କଟକ (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ସକାଳ ୧୨ ଟା ସମୟରେ ଫୁଲ ନଖରା – ନିଆଳି ମାଧବ ୬୦ ନମ୍ୱର ରାଜ୍ୟ ରାଜପଥର ଅପୂଜା, ହାଇଡ଼ାପଢ଼ା ଛକ ନିକଟରେ ଶାନ ନାମକ ଏକ ଯାତ୍ରୀବାହି ( ନମ୍ୱର OR 05AF0549 ) ବସଟି ସମ୍ମୁଖରୁ ଆସୁଥିବା ଏକ ସ୍କୁଟୀଟିକୁ ଖୁବ ଜୋରରେ ଧକ୍କା ଦେଇଥିଲା, ସ୍କୁଟିଟି ଭାଙ୍ଗିରୁଜି ଯିବା ସହ ଏହି ସ୍କୁଟି ଟିରେ ବସିଥିବା ଝିଅଟିର ଗୋଡ, ହାତ, ଭାଙ୍ଗି ଯିବାରୁ ସେ ଅଚେତ୍ ହୋଇ ରାସ୍ତା ଉପରେ ପଡିଥିଲା।

ତାଙ୍କୁ ସ୍ଥାନୀୟ ଲୋକମାନଙ୍କ ଏକ ଅଟୋ ସାହାର୍ଯ୍ୟରେ ଅଡସପୁର ମେଡିକାଲକୁ ପଠାଇଛନ୍ନ୍ତି । ଏହି ବସ ଦୁର୍ଘଟନାରେ ଗୁରୁତର ଅବସ୍ଥାରେ ଥିବା ଜ୍ୟୋତିର୍ମୟୀ ଦାସ ନାମକ ଝିଅଟିର ଘର କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ମହଙ୍ଗପଡା ଗ୍ରାମର ବୋଲି ଜଣାପଡିଛି । ଏହି ସ୍କୁଟିଟି ନିଆଳିରୁ ବାହାରି ନିଜ ବାମ ପାର୍ଶ୍ୱରେ ଆସୁଥିବାବେଳେ ସମ୍ମୁଖରୁ ଆସୁଥିବା ଯାତ୍ରୀବାହି ବସଟି ନିଜ ବାମ୍ ପାର୍ଶ୍ୱୋରେ ନ ଯାଇ ଡାହାଣ ପଟକୁ ମାଡ଼ି ଯାଇଥିଲା,















