପ୍‌ପିଓ)ମାନଙ୍କର ଭୂମିକା ଉପରେ ବର୍ଦ୍ଧିତ ସଚେତନତା ଉପରେ ଦୃଷ୍ଟିନିବଦ୍ଧ କରାଯାଇଥିଲା । ବାଲ୍ୟ ବିବାହର କ୍ଷତିକାରକ ପ୍ରଭାବ, ବାଲ୍ୟ ବିବାହ ନିରାକରଣ ଆଇନ ଅଧୀନରେ ଥିବା ଆଇନଗତ ବ୍ୟବସ୍ଥା ଏବଂ ଏହିଭଳି କାର୍ଯ୍ୟକୁ ରୋକିବା ନିମନ୍ତେ ସାମଗ୍ରିକ ଭାବରେ ଗୋଷ୍ଠୀର କାର୍ଯ୍ୟକଳାପର ଗୁରୁତ୍ୱ ଉପରେ ୫୦୦ରୁ ଅଧିକ ମାତା ପିତା ଏବଂ ଗୋଷ୍ଠୀ ସହଭାଗୀଙ୍କୁ ସଚେତନ କରାଯାଇଥିଲା ।

କନ୍ଧମାଳ ଜିଲ୍ଲାରେ ଏହି କାର୍ଯ୍ୟକ୍ରମ ଫୁଲବାଣୀ ବ୍ଲକ୍‌ ସମ୍ମିଳନୀ କାର୍ଯ୍ୟାଳୟରେ ସିଡିପିଓ ଶ୍ରୀମତୀ ବୈଜୟନ୍ତୀ ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମରେ ଫୁଲବାଣୀ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ସାଇ ସୋମ୍ୟଜିତ ପାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୧୨୦ ଜଣ ଆଶା ଏବଂ ଅଙ୍ଗନବାଡି ସମ୍ମୁଖଭାଗ କର୍ମୀ ସକ୍ରିୟ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କୁ ସମ୍ଭାବ୍ୟ ବାଲ୍ୟ ବିବାହ ଘଟଣାଗୁଡିକ ଚିହ୍ନଟ କରିବା, ଆପଦାପନ୍ନ ଶିଶୁଙ୍କ ଖବର ନେବା ଏବଂ ସମୟୋଚିତ ଭାବରେ ନିରାକରଣମୂଳକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ତାଲିମ ଦିଆଯାଇଥିଲା ।

ଉଭୟ ଜିଲ୍ଲାରେ ସମସ୍ତ କାର୍ଯ୍ୟକ୍ରମ ସିଏପ୍‌ପିଓ, ଆଶା ୟୁନିଟ୍‌, ଅଙ୍ଗନବାଡି କର୍ମୀ ଏବଂ ଗୋଷ୍ଠୀ ନେତୃବୃନ୍ଦଙ୍କ ସମେତ ସରକାରୀ ସହଭାଗୀଙ୍କର ସକ୍ରିୟ ସମର୍ଥନରେ ଆୟୋଜିତ ହୋଇଥିଲା, ଯେଉଁମାନେ ବାଲ୍ୟ ବିବାହ ନିରାକରଣ କରିବାକୁ ସେମାନଙ୍କର ପ୍ରତିବଦ୍ଧତା ପୁନଃସୁଦୃଢୀକରଣ କରିଥିଲେ । ହମାରା ବଚ୍‌ପନ ଟ୍ରଷ୍ଟ ବାଲ୍ୟ ବିବାହ ରୋକିବା ପାଇଁ ନିରନ୍ତର ସଚେତନତା ଅଭିଯାନ ଏବଂ ଜଷ୍ଟ ରାଇଟ୍‌ସ୍‌ ଫର୍‌ ଚିଲଡ୍ରେନ ପ୍ରୋଗ୍ରାମ ଅଧୀନରେ ବ୍ୟବସ୍ଥାକୁ ମଜଭୁତ କରିବାକୁ ଜିଲ୍ଲା ପ୍ରଶାସନ, ପଞ୍ଚାୟତ, ବିଦ୍ୟାଳୟସମୂହ ଏବଂ ଧର୍ମୀୟ ନେତାମାନଙ୍କ ସହିତ ସହଯୋଗୀତା କରିବାକୁ ସକ୍ରିୟ ଭାବରେ କାର୍ଯ୍ୟ କରୁଛି ।

