ବାଲିପାଟଣା (ଓଡ଼ିଶା ତାଜା ନ୍ୟୂଜ୍) (ନିପ୍ର) :- ପବିତ୍ର ଉତ୍କଳ ଦିବସ ଅବସରରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ଏହି ଦିବସ କୁ ଯଥାରୀତି ପାଳନ କରାଯାଇଛି।ପ୍ରାତଃ ରେ ଶ୍ରୀ ବୁଦ୍ଧନଥ ମନ୍ଦିର ଠାରୁ ଏକ ଗଣ ଦୌଡ ଆରମ୍ଭ ହୋଇ ଏହା ଶିଶୁ ଅନନ୍ତ ପୀଠ ପର୍ଯ୍ୟନ୍ତ ଯାଇଥିଲା।ଅରବିନ୍ଦ ଚାରିଟେବୁଲ ଟ୍ରଷ୍ଟ ଓ ନିର୍ଭୀକ ଖବର ତରଫରୁ ଆୟୋଜିତ ଏହି ଜୟଦେବ ଗଣ ଦୌଡ ୨୦୨୬ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ୍ ଅରବିନ୍ଦ ଢାଲି,ରଂଜନ ମହାପାତ୍ର,ଆଶୁତୋଷ ଚୌଧୁରୀ,ଦୀନବନ୍ଧୁ ଭୋଇ ପ୍ରମୁଖ ଯୋଗଦେଇ ଦୌଡ ପ୍ରତିଯୋଗିତାରେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ହୋଇଥିବା ପ୍ରତିଯୋଗୀଙ୍କୁ ଯଥାକ୍ରମେ ପାଞ୍ଚ ହଜାର,ତିନି ହଜାର ଓ ଦୁଇ ହଜାର ଲେଖାଏଁ ଅର୍ଥ ରାଶି ପ୍ରଦାନ କରିଥିଲେ।

ଆଜି ଅନ୍ୟ ଏକ କାର୍ଯ୍ୟକ୍ରମରେ ଭାକରସାହି ପ୍ରିୟଦର୍ଶିନୀ କ୍ଲବ ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଆମଣାକୁଦ ସ୍ଥିତ ମଦର୍ ପବ୍ଲିକ୍ ସ୍କୁଲ ତରଫରୁ ମଧ୍ୟ ଏକ ରକ୍ତଦାନ,ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ରେ ଶତାଧିକ ଲୋକ ଙ୍କ ର ସ୍ୱାସ୍ଥ୍ୟ ପରୀକ୍ଷା ହେବା ସହିତ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ବାଗଚି କ୍ୟାନ୍ସର ହସ୍ପିଟାଲ ଓ ହାଇଟେକ୍ ମେଡିକାଲ କଲେଜ ତରଫରୁ ଡାକ୍ତର ମାନେ ସେବା ଯୋଗାଇ ଦେଇଥିଲେ।ଏହି ଅବସର ରେ ୨୦ ଜଣ ଅସହାୟ ପରିବାର କୁ ମାଗଣା ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା।

ବ୍ଲକ ବିଜେଡି ଦଳ ତରଫରୁ ଅଠାନ୍ତର ସ୍ଥିତ କାର୍ଯ୍ୟଳୟ ପରିସରରେ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହୋଇ ବରିଷ୍ଠ ନେତା ଅବଦୁଲ ଜାକିର ହୁସେନ୍ ଙ୍କ ୭୫ ତମ ଜୟନ୍ତୀ ପାଳନ ଓ ଉତ୍କଳ ଦିବସ ରେ ବରପୁତ୍ର ମାନଙ୍କୁ ବରିଷ୍ଠ ନେତା ଦିଲୀପ ବଳିୟାରସିଂହ, ସନ୍ଦୀପ୍ତ ସେନାପତି,ପ୍ରତାପ କେଶରୀ ନାୟକ,ସଦାଶିବ ଦାଶ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ବାଗଦେବୀ ବିଦ୍ୟା ମନ୍ଦିର ପକ୍ଷରୁ ଛାତ୍ର ଛାତ୍ରୀ ମାନେ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଓ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କ ଫଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଆଜି ଦିବସ ର ତାତ୍ପର୍ଯ୍ୟ ସମ୍ପର୍କରେ ସଭାପତି ଦିଲ୍ଲୀପ କୁମାର ଓଝା ଓ ସମ୍ପଦକ ଅଭିମନ୍ୟୁ ନାୟକ ଛାତ୍ର ଛାତ୍ରୀ ଙ୍କୁ ବୁଝାଇଥିଲେ।ଅନ୍ୟ ବିଭିନ୍ନ ଅନୁଷ୍ଠାନ ତରଫରୁ ମଧ୍ୟ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ଆଜିର ଦିବସ କୁ ପାଳନ କରାଯାଇଛି।














