ଆର, ଉଦୟଗିରି (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର ) :- ପାହାଡିଆ ଅଞ୍ଚଳରେ ଅଜଣା ଗଞ୍ଜେଇ ମାଫିଆ ମାନେ ଲୁଚାଇଥିବା ବିପୁଳ ପରିମାର ଗଞ୍ଜେଇକୁ ଜବତ କରିଛି ଗଜପତି ଜିଲ୍ଲା ଆର୍.ଉଦୟଗିରି ପୋଲିସ୍ । ଆଜି ପ୍ରତ୍ୟୁଷ ସମୟରେ ଆର୍.ଉଦୟଗିରି ପୋଲିସ ଗୁଇବାଡି ଗ୍ରାମାଞ୍ଚଳରେ ଥିବା ଜଙ୍ଗଲ ପାହାଡିଆ ଅଞ୍ଚଳରେ ଗଞ୍ଜେଇ ଚାଲାଣ ପାଇଁ ଗଛିତ ଥିବା କୌଣସି ସୂତ୍ରରୁ ଖବର ପାଇଥିଲା । ଆର୍.ଉଦୟିଗିରି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ରାକେଶ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ୍ ଟିମ୍ ଗଠନ କରାଯାଇ ଅତର୍କିତ ଚଢାଉ କରାଯାଇଥିଲା ।