ହଜାର ହଜାର ସଂଖ୍ୟାରେ ଜନସାଧାରଣ ବାଲ୍ୟ ବିବାହ ବିରୋଧରେ ଶପଥ ପାଠ କରିଛନ୍ତି, ଏଥିସିହତ ସ୍ୱତନ୍ତ୍ର ନିରାକରଣମୂଳକ ଅଭିଯାନ ଅକ୍ଷୟ ତୃତୀୟା ତଥା ଆରମ୍ଭ ହେବାକୁ ଯାଉଥିବା ବିବାହ ଋତୁଗୁଡିକ ଭଳି ସମ୍ବେଦନଶୀଳ ସମୟରେ କାର୍ଯ୍ୟକାରୀ କରାଯାଉଛି । କାର୍ଯ୍ୟକ୍ରମର ଅଂଶଗ୍ରହଣକାରୀମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରତିନିଧିମାନେ ଜୋର୍‌ ଦେଇ କହିଥିଲେ ଯେ ବାଲ୍ୟ ବିବାହ ବାଲ୍ୟ ବିବାହ ନିରାକରଣ ଆଇନ (ପିସିଏମ୍‌ଏ), ୨୦୦୬ ଅଧୀନରେ ଏକ ଦଣ୍ଡନୀୟ ଅପରାଧ । ପରିବାର ଅଥବା ସେବା ଯୋଗାଣକାରୀଙ୍କ ସମେତ କାହାର ଏଥିରେ ସଂପୃକ୍ତି ରହିଲେ ସେ କ୍ଷେତ୍ରରେ ଜେଲଦଣ୍ଡ, ଜୋରିମାନା ଅଥବା ଉଭୟ ଦଣ୍ଡବିଧାନ ଭଳି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ।

ପ୍ରଥମ ପଦକ୍ଷେପ ଗ୍ରହଣକାରୀ ଭାବରେ ସମ୍ମୁଖଭାଗ କର୍ମୀମାନଙ୍କର ଏହାକୁ ଚିହ୍ନଟ କରିବା ଏବଂ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ଦୃଢତାର ସହିତ ଉଲ୍ଲେଖ କରାଯାଇଥିଲା । ଏ କ୍ଷେତ୍ରରେ ଘଟିଥିବା ଅଗ୍ରଗତିକୁ ନେଇ ସନ୍ତୋଷ ପ୍ରକାଶ କରି ଏଚ୍‌ବିଟିର ଏକ୍‌ଜିକୁ୍ୟଟିଭ ଡାଇରେକ୍ଟର ଶ୍ରୀମତୀ ଅର୍ପିତା ପଟ୍ଟନାୟକ ଉଲ୍ଲେଖ କରିଥିଲେ ଯେ, ତୃଣମୂଳ ସ୍ତରରେ ବର୍ଦ୍ଧିତ ସଚେତନତା କାରଣରୁ ଏ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଆସିଛି ଏବଂ ସମ୍ପ୍ରତି ଗୋଷ୍ଠୀଗୁଡିକ ବାଲ୍ୟ ବିବାହ ଘଟଣାଗୁଡିକ ସମ୍ପର୍କରେ ସକ୍ରିୟ ଭାବରେ ସୂଚନା ଦେଉଛନ୍ତି ଏବଂ ପ୍ରଶାସନ ପକ୍ଷରୁ ବାଲ୍ୟ ବିବାହଗୁଡିକୁ ରୋକିବା ନିମନ୍ତେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଉଛି ।

ଉଭୟ ଜିଲ୍ଲାରେ ଆୟୋଜିତ କାର୍ଯ୍ୟକ୍ରମଗୁଡିକ ଏହି ବାର୍ତ୍ତାକୁ ପୁନଃସୁଦୃଢୀ କରଣ କରିଥିଲା ଯେ, ବାଲ୍ୟ ବିବାହ ରୋକିବା ନିମନ୍ତେ ସାମୂହିକ ପ୍ରୟାସର ଆବଶ୍ୟକତା ରହିଛି । ଗୋଷ୍ଠୀ ସ୍ତରରେ ମଜଭୁତ ସତର୍କ ଦୃଷ୍ଟି ରଖାଯିବା ଏବଂ ସମ୍ମୁଖଭାଗ କର୍ମୀ ଓ ସହଭାଗୀମାନଙ୍କର ସକ୍ରିୟ ଅଂଶଗ୍ରହଣ ଯୋଗୁଁ ଉଭୟ ଜିଲ୍ଲା ୨୦୩୦ ପୂର୍ବରୁ ବାଲ୍ୟ ବିବାହ-ମୁକ୍ତ ଅଞ୍ଚଳରେ ପରିଣତ ହେବା ଦିଗରେ ଉତ୍ତମ ଅଗ୍ରଗତି ହାସଲ କରୁଛି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

ଶ୍ରମ କୋଡ ପ୍ରତ୍ଯାହାର ଦାବିରେ ସିଟୁର ବିକ୍ଷୋଭ

April 23, 2026
କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

କୋଷ୍ଟାଲ ମାରାଥନ ଓଡିଶା ପର୍ଯ୍ୟଟନ କୁ ଅଧିକ ଋଦ୍ଧିମନ୍ତ କରିବ

April 23, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

Vigilance Day against Child Marriage on the Occasion of Akshaya Tritiya

ଅକ୍ଷୟ ତୃତୀୟା ଅବସରରେ ବାଲ୍ୟ ବିବାହ ବିରୋଧରେ ସତର୍କତା ଦିବସ ପାଳିତ

April 23, 2026
Vigilance Day against Child Marriage on the Occasion of Akshaya Tritiya

Vigilance Day against Child Marriage on the Occasion of Akshaya Tritiya

April 23, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version